ହାଇଟେକ ସିଲିଣ୍ଡର ବିସ୍ଫୋରଣ,ଆଉ ଜଣେ ଆହତଙ୍କ ମୃତ୍ୟୁ

ଭୁବନେଶ୍ୱର : ଭୁବନେଶ୍ୱର ହାଇଟେକ ହସ୍ପିଟାଲ ସିଲିଣ୍ଡର ଟ୍ରାଜେଡି I ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି । ଏଥିସହ ମୃତ୍ୟୁ ସଂଖ୍ୟା ଦୁଇକୁ ବୃଦ୍ଧି ପାଇଛି । ମୃତକଙ୍କ ନାଁ ଶ୍ରୀତମ ସାହୁ ଏବଂ ତାଙ୍କ ଘର ପୁରୀ ଜିଲ୍ଲା ଡେଲାଙ୍ଗର ଚାଇଁପୁର ଗାଁରେ। ଶ୍ରୀତମଙ୍କର ଗତ ରାତିରେ ମୃତ୍ୟୁ ଘଟିଛି I ବର୍ତ୍ତମାନ ସୁଦ୍ଧା ଆଉ ୨ ଜଣ ଗୁରୁତରଙ୍କୁ ଚିକିତ୍ସା ଚାଲିଛି I ସୂଚନାନୁସାରେ,ଗତ ୨୯ ତାରିଖରେ ହାଇଟେଲ ହସ୍ପିଟାଲ ପରିସରରେ […]

Samaya Live Picture
Published On

ଭୁବନେଶ୍ୱର : ଭୁବନେଶ୍ୱର ହାଇଟେକ ହସ୍ପିଟାଲ ସିଲିଣ୍ଡର ଟ୍ରାଜେଡି I ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି । ଏଥିସହ ମୃତ୍ୟୁ ସଂଖ୍ୟା ଦୁଇକୁ ବୃଦ୍ଧି ପାଇଛି । ମୃତକଙ୍କ ନାଁ ଶ୍ରୀତମ ସାହୁ ଏବଂ ତାଙ୍କ ଘର ପୁରୀ ଜିଲ୍ଲା ଡେଲାଙ୍ଗର ଚାଇଁପୁର ଗାଁରେ। ଶ୍ରୀତମଙ୍କର ଗତ ରାତିରେ ମୃତ୍ୟୁ ଘଟିଛି I ବର୍ତ୍ତମାନ ସୁଦ୍ଧା ଆଉ ୨ ଜଣ ଗୁରୁତରଙ୍କୁ ଚିକିତ୍ସା ଚାଲିଛି I

ସୂଚନାନୁସାରେ,ଗତ ୨୯ ତାରିଖରେ ହାଇଟେଲ ହସ୍ପିଟାଲ ପରିସରରେ ତୃତୀୟ ମହଲାରେ କାମ ଚାଲୁଥିଲା I ଏହି ସମୟରେ ଏସିରେ କମ୍ପ୍ରେସରରେ ଗ୍ୟାସ ଫିଲିଙ୍ଗ ହେଉଥିବାବେଳେ ସିଲିଣ୍ଡର ଵିସ୍ଫୋରଣ ହୋଇଥିଲା I ତେବେ ତୁରନ୍ତ ନିଆଁକୁ ଆୟତ୍ତ କରାଯାଇଥିଲେ ମଧ୍ୟ ଘଟଣାସ୍ଥଳରେ ୨ ଜଣ ଏସି ମେକାନିକଙ୍କ ସହିତ ୨ ଜଣ ସୁରକ୍ଷାକର୍ମୀ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଥିଲେ I ତେବେ ଗତ ଶନିବାର ରାତିରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରଥମେ ଦିଲୀପ ସାମନ୍ତରାୟଙ୍କ ମୃତ୍ୟୁ ଘଟିଥିଲା i ତାଙ୍କ ମୃତ୍ୟୁର ପରଦିନ ତାଙ୍କ ସ୍ତ୍ରୀ ସୁନା ସାମନ୍ତରାୟ ଘରେ ରାଶି ଲଗାଇ ଆତ୍ମହତ୍ୟା କରିଥିଲେ I

ସେହିପରି ଗତକାଲି ରାତିରେ ଆଉଜଣେ ଆହତଙ୍କ ଚିକିତ୍ସାଧୀନ ଅବସ୍ଥାରେ ଶ୍ରୀତମ ସାହୁଙ୍କର ମୃତ୍ୟୁ ଘଟିଛି I ପରିବାରରରେ ଏକମାତ୍ର ରୋଜଗାରିଆ ପୁଅ ଥିଲେ ଶ୍ରୀତମ। ଏବେ ତାଙ୍କ ବିନା ପରିବାର କିଭଳି ଚଳିବ ସେକଥା କହିବା ବେଳେ କୋହ ସମ୍ଭାଳି ପାରୁନାହାନ୍ତି ଶ୍ରୀତମଙ୍କ ବାପା।

Tags: