ଟ୍ରକ ଧକ୍କାରେ ହେଲପରଙ୍କ ମୃତ୍ୟୁ
ଖୋର୍ଦ୍ଧା : ଟାଙ୍ଗି ଚାନ୍ଦପୁର ରାସ୍ତାରେ ଟ୍ରକ ଦୁର୍ଘଟଣା । ରାସ୍ତାରେ ମରାମତି ପାଇଁ ଠିଆ ହୋଇଥିବା ଏକ ଟ୍ରକ କୁ ପିତଳ ଅନ୍ୟ ଏକ ଟ୍ରକ । ଏଥିରେ ଜଣେ ଟ୍ରକ ହେଲପରଙ୍କ ମୃତ୍ୟୁ ଘଟିଥିବାବେଳେ ପିଟିଥିବା ଟ୍ରକ ଚାଲାକ ଗୁରୁତର ହୋଇଛନ୍ତି । ୧୬ ନମ୍ବର ଜାତୀୟ ରାଜପଥ ଟାଙ୍ଗୀ ଚାନ୍ଦପୁର ବାଇପାସର ପଥରବନ୍ଧ ଠାରେ ଏହି ଦୁର୍ଘଟଣା ଘଟିଛି । ମୃତ ହେଲ୍ପରଙ୍କର ପରିଚୟ ମିଳିନଥିବା ବେଳେ ଟ୍ରକ ଚାଳକ ବିହାରର ବ୍ରିଜ […]
ଖୋର୍ଦ୍ଧା : ଟାଙ୍ଗି ଚାନ୍ଦପୁର ରାସ୍ତାରେ ଟ୍ରକ ଦୁର୍ଘଟଣା । ରାସ୍ତାରେ ମରାମତି ପାଇଁ ଠିଆ ହୋଇଥିବା ଏକ ଟ୍ରକ କୁ ପିତଳ ଅନ୍ୟ ଏକ ଟ୍ରକ । ଏଥିରେ ଜଣେ ଟ୍ରକ ହେଲପରଙ୍କ ମୃତ୍ୟୁ ଘଟିଥିବାବେଳେ ପିଟିଥିବା ଟ୍ରକ ଚାଲାକ ଗୁରୁତର ହୋଇଛନ୍ତି । ୧୬ ନମ୍ବର ଜାତୀୟ ରାଜପଥ ଟାଙ୍ଗୀ ଚାନ୍ଦପୁର ବାଇପାସର ପଥରବନ୍ଧ ଠାରେ ଏହି ଦୁର୍ଘଟଣା ଘଟିଛି । ମୃତ ହେଲ୍ପରଙ୍କର ପରିଚୟ ମିଳିନଥିବା ବେଳେ ଟ୍ରକ ଚାଳକ ବିହାରର ବ୍ରିଜ କିଶୋର ଗିରି ବୋଲି ଜଣାପଡିଛି । ଗୋଟିଏ ଟ୍ରକ ଖରାପ ହୋଇଯିବାରୁ ଟ୍ରକ ଚାଳକ ରାସ୍ତା ଉପରେ ଟ୍ରକକୁ ପାର୍କିଂ ମରାମତି କରୁଥିଲେ। ପଛରୁ ଗୋଟିଏ ଟ୍ରକ ଆସି ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଭୟାବହ ଥିଲା ଯେ ଟ୍ରକ ହେଲ୍ପଙ୍କ ମୁଣ୍ଡ ଟି କଟି ଯାଇଥିଲା। ଏଥିସହ ଟ୍ରକ ଚାଳକର ଗୋଡ଼ ଦୁଇଟି ନଷ୍ଟ ହୋଇ ଯାଇଛି । ଖବର ପାଇ ଟାଙ୍ଗୀ ଅଗ୍ନିଶମ ବାହିନୀ ଗୁରୁତର ଟ୍ରକ ଚାଳକଙ୍କୁ ଉଦ୍ଧାର କରି ହସ୍ପିଟାଲରେ ପହଞ୍ଚାଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି ।




