୧୨ ଟି ଜିଲ୍ଲାରେ ପ୍ରବଳ ବର୍ଷିବ
ଭୁବନେଶ୍ୱର : ଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସୁଦୃଶ୍ୟ ଲଘୁଚାପ ସକ୍ରିୟ ରହିଛି। ଫଳରେ ପଛକୁ ପଛ ଲାଗି ରହିଛି ଲଘୁଚାପ ଜନିତ ବର୍ଷା I ମାତ୍ର ପ୍ରତିଥର ଭଳି ଏବର୍ଷ ଲଘୁଚାପ ଜନିତ ଲାଗାଁ ବର୍ଷା ନ ହୋଇ ତୁହାକୁ ତୁହା ବର୍ଷା ସହିତ ଖରା ଲାଗି ରହିଛି I ଏହାର କାରଣ ହେଉଛି ଲାଗି ବିରହିଥିବା ୨ଟି ଲଘୁଚାପ ଉତ୍ତରପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଉଥିବାରୁ ଓଡ଼ିଶାର କେବଳ ଦକ୍ଷିଣ ଓଡ଼ିଶାରେ ବର୍ଷାହେବା ସହ ଏହାର ପ୍ରଭାବ […]
ଭୁବନେଶ୍ୱର : ଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସୁଦୃଶ୍ୟ ଲଘୁଚାପ ସକ୍ରିୟ ରହିଛି। ଫଳରେ ପଛକୁ ପଛ ଲାଗି ରହିଛି ଲଘୁଚାପ ଜନିତ ବର୍ଷା I ମାତ୍ର ପ୍ରତିଥର ଭଳି ଏବର୍ଷ ଲଘୁଚାପ ଜନିତ ଲାଗାଁ ବର୍ଷା ନ ହୋଇ ତୁହାକୁ ତୁହା ବର୍ଷା ସହିତ ଖରା ଲାଗି ରହିଛି I ଏହାର କାରଣ ହେଉଛି ଲାଗି ବିରହିଥିବା ୨ଟି ଲଘୁଚାପ ଉତ୍ତରପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଉଥିବାରୁ ଓଡ଼ିଶାର କେବଳ ଦକ୍ଷିଣ ଓଡ଼ିଶାରେ ବର୍ଷାହେବା ସହ ଏହାର ପ୍ରଭାବ ଆନ୍ଧ୍ର ଓ ତାମିଲନାଡ଼ୁ ଆଦି ଉପରେ ରହୁଛି।
ସେହିପରି ଆସନ୍ତା ୩୦ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ। ସାଧାରଣତଃ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ଲଘୁଚାପଗୁଡ଼ିକ ଓଡ଼ିଶାରେ ଅଧିକ ବର୍ଷା କରାଇଥାଏ। ଏନେଇ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଭଲ ବର୍ଷା ହେବ ବୋଲି କହିଛନ୍ତି।
ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଗୁରୁବାରଠାରୁ ବର୍ଷାର ପ୍ରକୋପ କମିବାକୁ ଥିବା ବେଳେ ଓଡ଼ିଶା ଉପରେ ଲଘୁଚାପ ଦୂରକୁ ଯିବ। ହେଲେ ମୌସୁମୀ ଟ୍ରଫ ପ୍ରଭାବରେ କିଛି ସ୍ଥାନରେ ଆସନ୍ତା ୩-୪ ଦିନ ମଧ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଗୁରୁବାର ମାଲାକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗିର ଓ ବରଗଡ଼ ଆଦିରେ ପ୍ରବଳ ବର୍ଷା ଆଶଙ୍କା ରହିଛି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆଜି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି,ବଲାଙ୍ଗିର ଓ ବରଗଡ଼ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସବୁ ଜିଲ୍ଲାରେ ୭ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ଏଥିପାଇଁ ଏହି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।




