ପ୍ରଚଣ୍ଡ ଖରା ସାଙ୍ଗକୁ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ
ଭୁବନେଶ୍ୱର : ପୁଣି ଥରେ ଲେଉଟିଛି ତାତି I ପ୍ରଚଣ୍ଡ ଖରା ତାତି ସାଙ୍ଗକୁ ଗରମ ଗୁଳୁଗୁଳିରେ ଛଟପଟ ହେଉଛନ୍ତି ଲୋକେ I ଆଗାମୀ ୫ ଦିନ ଯାଏଁ ଏଇଭଳି ପାଗ ଜାରି ରହିବା ସହିତ ତାତିରୁ ମିଳିବନି ମୁକ୍ତି I ଭୟଙ୍କର ଅଗ୍ନିଵର୍ଷାରେ ଜଳୁଛି ସମଗ୍ର ରାଜ୍ୟ I ପଶ୍ଚିମ ଓଡ଼ିଶାରେ ଆକାଶରୁ ଖସୁଛି ଅଗ୍ନିପିଣ୍ଡୁଳା I ଗତକାଲି ବୌଦ୍ଧ ୪୫.୯ ଡିଗ୍ରୀ ସହିତ ସବୁଠାରୁ ଉତପ୍ତ ଅଞ୍ଚଳ ଥିଲା I ତା ପଛକୁ ସୋନପୁର […]
ଭୁବନେଶ୍ୱର : ପୁଣି ଥରେ ଲେଉଟିଛି ତାତି I ପ୍ରଚଣ୍ଡ ଖରା ତାତି ସାଙ୍ଗକୁ ଗରମ ଗୁଳୁଗୁଳିରେ ଛଟପଟ ହେଉଛନ୍ତି ଲୋକେ I ଆଗାମୀ ୫ ଦିନ ଯାଏଁ ଏଇଭଳି ପାଗ ଜାରି ରହିବା ସହିତ ତାତିରୁ ମିଳିବନି ମୁକ୍ତି I ଭୟଙ୍କର ଅଗ୍ନିଵର୍ଷାରେ ଜଳୁଛି ସମଗ୍ର ରାଜ୍ୟ I ପଶ୍ଚିମ ଓଡ଼ିଶାରେ ଆକାଶରୁ ଖସୁଛି ଅଗ୍ନିପିଣ୍ଡୁଳା I ଗତକାଲି ବୌଦ୍ଧ ୪୫.୯ ଡିଗ୍ରୀ ସହିତ ସବୁଠାରୁ ଉତପ୍ତ ଅଞ୍ଚଳ ଥିଲା I ତା ପଛକୁ ସୋନପୁର ୪୫.୩ ସହିତ ଟିଟିଲାଗଡ଼ର ତାପମାତ୍ରା ୪୫ ଡିଗ୍ରୀ ଛୁଇଁଥିଲା I କେବଳ ପଶ୍ଚିମ ଓଡିଶା ନୁହେଁ ସମଗ୍ର ରାଜ୍ୟରେ ତାତି ସହିତ ବାୟୁମଣ୍ଡଳର ଆର୍ଦ୍ରତା ଏତେ ପରିମାଣରେ ବଢିଯାଇଛି ଯେ ଭୀଷଣ ଗୁଳୁଗୁଳିରେ ଅଣନିଶ୍ୱାସୀ ହେଉଛି ଜନଜୀବନ I ଆଗାମୀ ଦୁଇ ତିନି ଦିନରେ ତାପମାତ୍ରା ୩ ରୁ ୫ଡିଗ୍ରୀ ବଢିବା ନେଇ ସୂଚନା ଦେଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଗାମୀ ୫ ଦିନରେ ଓଡ଼ିଶାରେ ଗୋଟିଏ ଦୁଇଟି ଜାଗାରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି କିନ୍ତୁ ଅନ୍ୟ ସ୍ଥାନରେ ଗ୍ରୀଷ୍ମପ୍ରବାହ ସ୍ଥିତି ରହିବ ।
ସେହିପରି ୨୯ ଓ ୩୦ ତାରିଖରେ ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର ଓ ନୂଆପଡାରେ ଗ୍ରୀଷ୍ମପ୍ରବାହ ସ୍ଥିତି ରହିବ । ୩୦ ରୁ ୧ ତାରିଖରେ କିଛି ସ୍ଥାନରେ ବିଜୁଳି, ଘଡଘଡି ସହ ବର୍ଷା ପବନ ହୋଇପାରେ । ଆଗାମୀ ଚାରିଦିନ ଭିତରେ ସମୟାନୁସାରେ କେରଳ ଛୁଇଁବ ମୌସୁମୀ । ଓଡିଶାକୁ ମୌସୁମୀ ଛୁଇଁବା ଚାରିଦିନ ପୂର୍ବରୁ ଆକଳନ କରିହେବ । ଚଳିତବର୍ଷ ଓଡ଼ିଶାର କିଛି କିଛି ସ୍ଥାନରେ କମ ବର୍ଷା ହୋଇପାରେ । କିଛି ଜାଗାରେ ମେଘୁଆ ପାଗ ରହିବ । କିନ୍ତୁ ଚଳିତବର୍ଷ ମଧ୍ୟ କିଛି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରହିପାରେ ବୋଲି ଆନୁମାନ କରିଛି ପାଣିପାଗ ବିଭାଗ ।
ଅନ୍ୟପଟେ ଆଜି ସକାଳ ସାଢେ ୧୧ଟା ସୁଦ୍ଧା ତାପମାତ୍ରା ୪୨ ଡିଗ୍ରୀ ପାର୍ କରିଛି। ୪୨.୮ଡିଗ୍ରୀ ସହ ଝାରସୁଗୁଡା ସବୁଠୁ ଉତ୍ତପ୍ତ ସହର ପାଲଟିଛି। ସମ୍ବଲପୁରରେ ୪୨.୨, ହୀରାକୁଦରେ ତାପମାତ୍ରା ୪୨ ଡିଗ୍ରୀ , ରାଉରକେଲାରେ ୪୦.୮, କେନ୍ଦୁଝରରେ ୪୦.୫ ଓ ଭୁବନେଶ୍ଵରରେ ୩୮.୮ଡିଗ୍ରୀ ରେକର୍ଡ ହୋଇଛି। ପଶ୍ଚିମାଞ୍ଚଳରେ ଟାଣଖରା ଯୋଗୁଁ ବାହାରକୁ ବାହାରି ହେଉନାହିଁ। ଉପକୂଳ ଓଡ଼ିଶାର ଜିଲାଗୁଡିକରେ ଗରମ ଏବଂ ଗୁଳୁଗୁଳି ଲାଗି ରହିଛି। ପ୍ରାୟ ଅଞ୍ଚଳରେ ମଙ୍ଗଳବାର ସର୍ବାଧିକ ତାପମାତ୍ରା ବୃଦ୍ଧି ପାଇଥିଲା । ୧୭ଟି ସହରରେ ଦିନ ତାପମାତ୍ରା ୪୦ଡିଗ୍ରୀ କିମ୍ବା ତା’ପରେ ରହିଥିଲା। ଆଜି ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି।




