ଏମ୍ସରେ ଚାଲିଛି ଆଇପିଏସ ଆଶିଷ ସିଂ ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା

ଭୁବନେଶ୍ୱର : ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଭୁବନେଶ୍ୱର ଏମ୍ସରେ ପହଁଚିଲେ ଆଇପିଏସ ଆଶିଷ ସିଂ I ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଇପିଏସ ଆଶିଷ ସିଂ ଏମ୍ସରେ ପହଞ୍ଚିଛନ୍ତି । ଭୁବନେଶ୍ୱର ଏମ୍ସରେ ଏଥିନିମନ୍ତେ ଏକ ସ୍ବତନ୍ତ୍ର ମେଡିକାଲ ବୋର୍ଡ ଗଠିତ ହୋଇଛି । ଆଜି ପୂର୍ବାହ୍ନ ୮ଟା୩୦ରେ ଆଶିଷ ସିଂହ ଏମ୍ସରେ ପହଞ୍ଚିଥିଲେ। ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ନିମନ୍ତେ ତାଙ୍କ ପାଇଁ ଏକ ପ୍ରାଇଭେଟ କ୍ୟାବିନ ବୁକ ହୋଇଥିବା ଜଣାଯାଇଛି। AIIMS କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ […]

Samaya Live Picture
Published On

ଭୁବନେଶ୍ୱର : ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଭୁବନେଶ୍ୱର ଏମ୍ସରେ ପହଁଚିଲେ ଆଇପିଏସ ଆଶିଷ ସିଂ I ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଇପିଏସ ଆଶିଷ ସିଂ ଏମ୍ସରେ ପହଞ୍ଚିଛନ୍ତି । ଭୁବନେଶ୍ୱର ଏମ୍ସରେ ଏଥିନିମନ୍ତେ ଏକ ସ୍ବତନ୍ତ୍ର ମେଡିକାଲ ବୋର୍ଡ ଗଠିତ ହୋଇଛି । ଆଜି ପୂର୍ବାହ୍ନ ୮ଟା୩୦ରେ ଆଶିଷ ସିଂହ ଏମ୍ସରେ ପହଞ୍ଚିଥିଲେ। ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ନିମନ୍ତେ ତାଙ୍କ ପାଇଁ ଏକ ପ୍ରାଇଭେଟ କ୍ୟାବିନ ବୁକ ହୋଇଥିବା ଜଣାଯାଇଛି।

AIIMS କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ୱାସଙ୍କ ଅଧ୍ୟକ୍ଷତାରେ ଆଶିଷ ସିଂହଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ ନିମନ୍ତେ ୬ ଜଣିଆ ବିଶେଷଜ୍ଞଙ୍କୁ ନେଇ ବୋର୍ଡ ଗଠିତ ହୋଇଛି। ବୋର୍ଡରେ ମେଡିସିନ, ସର୍ଜରୀ, ଅର୍ଥୋପେଡିକ ଓ ନ୍ୟୁରୋ ବିଭାଗ ଭଳି ବିଭିନ୍ନ ବିଭାଗର ବିଶେଷଜ୍ଞ ସାମିଲ ଅଛନ୍ତି। ଏହି ବୋର୍ଡ ଆଜି ଆଶିଷ ସିଂହଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରୁଥିବା ବେଳେ ଆସନ୍ତାକାଲି ସୁଦ୍ଧା ନିର୍ବାଚନ କମିଶନଙ୍କ ନିକଟରେ ନିଜ ରିପୋର୍ଟ ଦାଖଲ କରିବ ।

ସୂଚନାନୁସାରେ,ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ୨୦୧୦ ବ୍ୟାଚର ଆଇପିଏସ ଅଫିସର ଆଶିଷ ସିଂ ଚଳିତ ମେ ମାସ ୪ ତାରିଖରୁ ସ୍ୱାସ୍ଥ୍ୟ ସମସ୍ୟା ଦର୍ଶାଇ ଛୁଟିରେ ରହିଛନ୍ତି I ତେବେ ସେ ଛୁଟିରେ ଥାଇ ନିର୍ବାଚନ କାର୍ଯ୍ୟରେ ସମ୍ପୃକ୍ତ ଥିବା ନେଇ ବାରମ୍ବାର ଖବର ଆସିବାରୁ ମୁଖ୍ୟ ନିର୍ବାଚନ ଅଧିକାରୀ ତାଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ନେଇ ନିର୍ଦେଶ ଦେଇଛନ୍ତି I ୩୦ ତାରିଖ ସୁଦ୍ଧା ତାଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରି ୩୧ ତାରିଖ ସୁଦ୍ଧା ରିପୋର୍ଟ ପଠାଇବାକୁ ନିର୍ଦେଶ ରହିଛି I ଏହି କ୍ରମରେ ଆଶିଷ ସିଂ ଆଜି ଏମ୍ସରେ ପହଂଚିବା ପରେ ୬ ଜଣିଆ ଡାକ୍ତରୀ ଟିମ ତାଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରୁଛନ୍ତି I

Tags: