ପୁଣି କଲବଲ କରିବ ତାତି

ଭୁବନେଶ୍ୱର : କିଛି ଦିନର ବିରତି ପରେ ପୁଣିଥରେ ତାତି ଉପରମୁହାଁ ହୋଇଛି। କାଳବୈଶାଖୀ ପରେ ଗତ ୩ ଦିନ ହେବ ରାଜ୍ୟରେ ତାତିର ପରିମାଣ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ଗୁରୁବାର ଏକାଧିକ ସହରରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଥିବା ବେଳେ ୧୯ ତାରିଖ ପାଖରୁ କେତେକ ଜିଲ୍ଲାରେ ୪ ରୁ ୫ ଡିଗ୍ରୀ ଯାଏଁ ବୃଦ୍ଧି ପାଇବ ତାତି I ଏନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି। ବର୍ତ୍ତମାନ ଦକ୍ଷିଣ ଗୋଲାର୍ଦ୍ଧ ବିଷୁବ […]

Samaya Live Picture
Published On

ଭୁବନେଶ୍ୱର : କିଛି ଦିନର ବିରତି ପରେ ପୁଣିଥରେ ତାତି ଉପରମୁହାଁ ହୋଇଛି। କାଳବୈଶାଖୀ ପରେ ଗତ ୩ ଦିନ ହେବ ରାଜ୍ୟରେ ତାତିର ପରିମାଣ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ଗୁରୁବାର ଏକାଧିକ ସହରରେ ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଥିବା ବେଳେ ୧୯ ତାରିଖ ପାଖରୁ କେତେକ ଜିଲ୍ଲାରେ ୪ ରୁ ୫ ଡିଗ୍ରୀ ଯାଏଁ ବୃଦ୍ଧି ପାଇବ ତାତି I ଏନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି। ବର୍ତ୍ତମାନ ଦକ୍ଷିଣ ଗୋଲାର୍ଦ୍ଧ ବିଷୁବ ରେଖା ଅତିକ୍ରମ କରୁଥିବା ପବନ ଆରବ ସାଗରକୁ ଆସୁଛି I ତାହା ଆସିବା ପରେ ବଙ୍ଗୋପସାଗରରେ ପହଁଚୁଛି I ଫଳରେ ଆସନ୍ତା ୨ ଦିନ ମଧ୍ୟରେ ତାପମାତ୍ରା ପୁଣି ଥରେ ବଢିବ I

ଏହାସହିତ ଆଇଏମ୍‌ଡିର ବିସ୍ତାରିତ ପରିସର ଆକଳନରେ ମଧ୍ୟ ତାତି ବୃଦ୍ଧି ନେଇ ଆଶଙ୍କା କରାଯାଇଛି। ଏହି ଆକଳନରେ କୁହାଯାଇଛି ଯେ ଦ୍ୱିତୀୟ ସପ୍ତାହରେ ୨୪-୩୦ତାରିଖ ମଧ୍ୟରେ ରାଜ୍ୟରେ ତାପମାତ୍ରା ବୃଦ୍ଧି ସହ ଆଭ୍ୟନ୍ତରୀଣ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ସ୍ଥିତି ଉପିଜିବ।

ଅନ୍ୟପଟେ ତାତିକୁ ଦୃଷ୍ଟିରେ ରଖି ୧୯ ତାରିଖରୁ ରାଜ୍ୟର ବିଭିନ୍ନ ଜିଲ୍ଲା ପାଇଁ ଗ୍ରୀଷ୍ମ ଲହରୀ ଜନିତ ୟେଲୋ ଆଲର୍ଟ ଜାରି କରାଯାଇଛି। ୧୯ ତାରିଖଥ ନୂଆପଡ଼ା, ବଲାଙ୍ଗିର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ମୟରୂଭଞ୍ଜ, କେନ୍ଦୁଝର ଓ ଅନୁଗୁଳ ଜିଲ୍ଲାରେ ଗ୍ରୀଷ୍ମ ଲହରୀ ସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ପାଣିପାଗ କେନ୍ଦ୍ର କହିଛି ଗ୍ରୀଷ୍ମ ଲହରୀ ସ୍ଥିତି ସମୟରେ ଉପକୂଳ ଓଡ଼ିଶାରେ ତାପମାତ୍ରା ୩୭ରୁ ୩୯ ଡିଗ୍ରୀ ସେଲ୍‌ସିୟସ ରହିବା ସହ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୩୯ରୁ ୪୩ ଡିଗ୍ରୀ ସେଲ୍‌ସିୟସ ମଧ୍ୟରେ ରହିବାର ଆଶଙ୍କା ରହିଛି।

Tags: