ଗ୍ୟାରେଜ ଘରୁ ସନ୍ଦିଗ୍ଧ ଅବସ୍ଥାରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ମୃତଦେହ ଉଦ୍ଧାର
କାମାକ୍ଷାନଗର : ପ୍ରଧାନ ଶିକ୍ଷୟିତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ । ବନ୍ଦ ଗ୍ୟାରେଜ ଘର ଭିତରୁ ଉଦ୍ଧାର ହେଲା ମୃତଦେହ । ତୁମୁସିଙ୍ଗା ଥାନା ଗୁନେଇବିଲି ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ମୃତକ ତୁମୁସିଙ୍ଗା ଗାଁ ପଞ୍ଚଶଖା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପ୍ରଭାତୀ ଦେହୁରୀ ବୋଲି ଜଣାପଡିଛି । ଗତକାଲି ପ୍ରଭାତୀ ସବୁ ଦିନ ପରି ସ୍କୁଲରୁ ଆସି ଘରେ ଖାଇ ପିଇ ରାତିରେ ପରିବାର ଲୋକଙ୍କ ସହ ଶୋଇଥିଲେ। ଆଜି ସକାଳୁ […]
କାମାକ୍ଷାନଗର : ପ୍ରଧାନ ଶିକ୍ଷୟିତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ । ବନ୍ଦ ଗ୍ୟାରେଜ ଘର ଭିତରୁ ଉଦ୍ଧାର ହେଲା ମୃତଦେହ । ତୁମୁସିଙ୍ଗା ଥାନା ଗୁନେଇବିଲି ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ମୃତକ ତୁମୁସିଙ୍ଗା ଗାଁ ପଞ୍ଚଶଖା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପ୍ରଭାତୀ ଦେହୁରୀ ବୋଲି ଜଣାପଡିଛି ।
ଗତକାଲି ପ୍ରଭାତୀ ସବୁ ଦିନ ପରି ସ୍କୁଲରୁ ଆସି ଘରେ ଖାଇ ପିଇ ରାତିରେ ପରିବାର ଲୋକଙ୍କ ସହ ଶୋଇଥିଲେ। ଆଜି ସକାଳୁ ଡ୍ରାଇଭର ଘରକୁ ଆସି ପ୍ରଭାତୀଙ୍କୁ ସ୍କୁଲ ନେବା ପାଇଁ ଡାକିଥିଲେ। ହେଲେ ବୋହୂ ଘରେ ନଥିବା କହିଥିଲେ ଶ୍ଵଶୂର । ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ। ପରେ ଗ୍ୟାରେଜ ଘରୁ ସନ୍ଦେହଜନକ ଭାବେ ପ୍ରଭାତୀଙ୍କ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ। ଘଟଣାସ୍ଥଳରୁ ପ୍ରଭାତୀ ଏବଂ ତାଙ୍କ ଝିଅଙ୍କ ମୋବାଇଲ ଫୋନ ସହିତ ତାଙ୍କ ସୁନା ଚେନ ମଧ୍ୟ ଗାୟବ ହୋଇଥିବା ସୂଚନା ରହିଛି । ଏନେଇ ପ୍ରଭାତୀଙ୍କ ଶ୍ୱଶୁର ତୁମୁସିଙ୍ଗା ଥାନାରେ ଖବର ଦେବା ପରେ ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।




