ମାଘ ମାସ ଖରା ବାଘ ପରି
ଭୁବନେଶ୍ୱର : ଆଉ ନାହିଁ ମାଘ ମାସ ଶୀତ ବାଘ ପରି I ମାଘ ମାସରେ ଖରା ତା’ର ପ୍ରଚଣ୍ଡ ରୂପ ଦେଖାଇ ସାରିଲାଣି I ରାଜ୍ୟରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ୩୭ ଡିଗ୍ରୀ ପାର କରିଛି ତାତି I ଫେବୃଆରୀ ମାସ ଅଧାଅଧି ବେଳକୁ ରାଜଧାନୀ ଭୁବନେଶ୍ୱର ସର୍ବାଧିକ ଉତପ୍ତ ସହର ପାଲଟିଛି I ସେହିପରି ଗତକାଲି ସୁଦ୍ଧା ୧୫ଟି ସହରରେ ତାପମାତ୍ର ୩୫ ଡିଗ୍ରୀ ଉପରେ ରହିଥିଲା I ପାଣିପାଗ ବିଭାଗର […]
ଭୁବନେଶ୍ୱର : ଆଉ ନାହିଁ ମାଘ ମାସ ଶୀତ ବାଘ ପରି I ମାଘ ମାସରେ ଖରା ତା’ର ପ୍ରଚଣ୍ଡ ରୂପ ଦେଖାଇ ସାରିଲାଣି I ରାଜ୍ୟରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ୩୭ ଡିଗ୍ରୀ ପାର କରିଛି ତାତି I ଫେବୃଆରୀ ମାସ ଅଧାଅଧି ବେଳକୁ ରାଜଧାନୀ ଭୁବନେଶ୍ୱର ସର୍ବାଧିକ ଉତପ୍ତ ସହର ପାଲଟିଛି I ସେହିପରି ଗତକାଲି ସୁଦ୍ଧା ୧୫ଟି ସହରରେ ତାପମାତ୍ର ୩୫ ଡିଗ୍ରୀ ଉପରେ ରହିଥିଲା I ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ୨୩ ତାରିଖରୁ ପାଗରେ ସାମାନ୍ୟ ପତିବର୍ତ୍ତନ ଆସିପାରେ I
ଅନ୍ୟପଟେ,ରାଜ୍ୟକୁ ଶୁଷ୍କ ବାୟୁ ପ୍ରବାହ ଜାରି ଥିବାରୁ ଉଭୟ ଦିନ ଓ ରାତିର ତାପମାତ୍ରା ବଢୁଥିବା ବିଭାଗ ପକ୍ଷରୁ କୁହାଯାଇଛି। ଆସନ୍ତା ୨୨ରୁ ଆଭ୍ୟନ୍ତରୀଣ ଓ ଉପକୂଳ ଓଡିଶାର କିଛି ଜିଲ୍ଲାରେ ବର୍ଷା ହୋଇପାରେ। ୨୪ ତାରିଖରେ ବର୍ଷାର ପରିମାଣ ବଢିବାକୁ ଥିବାବେଳେ ୨୬ ତାରିଖ ଯାଏଁ ପ୍ରଭାବ ଜାରି ରହିବ ବୋଲି ପାଣିପାଗ ବିଭାଗ କହିଛି। ମଙ୍ଗଳବାର ଭୁବନେଶ୍ବରରେ ସର୍ବାଧିକ ୩୭ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା। ସେହିପରି ବୌଦ୍ଧରେ ୩୬, ଭବନୀପାଟଣା ଓ ଝାରସୁୁଗୁଡାରେ ୩୫.୬ , ପାରଳାଖେମୁଣ୍ଡି ଓ ଟିଟଲାଗଡରେ ୩୫.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।




