୨୭ ତାରିଖ ଯାଏଁ ପ୍ରବଳ ବର୍ଷା,୬ ଜିଲ୍ଲାକୁ ରେଡ ଆଲର୍ଟ

ଭୁବନେଶ୍ୱର : ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ I ଏହାର ପ୍ରଭାବରେ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବର୍ଷା । ଟ୍ବିନ ସିଟି ସମେତ ଦକ୍ଷିଣ ଓ କେନ୍ଦ୍ରୀୟ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେଵା ନେଇ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ। ତେବେ ଆଗାମୀ ଦୁଇ ଦିନ ଭିତରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୨୫ ଓ ୨୬ ତାରିଖରେ ଉପକୂଳ […]

Samaya Live Picture
Published On

ଭୁବନେଶ୍ୱର : ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ I ଏହାର ପ୍ରଭାବରେ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବର୍ଷା । ଟ୍ବିନ ସିଟି ସମେତ ଦକ୍ଷିଣ ଓ କେନ୍ଦ୍ରୀୟ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେଵା ନେଇ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ। ତେବେ ଆଗାମୀ ଦୁଇ ଦିନ ଭିତରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୨୫ ଓ ୨୬ ତାରିଖରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବ । ସେହିପରି ଆସନ୍ତାକାଲି ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ବରଗଡ଼, ସୋନପୁର, ବୌଦ୍ଧ, ସମ୍ବଲପୁର ଏବଂ ପ୍ରବଳ ବର୍ଷା ପାଇଁ ଝାରସୁଗୁଡ଼ା, ସୁନ୍ଦରଗଡ, କେଉଁଝର, ମୟୁରଭଞ୍ଜ, ଦେଓଗଡ଼, ନୟାଗଡ଼, କେନ୍ଦ୍ରାପଡ଼ା, ଜଗତସିଂପୁର, କଟକ ଜିଲ୍ଲାକୁ ସତର୍କ ସୂଚନା ଜାରି କରଯାଇଛି।

ଏହା ଭିତରେ ଚିନ୍ତା ବଢ଼ାଇଛି ନିଅଣ୍ଟିଆ ବର୍ଷା । ୧୬ ଜିଲ୍ଲାରେ ବର୍ଷା ସ୍ଥିତି ନିଅଣ୍ଟିଆ ରହିଛି। ୧ ଜୁନରୁ ବର୍ତ୍ତମାନ ସୁଦ୍ଧା ୨୨ ତାରିଖ ପର୍ଯ୍ୟନ୍ତ ୩୭୧.୯ ପ୍ରତିଶତ ବର୍ଷା ରେକର୍ଡ ହୋଇଛି। ବାଲେଶ୍ୱରରେ ସର୍ବାଧିକ ୫୩ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଥିବା ବେଳେ ମୟୂରଭଞ୍ଜରେ ୪୮ ପ୍ରତିଶତ, ସୁନ୍ଦରଗଡ଼ରେ ୪୬ ପ୍ରତିଶତ, ଝାରସୁଗୁଡ଼ାରେ ୪୨ ପ୍ରତିଶତ, କେନ୍ଦ୍ରାପଡ଼ା ଓ ଭଦ୍ରକରେ ୪୧ ପ୍ରତିଶତ, କେନ୍ଦୁଝର, ଯାଜପୁର ଓ ପୁରୀରେ ୩୮ ପ୍ରତିଶତ ଏବଂ ସମ୍ବଲପୁରରେ ୩୩ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି। ପୂରା ରାଜ୍ୟରେ ମୋଟ ୧୩ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି। କେବଳ ମାଲକାନଗିରି ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଛି। ମାଲକାନାଗିରି ଜିଲ୍ଲାର ଚିତ୍ରକୋଣ୍ଡା ଅଞ୍ଚଳରେ ଘଂଟାକରେ ସର୍ବାଧିକ ବର୍ଷା ୧୬୪.୫ ମିଲି ମିଟର ବର୍ଷା ରେକର୍ଡ ହୋଇଛି।

ଅନ୍ୟପଟେ ରାଜ୍ୟରେ ବନ୍ୟାର ଆଶଙ୍କା ନାହିଁ ବୋଲି ଜଳସମ୍ପଦ ମୁଖ୍ୟଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଅଧିକ ବର୍ଷା ହେଲେ ରାଜ୍ୟ ପାଇଁ ଭଲ। ଏବେ ସୁଦ୍ଧା ରାଜ୍ୟରେ ଥିବା ଡ୍ୟାମଗୁଡ଼ିକର ଜଳସ୍ତର ସ୍ଥିତି ଭଲ ନାହିଁ। ହୀରାକୁଦରେ ୬୦୦.୦୫ ଫୁଟ ପାଣି ଅଛି ଯାହା ଗତବର୍ଷ ଅପେକ୍ଷା ୧୪ ଫୁଟ ତଳେ ଅଛି ପାଣି। ରେଙ୍ଗାଲିରେ ୪.୬ ପ୍ରତିଶତରେ ଅଛୁ। ଗତ ବର୍ଷ ୧୪ ପ୍ରତିଶତ ଜଳ ସ୍ତର ଥିଲା। ଏଣେ ମାଲକାନଗିରିର ମାଛକୁଣ୍ଡ ଡ୍ୟାମରେ କୌଣସି ଗେଟ ଖୋଲା ଯାଇ ନ ଥିଲା। ମାଛକୁଣ୍ଡରେ ୨୭୨୧ ଫୁଟ ପାଣି ଅଛି। ମାଲକାନଗିରିରେ ସ୍ଥିତି ନିୟନ୍ତ୍ରଣରେ ରହିଛି।

Tags: