ହୃଦୟ ବିଦାରକ ଘଟଣା,ମା’ ଆଖି ସାମ୍ନାରେ ଶିଶୁ ଉପରେ ମାଡିଗଲା ହାଇୱା
ବୀରମିତ୍ରପୁର: ଆଜି ସକାଳେ ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଅଞ୍ଚଳରେ ଘଟି ଯାଇଛି ଏକ ହୃଦୟ ବିଦାରକ ଘଟଣା । ବାଇକରେ ଯାଉଥିବା ବେଳେ ମା’ ହାତରୁ ଖସି ପଡିଲା ୨ ବର୍ଷର ଶିଶୁ କନ୍ୟା । ଚାହୁଁ ଚାହୁଁ ବାପାମାଆଙ୍କ ଆଖି ସାମ୍ନାରେ ଶିଶୁ ଉପରେ ମାଡିଗଲା ହାଇୱା । ଏଭଳି ଅଘଟଣ ସୁନ୍ଦରଗଡ଼ ଜିଲ୍ଲା ୧୪୩ ନମ୍ବର ଜାତୀୟ ରାଜପଥ ଲାଲଜୀରାମ୍ ପେଟ୍ରୋଲ ପମ୍ପ୍ ନିକଟରେ ଘଟିଛି । ଶିଶୁଟିର ମୃତଦେହ ପାଖରେ ମା’ ମୁଣ୍ଡ […]
ବୀରମିତ୍ରପୁର: ଆଜି ସକାଳେ ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଅଞ୍ଚଳରେ ଘଟି ଯାଇଛି ଏକ ହୃଦୟ ବିଦାରକ ଘଟଣା । ବାଇକରେ ଯାଉଥିବା ବେଳେ ମା’ ହାତରୁ ଖସି ପଡିଲା ୨ ବର୍ଷର ଶିଶୁ କନ୍ୟା । ଚାହୁଁ ଚାହୁଁ ବାପାମାଆଙ୍କ ଆଖି ସାମ୍ନାରେ ଶିଶୁ ଉପରେ ମାଡିଗଲା ହାଇୱା । ଏଭଳି ଅଘଟଣ ସୁନ୍ଦରଗଡ଼ ଜିଲ୍ଲା ୧୪୩ ନମ୍ବର ଜାତୀୟ ରାଜପଥ ଲାଲଜୀରାମ୍ ପେଟ୍ରୋଲ ପମ୍ପ୍ ନିକଟରେ ଘଟିଛି । ଶିଶୁଟିର ମୃତଦେହ ପାଖରେ ମା’ ମୁଣ୍ଡ ପିଟି କାନ୍ଦୁଥିବାର ଦେଖାଯାଇଥିଲା ।
ସୂଚନାନୁସାରେ,ଝାରଖଣ୍ଡ କେରିଆ ଅଞ୍ଚଳର ଅଭିଷେକ ମାଝୀ, ପତ୍ନୀ ମନୀଷା ଓ ନିଜର ଛୋଟ ଝିଅକୁ ନେଇ କୌଣସି କାମରେ ବେଦବ୍ୟାସ ଯାଇଥିଲେ। ଆଜି ସକାଳେ ବାଇକ୍ ଯୋଗେ ସମସ୍ତେ ନିଜ ଘର ଝାରଖଣ୍ଡ କେରିଆକୁ ଫେରୁଥିଲେ। ଲାଲଜିରାମ ପେଟ୍ରୋଲ୍ ପମ୍ପ ସମ୍ମୁଖରେ ଛୋଟ ଛୁଆଟି ମା’ କୋଳରୁ ରାସ୍ତା ଉପରକୁ ଖସି ପଡ଼ିଥିଲା। ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଟ୍ରକଟି ଶିଶୁକନ୍ୟା ଉପରେ ମାଡ଼ି ଯାଇଥିଲା। ଘଟଣାସ୍ଥଳରେ ୨ବର୍ଷର ଝିଅର ମୃତ୍ୟୁ ଘଟିଥିଲା। ଏହା ଦେଖି ସ୍ଥାନୀୟ ଲୋକେ ରାସ୍ତାରୋକ କରିଥିଲେ ଇ ଖବର ପାଇଁ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।




