ପୁଣି ଲେଉଟିବ ତାତି
ଭୁବନେଶ୍ୱର : ରାଜ୍ୟରେ ବଦଳିବ ପାଣିପାଗ I ଆସନ୍ତାକାଲିଠାରୁ ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ଦିନ ତାପମାତ୍ରା ବୃଦ୍ଧି ପାଇବ I ଆଗାମୀ ୫ ଦିନ ଯାଏଁ ହିଟୱେଭ ସ୍ଥିତି ନାହିଁ I ତେବେ କିଛି ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ତେବେ ଭୀଷଣ ବାତ୍ୟା ‘ରେମଲ’ ବାତ୍ୟାରେ ପରିଣତ ହୋଇଛି। ବର୍ତ୍ତମାନ ଓଡ଼ିଶାକୁ ଏହାର ବିଶେଷ ପ୍ରଭାବ ନଥିଲେ ମଧ୍ୟ ତେବେ ଆଜି ପାଗ କୋହଲା ରହିବା ସହ […]
ଭୁବନେଶ୍ୱର : ରାଜ୍ୟରେ ବଦଳିବ ପାଣିପାଗ I ଆସନ୍ତାକାଲିଠାରୁ ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ଦିନ ତାପମାତ୍ରା ବୃଦ୍ଧି ପାଇବ I ଆଗାମୀ ୫ ଦିନ ଯାଏଁ ହିଟୱେଭ ସ୍ଥିତି ନାହିଁ I ତେବେ କିଛି ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ତେବେ ଭୀଷଣ ବାତ୍ୟା ‘ରେମଲ’ ବାତ୍ୟାରେ ପରିଣତ ହୋଇଛି। ବର୍ତ୍ତମାନ ଓଡ଼ିଶାକୁ ଏହାର ବିଶେଷ ପ୍ରଭାବ ନଥିଲେ ମଧ୍ୟ ତେବେ ଆଜି ପାଗ କୋହଲା ରହିବା ସହ ପ୍ରବଳ ଗୁଳୁଗୁଳି ଅନୁଭୁତ ହେଉଛି। ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ପ୍ରବଳ ଗୁଳୁଗୁଳି ହେଉଛି । ଏଭଳି ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ମନୋରମା ମହାନ୍ତି।
ପାଣିପାଗ ବିଭାଗ ସୂଚନାନୁସାରେ, ରାଜ୍ୟରେ କେତେକ ଜିଲ୍ଲାରେ ସ୍ୱଳ୍ପ ପରିମାଣର କାଳବୈଶାଖୀ ବର୍ଷା ହୋଇପାରେ। ଆସନ୍ତାକାଲି ଠାରୁ ୨ରୁ ତିନି ଡିଗ୍ରୀ ତାପମାତ୍ରା ବଢିବ। ଆଗାମୀ ପାଞ୍ଚ ଦିନ ପର୍ଯ୍ୟନ୍ତ ହିଟୱେଭ ସ୍ଥିତି ସମ୍ଭାବନା ନାହିଁ। ନୟାଗଡ଼ର ରାମପୁରରେ ସର୍ବାଧିକ ୯୨.୮ ମିମି ଏବଂ କେନ୍ଦ୍ରାପଡ଼ାର ରାଜନଗରରେ ୭୮ ମିମି ବର୍ଷା ରେକର୍ଡ଼ କରାଯାଇଛି। ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ଏମିତି ସ୍ଥିତି ରହିବ। ଏହାଛଡ଼ା କେତେକ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବାର ସମ୍ଭାବନା ରହିଛି।
ଅନ୍ୟପଟେ ଚଳିତ ଥର ସଅଳ ଆସିବ ମୌସୁମୀ। ଆଗାମୀ ୫ଦିନ ଭିତରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁପାରେ। ଜୁନ ୧ସୁଦ୍ଧା କେରଳ ଛୁଇଁବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ।
Conditions are likely to become favorable for Onset of Monsoon over Kerala during next 5 days.
— India Meteorological Department (@Indiametdept) May 27, 2024




