ଉପରମୁହାଁ ପାରଦ ,୨୪ ଘଣ୍ଟା ଯାଏଁ ହିଟ ୱେଭ

ଭୁବନେଶ୍ୱର : ସାରା ରାଜ୍ୟରେ ଜାରି ରହିଛି ଅଗ୍ନିଵର୍ଷା I ନିଆଁ ବର୍ଷା ଖରା ସାଙ୍ଗକୁ ପ୍ରଚଣ୍ଡ ତାତିରେ ରାଜ୍ୟବାସୀ ହନ୍ତସନ୍ତ ହେଉଛନ୍ତି। ଘରୁ ବାହାର ପର୍ଯ୍ୟନ୍ତ ପ୍ରଚଣ୍ଡ ତାତି I ଗତକାଲି ରାଜଧାନୀ ଭୁବନେଶ୍ୱର ସବୁଠାରୁ ଉତପ୍ତ ସହର ଥିବାବେଳେ ଆଜି ମଧ୍ୟ ସାରା ରାଜ୍ୟରେ ଏଭଳି ଗରମ ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ସେହିପରି ଆସନ୍ତା ୨୪ ଘଣ୍ଟା ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାଗୁଡ଼ିକୁ ହିଟ ୱେଭ୍‌ […]

Samaya Live Picture
Published On

ଭୁବନେଶ୍ୱର : ସାରା ରାଜ୍ୟରେ ଜାରି ରହିଛି ଅଗ୍ନିଵର୍ଷା I ନିଆଁ ବର୍ଷା ଖରା ସାଙ୍ଗକୁ ପ୍ରଚଣ୍ଡ ତାତିରେ ରାଜ୍ୟବାସୀ ହନ୍ତସନ୍ତ ହେଉଛନ୍ତି। ଘରୁ ବାହାର ପର୍ଯ୍ୟନ୍ତ ପ୍ରଚଣ୍ଡ ତାତି I ଗତକାଲି ରାଜଧାନୀ ଭୁବନେଶ୍ୱର ସବୁଠାରୁ ଉତପ୍ତ ସହର ଥିବାବେଳେ ଆଜି ମଧ୍ୟ ସାରା ରାଜ୍ୟରେ ଏଭଳି ଗରମ ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।

ସେହିପରି ଆସନ୍ତା ୨୪ ଘଣ୍ଟା ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାଗୁଡ଼ିକୁ ହିଟ ୱେଭ୍‌ ଆଲର୍ଟ ଜାରି କରାଯାଇଛି। ଆସନ୍ତା ୨୪ ଘଣ୍ଟା ଯାଏ କିଛି ସ୍ଥାନରେ ହିଟ୍‌ୱେଭ ଜାରି ରହିବ। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା। ତେବେ କଟକ, ଭଦ୍ରକ, ନୟାଗଡ଼, ମୟୂରଭଞ୍ଜ, କଳାହାଣ୍ଡି, ବୌଦ୍ଧ, ମାଲକାନଗିରି, ନୂଆପଡ଼ା, ନବରଙ୍ଗପୁର, କନ୍ଧମାଳ, ବଲାଙ୍ଗୀରକୁ ଜିଲାକୁ ସତର୍କତା ଜାରି କରାଯାଇଛି।

ସେହିପରି ମୟୁରଭଞ୍ଜ, କେନ୍ଦୁଝର, ସମ୍ବଲପୁର, ସୋନପୁର, ସୁନ୍ଦରଗଡ଼, କନ୍ଧମାଳ , ବୌଦ୍ଧ ଓ ନୟାଗଡ଼ ଜିଲ୍ଲାରେ ମଧ୍ୟ ରାତିରେ ଗରମ ଅନୁଭୂତ ( ୱାର୍ମ ନାଇଟ କଣ୍ଡିସନ) ହେବ ବୋଲି ଆକଳନ କରାଯାଇଛି। ଗଜପତି, ବାଲେଶ୍ବର, ଖୋର୍ଦ୍ଧା ଏବଂ ପୁରୀ ଆଦି ଜିଲ୍ଲାରେ ଉଷ୍ମ ଓ ଆଦ୍ର ସ୍ଥିତି ସମ୍ଭାବନା ଅଧିକ ରହିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଜାରି କରାଯାଇଛି।

ଅନ୍ୟପଟେ, ଆଜି ଦିନ ସାଢ଼େ ୮ ସୁଦ୍ଧା କିଛି ସ୍ଥାନରେ ତାପମାତ୍ରା ୩୧ ଟପିଛି। ଚାନ୍ଦବାଲି ୩୧.୬, କେନ୍ଦୁଝର ୩୧, ସମ୍ବଲପୁର ଓ ଝାରସୁଗୁଡ଼ା ୩୦ ଡିଗ୍ରୀ ରହିଥିବା ବେଳେ ଭୁବନେଶ୍ୱରରେ ତାପମାତ୍ରା ୨୯.୮ ଡିଗ୍ରୀ ରହିଛି।

Tags: