ହେଲିକେପ୍ଟର ଦୁର୍ଘଟଣା ଗ୍ରସ୍ତ ,୩ ମୃତ
ପୁଣେ: ହେଲିକେପ୍ଟର ଦୁର୍ଘଟଣାରେ ୩ ମୃତ । ଆଜି ସକାଳେ ମହାରାଷ୍ଟ୍ରର ପୁଣେରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ବାୱଧନ ବୁଦ୍ରୁକ ଗାଁ ନିକଟରେ ହୋଇଥିବା ଏହି ଦୁର୍ଘଟଣାରେ ୨ ପାଇଲଟଙ୍କ ସମେତ ଅନ୍ୟ ଜଣଙ୍କର ମୃତ୍ୟୁ ଘଟିଛି। ଏନେଇ ଗ୍ରାମବାସୀ ହିଞ୍ଜେବାଡ଼ି ପୁଲିସ କଣ୍ଟ୍ରୋଲ ରୁମକୁ ଖବର ଦେଇଥିଲେ। ପୁଲିସ ଓ ଡାକ୍ତରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛି। ହେଲିକପ୍ଟରଟି ଏକ ଘରୋଇ କମ୍ପାନୀର ଥିଲା ବୋଲି ସୂଚନା ମିଳିଛି । ଆଜି ସକାଳେ ହେଲିକପ୍ଟରଟି ଅକ୍ସଫୋର୍ଡ […]
ପୁଣେ: ହେଲିକେପ୍ଟର ଦୁର୍ଘଟଣାରେ ୩ ମୃତ । ଆଜି ସକାଳେ ମହାରାଷ୍ଟ୍ରର ପୁଣେରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ବାୱଧନ ବୁଦ୍ରୁକ ଗାଁ ନିକଟରେ ହୋଇଥିବା ଏହି ଦୁର୍ଘଟଣାରେ ୨ ପାଇଲଟଙ୍କ ସମେତ ଅନ୍ୟ ଜଣଙ୍କର ମୃତ୍ୟୁ ଘଟିଛି। ଏନେଇ ଗ୍ରାମବାସୀ ହିଞ୍ଜେବାଡ଼ି ପୁଲିସ କଣ୍ଟ୍ରୋଲ ରୁମକୁ ଖବର ଦେଇଥିଲେ। ପୁଲିସ ଓ ଡାକ୍ତରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛି। ହେଲିକପ୍ଟରଟି ଏକ ଘରୋଇ କମ୍ପାନୀର ଥିଲା ବୋଲି ସୂଚନା ମିଳିଛି ।
ଆଜି ସକାଳେ ହେଲିକପ୍ଟରଟି ଅକ୍ସଫୋର୍ଡ ଗଲ୍ଫ କ୍ଲବର ହେଲିପ୍ୟାଡରୁ ଉଡ଼ାଣ ଭରି ମୁମ୍ବାଇ ଅଭିମୁଖେ ଯାଉଥିବା ସମୟ ପରେ ଘନ କୁହୁଡି ଯୋଗୁଁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସକାଳ ୭ଟାରୁ ୭ଟା ୧୦ ମଧ୍ୟରେ ଏହି ଘଟଣା ଘଟିଥିଲା । ତେବେ ଦୁର୍ଘଟଣାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ଅନ୍ୟପଟେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହି ଦୁଘଟଣା ଘାତିଥି ପରେ ବୋଲି ଅନୁମାନ କରାଯାଉଛି I ତେବେ ବର୍ତ୍ତମାନ ଏନେଇ ସରକାରୀ ତଦନ୍ତ ଜାରି ରହିଛି । ଘଟଣାସ୍ଥଳରେ ଜରୁରୀକାଳୀନ ସେବା ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ହିଞ୍ଜେଓ୍ଵାଡି ଥାନା (ପିମ୍ପରୀ ଚିଞ୍ଚୱାଡ ପୋଲିସ) ଏବଂ ବିମାନ ଚଳାଚଳ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି।




