ବିଷ୍ଣୁପଦ ସେଠୀଙ୍କୁ ହାଇକୋର୍ଟରୁ ସାମୟିକ ଆଶ୍ବସ୍ତି
କଟକ : ବରିଷ୍ଠ ପ୍ରଶାସନିକ ଅଧିକାରୀ ବିଷ୍ଣୁପଦ ସେଠୀଙ୍କୁ ହାଇକୋର୍ଟରୁ ମିଳିଲା ସାମୟିକ ଆଶ୍ୱସ୍ତି । ଆସନ୍ତା ୮ ତାରିଖ ଯାଏଁ ତାଙ୍କ ବିରୁଦ୍ଧରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ହୋଇପାରିବ ନାହିଁ । ମାମଲାର ପରବର୍ତ୍ତୀ ଶୁଣାଣି ୮ ତାରିଖରେ ହେବ ବୋଲି ଆଜି ହାଇକୋର୍ଟ ନିର୍ଦେଶ ଦେଇଛନ୍ତି। ପୂର୍ବରୁ ବିଷ୍ଣୁପଦଙ୍କ ଆବେଦନ ଖାରଜ କରିଥିଲେ ଓଡିଶା ହାଇକୋର୍ଟ । ସିବିଆଇ ଚଢ଼ାଉ ମାମଲାରେ ଆଗୁଆ ଜାମିନ ଆବେଦନ କରି ବିଷ୍ଣୁପଦ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । […]
କଟକ : ବରିଷ୍ଠ ପ୍ରଶାସନିକ ଅଧିକାରୀ ବିଷ୍ଣୁପଦ ସେଠୀଙ୍କୁ ହାଇକୋର୍ଟରୁ ମିଳିଲା ସାମୟିକ ଆଶ୍ୱସ୍ତି । ଆସନ୍ତା ୮ ତାରିଖ ଯାଏଁ ତାଙ୍କ ବିରୁଦ୍ଧରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ହୋଇପାରିବ ନାହିଁ । ମାମଲାର ପରବର୍ତ୍ତୀ ଶୁଣାଣି ୮ ତାରିଖରେ ହେବ ବୋଲି ଆଜି ହାଇକୋର୍ଟ ନିର୍ଦେଶ ଦେଇଛନ୍ତି। ପୂର୍ବରୁ ବିଷ୍ଣୁପଦଙ୍କ ଆବେଦନ ଖାରଜ କରିଥିଲେ ଓଡିଶା ହାଇକୋର୍ଟ ।
ସିବିଆଇ ଚଢ଼ାଉ ମାମଲାରେ ଆଗୁଆ ଜାମିନ ଆବେଦନ କରି ବିଷ୍ଣୁପଦ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଓଡିଶା ବ୍ରିଜ ଏଣ୍ଡ ରୁଫ କର୍ପୋରେସନ ଲାଞ୍ଚ ମାମଲାରେ ଛନ୍ଦି ହୋଇପଡିଛନ୍ତି IAS ବିଷ୍ଣୁପଦ ସେଠୀ ।
ସୂଚନା ଥାଉକି, ଗତ ଫେବୃଆରୀ ମାସରେ ବ୍ରିଜ୍ ଆଣ୍ଡ ରୁଫ୍ କର୍ପୋରେସନ ଲିମିଟେଡ୍ ୧୦ଲକ୍ଷ ଟଙ୍କା ଲାଞ୍ଚ ଅଭିଯୋଗରେ ବିଷ୍ଣୁପଦଙ୍କ ଘରେ ଚଢ଼ାଉ କରିଥିଲା ସିବିଆଇ । FIR ରେ ବିଷ୍ଣୁପଦଙ୍କ ନାଁ ନଥାଇ ମଧ୍ୟ ସିବିଆଇ ତାଙ୍କ ଘରେ ଚଢ଼ଉ କରିଥିଲା । ସିବିଆଇର ଏପରି କାର୍ଯ୍ୟାନୁଷ୍ଠାନକୁ ଚ୍ୟାଲେଞ୍ଜ କରି ବିଷ୍ଣୁପଦ ସେଠୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । କିନ୍ତୁ ଗତ ମାସ ୨୦ ତାରିଖରେ ବିଷ୍ଣୁପଦଙ୍କ ଆବେଦନକୁ ହାଇକୋର୍ଟ ଖାରଜ କରିଥିଲେ । ଯଦ୍ୱାରା ଗିରଫଦାରୀର ସମ୍ଭାବନା ବଢିଥିଲା ।




