ତାତିରେ ଲାଗିବ ବ୍ରେକ,୨ ଦିନ ମଧ୍ୟରେ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର : ମାର୍ଚ୍ଚ ମାସ ଆରମ୍ଭରୁ ଉପରମୁହାଁ ହୋଇଛି ପାରଦ । ୪୨ ଡିଗ୍ରୀ ତାତିରେ ସିଝୁଛି ସାରା ଓଡିଶା । ତେବେ ଆଗାମୀ ୨ ଦିନ ଭିତରେ ତାତିରେ ଲାଗିବ ବ୍ରେକ । ଆଗକୁ ଆସୁଛି କାଳବୈଶାଖୀ। ଏହାର ପ୍ରଭାବରେ ରାଜ୍ୟରେ କମିବ ତାତି। ଆଶ୍ୱସ୍ତ ହେବେ ରାଜ୍ୟବାସୀ । ଗୁରୁଚାପ ବଳୟ ସାଙ୍ଗକୁ ଟ୍ରାପ୍‌ ଲାଇନ ପ୍ରଭାବରେ ଆସନ୍ତା ୨୦ରୁ ୨୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲାରେ ଘଡ଼ଘଡ଼ି ସହ ବର୍ଷା ହେବାର […]

Samaya Live Picture
Published On

ଭୁବନେଶ୍ୱର : ମାର୍ଚ୍ଚ ମାସ ଆରମ୍ଭରୁ ଉପରମୁହାଁ ହୋଇଛି ପାରଦ । ୪୨ ଡିଗ୍ରୀ ତାତିରେ ସିଝୁଛି ସାରା ଓଡିଶା । ତେବେ ଆଗାମୀ ୨ ଦିନ ଭିତରେ ତାତିରେ ଲାଗିବ ବ୍ରେକ । ଆଗକୁ ଆସୁଛି କାଳବୈଶାଖୀ। ଏହାର ପ୍ରଭାବରେ ରାଜ୍ୟରେ କମିବ ତାତି। ଆଶ୍ୱସ୍ତ ହେବେ ରାଜ୍ୟବାସୀ । ଗୁରୁଚାପ ବଳୟ ସାଙ୍ଗକୁ ଟ୍ରାପ୍‌ ଲାଇନ ପ୍ରଭାବରେ ଆସନ୍ତା ୨୦ରୁ ୨୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଏଭଳିସ୍ଥିତିରେ ରବିବାର ରାତିରେ ନୟାଗଡ଼ ଜିଲା ଦଶପଲ୍ଲାରେ ତାଣ୍ଡବ ରଚିଛି କାଳବୈଶାଖୀ। କାଳବୈଶାଖୀ ବର୍ଷା ସାଙ୍ଗକୁ ପ୍ରବଳ ତୋଫାନରେ ଉପୁଡି ପଡିଥିଲା ବଡ ବଡ ଗଛ।

ଅନ୍ୟପଟେ,ଆଗାମୀ ୩ ଦିନ ପର୍ଯ୍ୟନ୍ତ ଖରାରୁ ମିଳିବନି ତ୍ରାହି । ଆସନ୍ତା ୨୪ଘଣ୍ଟା ମଧ୍ୟରେ ଝାରସୁଗୁଡ଼ା, ସମ୍ବଲପୁର ଏବଂ କଳାହାଣ୍ଡି ଜିଲାକୁ ଗ୍ରୀଷ୍ମଲହରୀ ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

ସୁନ୍ଦରଗଡ଼, ସୁବର୍ଣ୍ଣପୁର, କଳାହାଣ୍ଡି, ବୌଦ୍ଧ ଏବଂ ବଲାଙ୍ଗିର ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇ ଥିବାବେଳେ, କେନ୍ଦୁଝର, ଅନୁଗୋଳ, ଢେଙ୍କାନାଳ ଏବଂ ମୟୂରଭଞ୍ଜ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଏଥିସହିତ ବାଲେଶ୍ୱର, ଭଦ୍ରକ, କଟକ, ଜଗତସିଂହପୁର, ଖୋର୍ଦ୍ଧା, ଯାଜପୁର, କେନ୍ଦ୍ରାପଡ଼ା, ପୁରୀ, ନୟାଗଡ଼, ଗଞ୍ଜାମ ଏବଂ ଗଜପତି ଜିଲାର କିଛି ଅଞ୍ଚଳରେ ଉଷ୍ଣ ଆର୍ଦ୍ରତା ରହିବା ହେତୁ ପ୍ରବଳ ମାତ୍ରାରେ ଗୁଳୁଗୁଳି ଅନୁଭୂତ ହୋଇପାରେ।

ଅପରପକ୍ଷରେ ବଲାଙ୍ଗିର, ମୟୂରଭଞ୍ଜ, ସମ୍ବଲପୁର ଏବଂ ବୌଦ୍ଧ ଜିଲାର କିଛି ଅଞ୍ଚଳରେ ରାତିରେ ବାୟୁମଣ୍ଡଳ ଆର୍ଦ୍ରତା ପରିମାଣ ଅଧିକ ଗରମ ରହିବା ସମ୍ଭାବନା ଥିବାରୁ ଉପରୋକ୍ତ ୪ଜିଲାରେ ରାତିରେ ପ୍ରଚଣ୍ଡ ଗରମ ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହେବାର ସମ୍ଭାବନା ରହିଛି।

Tags: