ଏଏସଓ ମେରିଟ୍ ଲିଷ୍ଟ୍କୁ ଖାରଜ କଲେ ହାଇକୋର୍ଟ
କଟକ : ଏଏସଓ ମେରିଟ ଲିଷ୍ଟରେ ଅନିୟମିତତା I ମାମଲାକୁ ଖାରଜ କଲେ ହାଇକୋର୍ଟ I OPSC ଦ୍ୱାରା ପରିଚାଳିତ ଏଏସଓ ପରୀକ୍ଷାର ମେରିଟ୍ ଲିଷ୍ଟ୍ ହାଇକୋର୍ଟ ଖାରଜ କରିଛନ୍ତି। ଅଗଷ୍ଟ ମାସରେ ୭୯୬ ଟି ପଦବୀ ପାଇଁ ହୋଇଥିଲା ଏଏସଓ ପରୀକ୍ଷା ହୋଇଥିଲା I ଓଡିଶା ସେକ୍ରେଟାରୀଏଟ ସର୍ଭିସ ରୁଲ ୧୬ ଅନୁଯାୟୀ କଟ ଅଫ ମାର୍କର ନିୟମ ନାହିଁ। କିନ୍ତୁ କଟ ଅଫ ମାର୍କର ବ୍ୟବସ୍ଥା କରିଥିଲା ଓପିଏସସି। ସାଧାରଣ ଓ ଏସଇବିସି ପ୍ରାର୍ଥୀଙ୍କ […]
କଟକ : ଏଏସଓ ମେରିଟ ଲିଷ୍ଟରେ ଅନିୟମିତତା I ମାମଲାକୁ ଖାରଜ କଲେ ହାଇକୋର୍ଟ I OPSC ଦ୍ୱାରା ପରିଚାଳିତ ଏଏସଓ ପରୀକ୍ଷାର ମେରିଟ୍ ଲିଷ୍ଟ୍ ହାଇକୋର୍ଟ ଖାରଜ କରିଛନ୍ତି। ଅଗଷ୍ଟ ମାସରେ ୭୯୬ ଟି ପଦବୀ ପାଇଁ ହୋଇଥିଲା ଏଏସଓ ପରୀକ୍ଷା ହୋଇଥିଲା I ଓଡିଶା ସେକ୍ରେଟାରୀଏଟ ସର୍ଭିସ ରୁଲ ୧୬ ଅନୁଯାୟୀ କଟ ଅଫ ମାର୍କର ନିୟମ ନାହିଁ। କିନ୍ତୁ କଟ ଅଫ ମାର୍କର ବ୍ୟବସ୍ଥା କରିଥିଲା ଓପିଏସସି। ସାଧାରଣ ଓ ଏସଇବିସି ପ୍ରାର୍ଥୀଙ୍କ ପାଇଁ ପ୍ରତି ବିଷୟରେ ୪୦% ଓ ଏସସି ଏସଟି ପ୍ରାର୍ଥୀଙ୍କ ପାଇଁ ପ୍ରତି ବିଷୟରେ ୩୦% କଟ ଅଫ କରିଥିଲେ ଓପିଏସସି। କିନ୍ତୁ ଏଗ୍ରିଗେଟ ମେରିଟ ଲିଷ୍ଟ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ। ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କ ଖଣ୍ଡପୀଠ ଦେଲେ ଏହି ନିର୍ଦ୍ଦେଶ। ୨ ମାସ ମଧ୍ୟରେ ସାନି ମେରିଟ୍ ଲିଷ୍ଟ୍ ପ୍ରକାଶ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଲିଖିତ ପରୀକ୍ଷାର ମୋଟ୍ ମାର୍କ ଆଧାରରେ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।




