ଧୁ ଧୁ ଖରାରେ ଜଳୁଛି ସାରା ରାଜ୍ୟ
ଭୁବନେଶ୍ୱର : ରାଜ୍ୟରେ ବଢୁଛି ପାରଦ I ଧୁ ଧୁ ଖରାରେ ଜଳୁଛି ସାରା ରାଜ୍ୟ I ମାର୍ଚ୍ଚ ମାସ ନ ସରୁଣୁ ୪୦ ଛୁଇଁଲାଣି ପାରଦ I ୧୩ ସହରରେ ତାପମାତ୍ରା ୩୮ ଡିଗ୍ରୀ ଉପରେ ରହିଛି। ଗତକାଲି ମଧ୍ୟ ୫ ଟି ସହରର ତାପମାତ୍ରା ୩୯ ଡିଗ୍ରୀ ରହିଥିଲା Iଏହି ସ୍ଥିତି ଆଗକୁ ଜାରି ରହିବା ସହ ତାପମାତ୍ରାରେ ଆହୁରି ବୃଦ୍ଧି ହେବାକୁ ଥିବାର ସମ୍ଭବତଃ ଚଳିତ ମାସ ଶେଷ ସୁଦ୍ଧା ରାଜ୍ୟରେ ପାରଦ […]
ଭୁବନେଶ୍ୱର : ରାଜ୍ୟରେ ବଢୁଛି ପାରଦ I ଧୁ ଧୁ ଖରାରେ ଜଳୁଛି ସାରା ରାଜ୍ୟ I ମାର୍ଚ୍ଚ ମାସ ନ ସରୁଣୁ ୪୦ ଛୁଇଁଲାଣି ପାରଦ I ୧୩ ସହରରେ ତାପମାତ୍ରା ୩୮ ଡିଗ୍ରୀ ଉପରେ ରହିଛି। ଗତକାଲି ମଧ୍ୟ ୫ ଟି ସହରର ତାପମାତ୍ରା ୩୯ ଡିଗ୍ରୀ ରହିଥିଲା Iଏହି ସ୍ଥିତି ଆଗକୁ ଜାରି ରହିବା ସହ ତାପମାତ୍ରାରେ ଆହୁରି ବୃଦ୍ଧି ହେବାକୁ ଥିବାର ସମ୍ଭବତଃ ଚଳିତ ମାସ ଶେଷ ସୁଦ୍ଧା ରାଜ୍ୟରେ ପାରଦ ୪୦ ଡିଗ୍ରୀ ଅତିକ୍ରମ କରିବାର ଆଶଙ୍କା ସୃଷ୍ଟି ହୋଇଛି।
ଆଜି ସକାଳ ୧୦ ଟା ସୁଦ୍ଧା ୩୬ ଡିଗ୍ରୀ ପାର କରିଥିଲା ରାଜଧାନୀର ତାପମାତ୍ରା I ଡହ ଡହ ଖରାରେ ଜଳୁଛନ୍ତି ରାଜଧାନୀବାସୀ I ସେହିପରି ଗତକାଲି ସୁଦ୍ଧା ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିଠାରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୯.୮ ଡିଗ୍ରିରେ ପହଞ୍ଚିବା ସହ ରାଜ୍ୟର ଉତ୍ତପ୍ତ ସହର ପାଲଟିଥିଲା । ବୌଦ୍ଧରେ ୩୯.୫ ଡିଗ୍ରି ଥିବା ବେଳେ ନୟାଗଡ଼ରେ ୩୯.୨, ଟିଟିଲାଗଡ଼ରେ ୩୯.୨, ଭବାନୀପାଟଣାରେ ୩୯, ଫୁଲବାଣୀରେ ୩୮.୯, ତାଳଚେରରେ ୩୮.୬, ରାୟଗଡ଼ାରେ ୩୮.୬, କଟକରେ ୩୮.୪, ଝାରସୁଗୁଡ଼ାରେ ୩୮.୩, ମାଲକାନଗିରି ଓ ଚାନ୍ଦବାଲିରେ ୩୮.୨ ଓ ଅନୁଗୁଳରେ ୩୮.୧ ଡିଗ୍ରି ରେକର୍ଡ କରାଯାଇଛି। ଆସନ୍ତା ଦୁଇ ଦିନ ମଧ୍ୟରେ ଦିନର ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ପଶ୍ଚିମ, ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ପାରଦ ୪୦ ଡିଗ୍ରି ଉପରକୁ ଚାଲିଯିବ। ଏପ୍ରିଲ ପହିଲାରେ ୧୦ରୁ ଅଧିକ ସହରର ତାପମାତ୍ରା ୪୦ ଡିଗ୍ରି ଛୁଇଁପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।
ଅନ୍ୟପଟେ ଆସନ୍ତା ୧ ତାରିଖ ବେଳକୁ ଉତ୍ତର ଓଡ଼ିଶାର କେତେକ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ଲାଗି ରହିବ। ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର ଓ ଭଦ୍ରକ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।




