୧୭ରେ ଓଡ଼ିଶା ଆସିବେ ହେମା ମାଳିନୀ
ଭୁବନେଶ୍ୱର: ବିଜେପି ଫୋକସରେ ଏବେ ରହିଛି ଓଡ଼ିଶା । ସେଥିପାଇଁ କେନ୍ଦ୍ରୀୟ ବେଜେପି ନେତୃବୃନ୍ଦ ଏବେ ଓଡ଼ିଶା ମୁହାଁ ହୋଇଛନ୍ତି । ଆଜି ଅମିତ ଶାହା ଓ ଜେ.ପି ନଡ୍ଡା ଓଡିଶା ଆସୁଥିବାବେଳେ ଆସନ୍ତା ୧୭ ତାରିଖ ଦିନ ବଲିଉଡ ଅଭିନେତ୍ର ହେମା ମାଳିନୀ ଓଡ଼ିଶା ଆସୁଛନ୍ତି । ହେମା ମାଳିନୀ ରାଜ୍ୟର ୩ଟି ସ୍ଥାନରେ ସାଧାରଣ ସଭାରେ ଯୋଗଦେବେ । ଉତ୍ତରଭୁବନେଶ୍ୱର, ପିପିଲି ଓ କିଶନନଗରରେ ହେବାକୁ ଥିବା ସମାବେଶରେ ସେ ଯୋଗଦେବେ । ଏନେଇ […]
ଭୁବନେଶ୍ୱର: ବିଜେପି ଫୋକସରେ ଏବେ ରହିଛି ଓଡ଼ିଶା । ସେଥିପାଇଁ କେନ୍ଦ୍ରୀୟ ବେଜେପି ନେତୃବୃନ୍ଦ ଏବେ ଓଡ଼ିଶା ମୁହାଁ ହୋଇଛନ୍ତି । ଆଜି ଅମିତ ଶାହା ଓ ଜେ.ପି ନଡ୍ଡା ଓଡିଶା ଆସୁଥିବାବେଳେ ଆସନ୍ତା ୧୭ ତାରିଖ ଦିନ ବଲିଉଡ ଅଭିନେତ୍ର ହେମା ମାଳିନୀ ଓଡ଼ିଶା ଆସୁଛନ୍ତି । ହେମା ମାଳିନୀ ରାଜ୍ୟର ୩ଟି ସ୍ଥାନରେ ସାଧାରଣ ସଭାରେ ଯୋଗଦେବେ । ଉତ୍ତରଭୁବନେଶ୍ୱର, ପିପିଲି ଓ କିଶନନଗରରେ ହେବାକୁ ଥିବା ସମାବେଶରେ ସେ ଯୋଗଦେବେ । ଏନେଇ ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।
ସେହିପରି ଆସନ୍ତା ୧୭ ଓ ୧୮ ତାରିଖରେ କଟକ ଜିଲ୍ଲା ନରସିଂହପୁର ଓ ସୁନ୍ଦରଗଡ଼ ଜିଲ୍ଲା ବଣାଇରେ ନିର୍ବାଚନ ପ୍ରଚାର କରିବେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ଆଜି ସୁଭଦ୍ରା ଯୋଜନାର ଲୋକାର୍ପଣ କରିବେ ବିଜେପି ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡା। ଏହାଛଡ଼ା ଆସନ୍ତାକାଲି ସକାଳେ ବିଜେପି ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡା ରାଜଧାନୀରେ ମାଉସୀ ମା’ ମନ୍ଦିରୁ ଲିଙ୍ଗରାଜ ମନ୍ଦିର ଯାଏ ରୋଡ ସୋ’ରେ ଯୋଗ ଦେଇ ଅପରାହ୍ନରେ ସେ ସୁନ୍ଦରଗଡ଼ ଓ ପଦ୍ମପୁରରେ ବିଶାଳ ଜନସଭାରେ ଯୋଗ ଦେବେ।




