୨ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା,୨ ମୃତ ୨ ଗୁରୁତର

ବାରଙ୍ଗ : ଦୁଇ ରେସିଙ୍ଗ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା I ଏହି ଦୁର୍ଘଟଣା ଘଟିଛି ନନ୍ଦନକାନନରୁ ଜୟଦେ ବବିହାର ରାସ୍ତାରେ I ରଘୁନାଥ ପୁର ରୟାଲ ଲାଗୁନ ସମ୍ମୁଖରେ ଆପାଚି ଗାଡି ଏବଂ ଆର ୱାନ ଫାଇଭ ମୁହାଁ ମୁହିଁ ଧକ୍କା ହୋଇଛି । ଯାହା ଫଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ରଙ୍ଗ ରୁଟରେ ଗାଡି ଚାଳନା କରୁଥିବାରୁ ଏହିଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ଜଣା ପଡିଛି […]

Samaya Live Picture
Published On

ବାରଙ୍ଗ : ଦୁଇ ରେସିଙ୍ଗ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା I ଏହି ଦୁର୍ଘଟଣା ଘଟିଛି ନନ୍ଦନକାନନରୁ ଜୟଦେ ବବିହାର ରାସ୍ତାରେ I ରଘୁନାଥ ପୁର ରୟାଲ ଲାଗୁନ ସମ୍ମୁଖରେ ଆପାଚି ଗାଡି ଏବଂ ଆର ୱାନ ଫାଇଭ ମୁହାଁ ମୁହିଁ ଧକ୍କା ହୋଇଛି । ଯାହା ଫଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ରଙ୍ଗ ରୁଟରେ ଗାଡି ଚାଳନା କରୁଥିବାରୁ ଏହିଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ଜଣା ପଡିଛି । ସେମାନଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ସେମାନଙ୍କର ପରିଚୟ ଜଣା ପଡ଼ିନାହିଁ। ଘଟଣା ସ୍ଥଳରୁ ଉଭୟ ବାଇକକୁ ଜବତ କରି ଖୋଳ ତାଡ଼ ଜାରି ରଖିଛି ଚନ୍ଦ୍ରଶେଖର ପୁର ଏବଂ ଇନଫୋସିଟି ଥାନା ପୋଲିସ ।

ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରରୁ ବାରଙ୍ଗ ଆସୁଥିବା ଗୋଟିଏ ବାଇକ ଅନ୍ୟ ଏକ ବାଇକକୁ ରଘୁନାଥପୁର ଛକ ନିକଟରେ ଧକ୍କା ଦେଇଥିଲା। ରାସ୍ତାର ଗୋଟିଏ ପାର୍ଶ୍ବରୁ ଅନ୍ୟ ଏକ ପାର୍ଶ୍ବକୁ ଯିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ତେବେ ଉଭୟ ବାଇକରେ ଦୁଇ ଜଣ ଲେଖାଏଁ ରହିଥିବା ବେଳେ ଉଭୟ ପକ୍ଷରୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନ୍ୟ ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Tags: