ହାଇଟେକ୍ ଟ୍ରାଜେଡି,ମୃତକଙ୍କୁ ନେଇ ଦ୍ୱନ୍ଦ୍ୱ, ଆରମ୍ଭରୁ ହେବ ତଦନ୍ତ-ଡିସିପି
ଭୁବନେଶ୍ୱର : ହାଇଟେକ ସିଲିଣ୍ଡର ବିସ୍ଫୋରଣ ଘଟଣା I ୨ୟ ମୃତକଙ୍କୁ ନେଇ ଆସିଲା ଟ୍ଵିଷ୍ଟ I ସ୍ୱାମୀଙ୍କ ମୃତ୍ୟୁ ଖବର ଶୁଣି ଆତ୍ମହତ୍ୟା କରିଦେଲେ ସ୍ତ୍ରୀ I କିନ୍ତୁ ସ୍ୱାମୀ ବଞ୍ଚିଥିବା ନେଇ ଆଜି ମିଳିଛି ସୂଚନା I ଦ୍ଵିତୀୟ ମୃତକ ଦିଲ୍ଲୀପ ସାମନ୍ତରାୟ ଜୀବିତ ଅଛନ୍ତି I ବର୍ତ୍ତମାନ ହସ୍ପିଟାଲରେ ଚିକିତ୍ସିତ ଅଛନ୍ତି ବୋଲି ମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି। ମନସ୍ତତ୍ତ୍ବବିତଙ୍କ ତଦନ୍ତ ପରେ ଜୀବିତ ବ୍ୟକ୍ତି ଦିଲୀପ ସାମନ୍ତରାୟ ବୋଲି ଜାଣାପଡିଛି। ତେବେ ଏହା […]
ଭୁବନେଶ୍ୱର : ହାଇଟେକ ସିଲିଣ୍ଡର ବିସ୍ଫୋରଣ ଘଟଣା I ୨ୟ ମୃତକଙ୍କୁ ନେଇ ଆସିଲା ଟ୍ଵିଷ୍ଟ I ସ୍ୱାମୀଙ୍କ ମୃତ୍ୟୁ ଖବର ଶୁଣି ଆତ୍ମହତ୍ୟା କରିଦେଲେ ସ୍ତ୍ରୀ I କିନ୍ତୁ ସ୍ୱାମୀ ବଞ୍ଚିଥିବା ନେଇ ଆଜି ମିଳିଛି ସୂଚନା I ଦ୍ଵିତୀୟ ମୃତକ ଦିଲ୍ଲୀପ ସାମନ୍ତରାୟ ଜୀବିତ ଅଛନ୍ତି I ବର୍ତ୍ତମାନ ହସ୍ପିଟାଲରେ ଚିକିତ୍ସିତ ଅଛନ୍ତି ବୋଲି ମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି। ମନସ୍ତତ୍ତ୍ବବିତଙ୍କ ତଦନ୍ତ ପରେ ଜୀବିତ ବ୍ୟକ୍ତି ଦିଲୀପ ସାମନ୍ତରାୟ ବୋଲି ଜାଣାପଡିଛି। ତେବେ ଏହା ସୁନିଶ୍ଚିତ କରିବାକୁ ଆବଶ୍ୟକ ପଡ଼ିଲେ ଡିଏନଏ ଟେଷ୍ଟ କରାଯିବ ବୋଲି କୁହାଯାଇଛି । ଦିଲ୍ଲୀପ ସାମନ୍ତରାୟଙ୍କ ପରିବାର ଲୋକେ ମଧ୍ୟ ତାଙ୍କର ବୟାନକୁ ନେଇ ଜୀବିତ ବ୍ୟକ୍ତି ଦିଲ୍ଲୀପ ସାମନ୍ତରାୟ ବୋଲି କହିଛନ୍ତି। ଗତ ୩୦ ତାରିଖ ଦିନ ଦିଲ୍ଲୀପ ସାମନ୍ତରାୟଙ୍କ ମୃତ୍ୟୁ ହୋଇଥିବା ନେଇ ହସ୍ପିଟାଲ କର୍ତୃପକ୍ଷ ସୂଚନା ଦେଇଥିଲେ I
ଏହାପରେ ୩୧ ତାରିଖ ଦିନ ଦିଲ୍ଲୀପଙ୍କ ମୃତଦେହ ପରିବାର ଲୋକେ ହସପିଟାଲରୁ ନେଇ ଅନ୍ତିମ ସଂସ୍କାର କରିସାରିଛନ୍ତି I ଦିଲୀପଙ୍କ ଭାଇ ପ୍ରସନ୍ନ କହିଛନ୍ତି- ତାଙ୍କ ଭାଇଙ୍କ ବଞ୍ଚିବାର ୧ ପ୍ରତିଶତ ସମ୍ଭାବନା ନାହିଁ ବୋଲି କହିଥିଲେ ଡାକ୍ତର । ସେହି ମୃତଦେହର ସ୍ଥିତି ଏପରି ଥିଲା ଯେ ତାହାକୁ ଚିହ୍ନିବା ସମ୍ଭବ ନୁହେଁ । ମୁଁ ଭାଇ ବୋଲି ଚିହ୍ନଟ କରି ନ ଥିଲି, ମେଡିକାଲ ମୋତ ଆଇଡେଣ୍ଟିଫାଏ କରି ସାରି ହସ୍ତାନ୍ତର କରିଛି ।
ମୃତ ବ୍ୟକ୍ତି ଏବେ ଜୀବିତ ହୋଇଥିବା ବେଳେ ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଦିଲ୍ଲୀପ ସାମନ୍ତରାୟଙ୍କ ବଦଳରେ ଜ୍ୟୋତିରଞ୍ଜନ ମଲ୍ଲୀକଙ୍କର ୩୦ ତାରିଖ ଦିନ ମୃତ୍ୟୁ ଘଟିଥିଲା I ମାତ୍ର ଜ୍ୟୋତିରଞ୍ଜନଙ୍କ ପରିବାର ଲୋକେ ୮ ଦିନ ହେଲା ହସ୍ପିଟାଲରେ ପଡି ରହିଥିଲେ, କେବେ ଭେଂଟିଲେଟରରୁ ବାହାରିବେ, ସୁସ୍ଥ ହୋଇ ବାହାରକୁ ଆସିବେ ଚାହିଁ ରହିଥିଲେ । ସେହି ଜ୍ୟୋତିରଞ୍ଜନ ଯେତେବେଳେ ମୃତ ବୋଲି ଶୁଣୁଛନ୍ତି, ସେମାନଙ୍କ ପାଦ ତଳୁ ମାଟି ଖସିଯାଇଛି । ଦୁଃଖ ଓ କ୍ଷୋଭର ସହ ଦାବି କରୁଛନ୍ତି, ଆମକୁ ଜ୍ୟୋତି ଫେରାଇ ଦିଅନ୍ତୁ ନହେଲେ ତାଙ୍କ ମର ଶରୀର ଅନ୍ତିମ ସଂସ୍କାର ପାଇଁ ଦିଆଯାଉ I ମୋ ସ୍ବାମୀ କୁଆଡେ ଗଲେ ବୋଲି ସ୍ବୀ ପଚାରିଛନ୍ତି। ଫଳରେ ହାଇଟେକ ମେଡ଼ିକାଲ ସମ୍ମୁଖରେ ଉତ୍ତେଜନା ଦେଖାଦେଇଛି। ଜ୍ୟୋତିରଞ୍ଜନଙ୍କ ବାପା ଭାବୁଥିଲେ ପୁଅ ଧୀରେ ଧିରେ ସୁସ୍ଥ ହେଉଛି। କିନ୍ତୁ ତାଙ୍କର ମୃତ୍ୟୁ ଖବର ଶୁଣିବା ପରେ ପରିବାରଲୋକେ ଭାଙ୍ଗି ପଡ଼ିଛନ୍ତି। ପୁଅ ଜ୍ୟୋତିର ମୃତଦେହ ପାଉନାହାନ୍ତି କିମ୍ବା ସତ୍କାର କରିପାରୁନାହାନ୍ତି ବୋଲି ଅତ୍ୟନ୍ତ ଦୁଃଖ ଓ କ୍ଷୋଭର ସହ ପରିବାର ଲୋକେ କହିଛନ୍ତି ।
ଅପରପକ୍ଷରେ ମେଡ଼ିକାଲ କର୍ତ୍ତୃପକ୍ଷଙ୍କୁ ଦାୟି କରିଛି ଏସି ଟେକ୍ନିସିଆନ ସଂଘ। ଦୁର୍ଘଟଣାର ଏତେ ଦିନ ପରେ ବି ତଦନ୍ତ ହେଉନାହିଁ ବୋଲି ଅଭିଯୋଗ କରାଯାଇଛି। ନାଇଟ୍ରୋଜେନ ବଦଳରେ ଅକ୍ସିଜେନ ଦେଇଥିଲେ। ଏଥିରେ ୨ଜଣଙ୍କ ମୃତ୍ୟୁ ହୋଇଛି। ଜଣେ ଟେକ୍ନିସିଆନ ଆଉ ଜଣେ ୱେଲଡରଙ୍କ ମୃତ୍ୟୁ ହୋଇଛି।
ଏହି ଧାରଣା ପରେ ଡିସିପି ପ୍ରତୀକ ସିଂହ କହିଛନ୍ତି, ଏହି ବିସ୍ଫୋରଣରେ ୪ ଜଣଙ୍କ ଅବସ୍ଥା ଗୁରୁତର ଥିଲା। ପ୍ରଥମ ବ୍ୟକ୍ତିଙ୍କ ମୃତ୍ୟୁ ପରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିଲା। ପରିବାର ଲୋକଙ୍କ ଉପସ୍ଥିତିରେ ମୃତଦେହ ବ୍ୟବଚ୍ଛେଦ ହୋଇଥିଲା। ଠିକାଦାର କହିଥିବା ପରିଚୟରେ ସେମାନଙ୍କ ଚିକିତ୍ସା ବି କରାଯାଇଥିଲା।
ଠିକାଦାର ସେହି ମେଡିକାଲର ଷ୍ଟାଫ୍ ତେଣୁ ତାଙ୍କୁ ପଚରାଉଚରା ହୋଇଛି। ଜଣେ ଏଡିସିପିଙ୍କ ନେତୃତ୍ୱରେ ମଞ୍ଚେଶ୍ୱର ପୋଲିସ ଏହି ଘଟଣାର ତଦନ୍ତ କରୁଛି। ଅବହେଳା ଥିଲେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିସିପି କହିଛନ୍ତି।




