୪ର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ହେମନ୍ତ ସୋରେନ

ଭୁବନେଶ୍ୱର : ଆଜି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହେମନ୍ତ ସୋରେନ। ରାଜ୍ୟର ୧୪ତମ ମୁଖ୍ୟମନ୍ତ୍ରୀ ଭାବେ ସେ ଶପଥ ନେବେ । ଚତୁର୍ଥ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ ହେମନ୍ତ ସୋରେନ। ରାଜ୍ୟପାଳ ସନ୍ତୋଷ କୁଂମାର ଗଂଗୱାର ହେମନ୍ତ ସୋରେନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ଅପରାହ୍ନ ୪ଟାରେ ଅନୁଷ୍ଠିତ ହେବ ଶପଥଗ୍ରହଣ ଉତ୍ସବ। ହେମନ୍ତ ସୋରେନ ଆଜି ଏକାକୀ ମୁଖ୍ୟମନ୍ତ୍ରୀ ଭାବରେ ଶପଥଗ୍ରହଣ କରିବେ। ଶପଥଗ୍ରହଣ ସମାରୋହରେ ସାମିଲ […]

Samaya Live Picture
Published On

ଭୁବନେଶ୍ୱର : ଆଜି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହେମନ୍ତ ସୋରେନ। ରାଜ୍ୟର ୧୪ତମ ମୁଖ୍ୟମନ୍ତ୍ରୀ ଭାବେ ସେ ଶପଥ ନେବେ । ଚତୁର୍ଥ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ ହେମନ୍ତ ସୋରେନ। ରାଜ୍ୟପାଳ ସନ୍ତୋଷ କୁଂମାର ଗଂଗୱାର ହେମନ୍ତ ସୋରେନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ।

ଅପରାହ୍ନ ୪ଟାରେ ଅନୁଷ୍ଠିତ ହେବ ଶପଥଗ୍ରହଣ ଉତ୍ସବ। ହେମନ୍ତ ସୋରେନ ଆଜି ଏକାକୀ ମୁଖ୍ୟମନ୍ତ୍ରୀ ଭାବରେ ଶପଥଗ୍ରହଣ କରିବେ। ଶପଥଗ୍ରହଣ ସମାରୋହରେ ସାମିଲ ହେବାକୁ ଜନତାଙ୍କୁ ଆହ୍ଵାନ କରିଛନ୍ତି ହେମନ୍ତ ସୋରେନ । ଶପଥଗ୍ରହଣ ସମାରୋହକୁ ନେଇ ରାଜଧାନୀ ରାଞ୍ଚି ସହରରେ ପୁରା ପୋଷ୍ଟର ଲଗାଯାଇଛି। ବିଶେଷ ଯାତାୟାତ ସହ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ହେମନ୍ତ୍ ସୋରେନଙ୍କ ଶପଥଗ୍ରହଣ ସମାରୋହରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ବିରୋଧୀ ଦଳ ନେତା ରାହୁଲ ଗାନ୍ଧି, ଏନସିପି ଏସପି ଅଧ୍ୟକ୍ଷ ଶରଦ ପାୱାର, ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ମେଘାଳୟ ମୁଖ୍ୟମନ୍ତ୍ରୀ କୋରାଡ କୋଂଗକଲ ସାଂଗମା, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂ ମାନ, ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ, ଆମ ଆଦମୀ ପାର୍ଟି ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜରିୱାଲ, ଶିବସେନା ୟୁବିଟି ନେତା ଉଦ୍ଧବ ଥାକରେ, ସମାଜବାଦୀ ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ, ଜାମୁ କାଶ୍ମୀର ପିଡିପି ନେତା ମେହବୁବୁ ମୁଫତିଙ୍କ ସହିତ ବହୁ ବଡ଼ ବଡ଼ ନେତା ଯୋଗ ଦେବା ସମ୍ଭାବନା ରହିଛି । ରାଞ୍ଚିରେ ଆଜି ବହୁ ରାଜନୈତିକ ବ୍ୟକ୍ତିଙ୍କ ସମାଗମ ହେବ I ତେଣୁ ସେଠାରେ ଟ୍ରାଫିକ ସମସ୍ୟାକୁ ଦୃଷ୍ଟିରେ ରଖି ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକୁ ଛୁଟି ଘୋଷଣା କରାଯାଇଛି ।

Tags: