H3N2 ଇନଫ୍ଲୁଏଞ୍ଜା ଭାଇରସ କୁ ନେଇ ସତର୍କ କରାଇଲା ସ୍ୱାସ୍ଥ୍ୟ ବିଭାଗ

ଭୁବ‌ନେଶ୍ବର: କରୋନା ପ୍ରକୋପ ର ଭୟାବହତା ପରେ ପରେ ପୁଣି ମୁଣ୍ଡ ଟକିଲାଣି ଆଉଏକ ଭାଇରସ I ରାଜ୍ୟରେ ଏବେ ଚିନ୍ତା ବଢ଼ାଇଛି H3N2 ଇନଫ୍ଲୁଏଞ୍ଜା ଭାଇରସ I ଏହି ଭାଇରସ ସଂକ୍ରମଣ ଭିତରେ ପୁଣି ଲୋକଙ୍କୁ ଘାରିଛି କୋଭିଡ ଭୟ। ତେବେ ଏହାର ଭୟାବହତା ଜଣାପଡି ନଥିଲେ ମଧ୍ୟ ଲକ୍ଷଣ ପ୍ରାୟ ସମାନ ରହୁଛି I ଏନେଇ ସବୁ ଜିଲ୍ଲାକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସତର୍କ ସୂଚନା ଦେଇଛି I ଜନ ସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ […]

Samaya Live Picture
Published On

ଭୁବ‌ନେଶ୍ବର: କରୋନା ପ୍ରକୋପ ର ଭୟାବହତା ପରେ ପରେ ପୁଣି ମୁଣ୍ଡ ଟକିଲାଣି ଆଉଏକ ଭାଇରସ I ରାଜ୍ୟରେ ଏବେ ଚିନ୍ତା ବଢ଼ାଇଛି H3N2 ଇନଫ୍ଲୁଏଞ୍ଜା ଭାଇରସ I ଏହି ଭାଇରସ ସଂକ୍ରମଣ ଭିତରେ ପୁଣି ଲୋକଙ୍କୁ ଘାରିଛି କୋଭିଡ ଭୟ। ତେବେ ଏହାର ଭୟାବହତା ଜଣାପଡି ନଥିଲେ ମଧ୍ୟ ଲକ୍ଷଣ ପ୍ରାୟ ସମାନ ରହୁଛି I ଏନେଇ ସବୁ ଜିଲ୍ଲାକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସତର୍କ ସୂଚନା ଦେଇଛି I ଜନ ସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର ପ୍ରତିକ୍ରିୟା ଦେଇ କହିଛନ୍ତି, ସବୁ ଜିଲ୍ଲାର ସିଡିଏମଓ଼ ଏବଂ କ୍ୟାପିଟାଲ ହସ୍ପିଟାଲ ନିର୍ଦେଶକଙ୍କୁ ଆଲର୍ଟ ରହିବାକୁ ଚିଠି ଦିଆ ସରିଛି । ସର୍ଭିଲେନ୍ସ ବଢାଇବା ସହ ଅକ୍ସିଜେନ ଓ଼ ଆଇସିୟୁ ପ୍ରସ୍ତୁତ ରଖିବାକୁ ନିର୍ଦେଶ ବି ଦିଆଯାଇଛି।

ଇନଫ୍ଲୁଏଞ୍ଜା ଭଳି ଅସୁସ୍ଥତା ଓ ସିଭିଅର ଆକ୍ୟୁଟ ରେସପିରେଟୋରି ଇନଫେକସନ୍‌ ସର୍ଭେଲାନ୍ସକୁ ତ୍ୱରାନ୍ଵିତ କରିବାକୁ କହିଛନ୍ତି ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ । ଥଣ୍ଡା, କାଶ ଥିଲେ କୋଭିଡ ଟେଷ୍ଟ କରାଇନେବାକୁ ଜନ ସ୍ୱାସ୍ଥ୍ୟ ନିର୍ଦେଶକ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ଇନଫ୍ଲୁଏଞ୍ଜାର କୌଣସି ନିର୍ଦ୍ଧିଷ୍ଟ ଚିକିତ୍ସା ନାହିଁ। ଜର, କାଶ କିଛି ଦିନ ରହିବ, ଆପେ ଭଲ ହୋଇପାରେ। ଗୁରୁତର ହୋଇ ନିମୋନିଆରେ ପୀଡ଼ିତ ହେଲେ କିଡନି, ହାର୍ଟ ଓ଼ ଶ୍ୱାସ ରୋଗୀ ସଂକ୍ରମିତ ହେବାର ଆଶଙ୍କା ରହିଛି। ଲକ୍ଷଣ ଥିଲେ ଆଇସୋଲେଟ କରନ୍ତୁ, ମାସ୍କ ପିନ୍ଧନ୍ତୁ ଓ ହାତ ଧୁଅନ୍ତୁ। ରୋଗ ଭଲ ନ ହେଲେ ଡାକ୍ତରଙ୍କ ପରାମର୍ଶ ନେଇ ଡାକ୍ତରଖାନାରେ ଆଡମିଟ ହୁଅନ୍ତୁ। ବିଶେଷ କରି ବ୍ୟକ୍ତିଗତ ସ୍ୱଚ୍ଛତା ଓ ଭିଡକୁ ଏଡ଼ାଇବା ଉପରେ ଦିଆଯାଇଛି ଗୁରୁତ୍ୱ । ଏବେ ରାଜ୍ୟର ସମସ୍ତ ୩୦ DPHLରେ ଇନଫ୍ଲୁଏଞ୍ଜା କେସର ଅନୁଧ୍ୟାନ କରାଯାଉଛି । ରାଜ୍ୟରେ ଥିବା ୨୩ଟି RTPCR ଲାବ୍‌ ଓ DPLHରେ କରାଯାଉଛି ନମୁନା ପରୀକ୍ଷା । ନିକଟ ଭବିଷ୍ୟତରେ ଇନଫ୍ଲୁଏଞ୍ଜା ସଂକ୍ରମିତଙ୍କ ସଖ୍ୟା ବଢ଼ିଲେ ନମୁନା ପରୀକ୍ଷା ପାଇଁ ସେମାନଙ୍କ ପାଖରେ ଆବଶ୍ୟକ ଭିତ୍ତିଭୂମି ସହ ଲାବଗୁଡ଼ିକ ପ୍ରସ୍ତୁତ ରହିଛି ।

Tags: