ବାରିପଦାରେ ପ୍ରବଳ ବର୍ଷା,ରାଜ୍ୟର ୪ ଜିଲ୍ଲାରେ ଅତିପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଗତ କିଛି ଦିନ ହେବ ସାରା ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି। ୨୪ ଘଣ୍ଟାରେ ବାରିପଦାରେ ସର୍ବାଧିକ ୧୫୬.୬ ମିମି ବର୍ଷା ରେକର୍ଡ ହୋଇଛି। ଜାମଦା ୧୩୧.୦, ଚାନ୍ଦୁଆ ୧୨୬.୦, ବେତନଟୀରେ ୧୨୫.୦ ମିମି, ପିପିଲି ଓ ବଲାଙ୍ଗୀରରେ ୭୭.୦ ମିମି ବର୍ଷା ରେକର୍ଡ କରାଯାଇଛି। ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ଘୂର୍ଣ୍ଣିବଳୟ ଏବଂ ମୌସୁମୀ ନିମ୍ନ ଚାପରେଖା ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗିରହିଛି। ଆଜି ଅନୁଗୋଳ, ଢେଙ୍କାନାଳ, […]

Samaya Live Picture
Published On

ଭୁବନେଶ୍ୱର : ଗତ କିଛି ଦିନ ହେବ ସାରା ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି। ୨୪ ଘଣ୍ଟାରେ ବାରିପଦାରେ ସର୍ବାଧିକ ୧୫୬.୬ ମିମି ବର୍ଷା ରେକର୍ଡ ହୋଇଛି। ଜାମଦା ୧୩୧.୦, ଚାନ୍ଦୁଆ ୧୨୬.୦, ବେତନଟୀରେ ୧୨୫.୦ ମିମି, ପିପିଲି ଓ ବଲାଙ୍ଗୀରରେ ୭୭.୦ ମିମି ବର୍ଷା ରେକର୍ଡ କରାଯାଇଛି। ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ଘୂର୍ଣ୍ଣିବଳୟ ଏବଂ ମୌସୁମୀ ନିମ୍ନ ଚାପରେଖା ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗିରହିଛି। ଆଜି ଅନୁଗୋଳ, ଢେଙ୍କାନାଳ, କଟକ, ବୌଦ୍ଧ, ସୁବର୍ଣ୍ଣପୁର, ସମ୍ବଲପୁର ପ୍ରମୁଖ ୬ ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନା ରହିଛି। ଆଜି ପାଇଁ ୨୨ ଜିଲ୍ଲାକୁ ପାଣିପାଗ ବିଭାଗର ୟେଲୋ ସତର୍କତା ଜାରି କରାଯାଇଛି। କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ଝାଡ଼ଖଣ୍ଡ ଓ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳ ଉପରେ ରହିଥିବା ଘୂର୍ଣ୍ଣିବଳୟ ସହ ରାଜ୍ୟ ଉପରେ ମୌସୁମୀ ଟ୍ରପ୍‌‌ ଲାଇନ୍‌‌ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ମେଘୁଆ ପାଗ ସାଙ୍ଗକୁ ବର୍ଷା ଜାରିରହିଛି। ଏହି ସ୍ଥିତି ପ୍ରାୟ ୩ ତାରିଖ ପର୍ଯ୍ୟନ୍ତ ଜାରି ରହିବାର ସମ୍ଭାବନା ରହିଛି। ଅନ୍ୟପଟେ ୧ ଓ ୨ ତାରିଖରେ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ମଧ୍ୟ ଆକଳନ ଜାରି କରାଯାଇଛି। ପାଣିପାଗକେନ୍ଦ୍ରର ସୂଚନା ଅନୁସାରେ ପୁରୀ ସମେତ ବଲାଙ୍ଗୀର, ମୟୂରଭଞ୍ଜ ଏବଂ ସମ୍ବଲପୁରର ଜଲ୍ଲାପାଳଙ୍କୁ ସତର୍କ ରହିବାକୁ ସ୍ବତନ୍ତ୍ର ରିଲିଫ୍ କମିସନର(ଏସ୍‌ଆର୍‌ସି) ନିର୍ଦ୍ଦେଶ ଦେଇଛନ୍ତି।

Tags: