ମହିଳା ମହାବିଦ୍ୟାଳୟକୁ ନିଜ ଘର ଦାନଦେଲେ ଡାକ୍ତରାଣୀ

ସମ୍ବଲପୁର : ସମ୍ବଲପୁର ମହିଳା ମହିଳା ବିଦ୍ୟାଳୟକୁ ଡାକ୍ତରାଣୀଙ୍କ ଅନନ୍ୟ ଦାନ । ସମ୍ବଲପୁର ସହର ଜଣାଶୁଣା ଡାକ୍ତର ତଥା ସମାଜସେବୀ ଭାବରେ ପରିଚିତ ୮୭ ବର୍ଷିୟା ନାରାୟଣୀ ପଣ୍ଡା ନିଜ ବାସଗୃହକୁ ସରକାରୀ ମହିଳା ମହାବିଦ୍ୟାଳୟକୁ ଦାନ କରିଦେଇଛନ୍ତି । ସହରର ଭୁତାପଡ଼ାସ୍ଥିତ ୮ ଡେସିମିଲ ପରିମିତ ଜାଗାରେ ନିର୍ମିତ ୨ ମହଲା ଘରଟିକୁ ଦାନ କରିଦେଇଛନ୍ତି । ଗତକାଲି ଡାକ୍ତର ପଣ୍ଡା ମହିଳା ମହାବିଦ୍ୟାଳୟକୁ ଯାଇ କାଗଜପତ୍ର ହସ୍ତାନ୍ତର କରିଛନ୍ତି । ଏବେ ତାଙ୍କ […]

Samaya Live Picture
Published On

ସମ୍ବଲପୁର : ସମ୍ବଲପୁର ମହିଳା ମହିଳା ବିଦ୍ୟାଳୟକୁ ଡାକ୍ତରାଣୀଙ୍କ ଅନନ୍ୟ ଦାନ । ସମ୍ବଲପୁର ସହର ଜଣାଶୁଣା ଡାକ୍ତର ତଥା ସମାଜସେବୀ ଭାବରେ ପରିଚିତ ୮୭ ବର୍ଷିୟା ନାରାୟଣୀ ପଣ୍ଡା ନିଜ ବାସଗୃହକୁ ସରକାରୀ ମହିଳା ମହାବିଦ୍ୟାଳୟକୁ ଦାନ କରିଦେଇଛନ୍ତି । ସହରର ଭୁତାପଡ଼ାସ୍ଥିତ ୮ ଡେସିମିଲ ପରିମିତ ଜାଗାରେ ନିର୍ମିତ ୨ ମହଲା ଘରଟିକୁ ଦାନ କରିଦେଇଛନ୍ତି । ଗତକାଲି ଡାକ୍ତର ପଣ୍ଡା ମହିଳା ମହାବିଦ୍ୟାଳୟକୁ ଯାଇ କାଗଜପତ୍ର ହସ୍ତାନ୍ତର କରିଛନ୍ତି ।

ଏବେ ତାଙ୍କ ଗୃହ ଉପର ମହଲା ଛାତ୍ରୀ ନିବାସ ଭାବରେ ବ୍ୟବହାର କରାଯିବ । ତାଙ୍କ ଅନ୍ତେ ପୁରା ଘରକୁ ଛାତ୍ରୀମାନେ ବ୍ୟବହାର କରିବେ ବୋଲି ଡାକ୍ତର ପଣ୍ଡା କହିଛନ୍ତି । ପୂର୍ବରୁ ନିଜେ ପାଠ ପଢ଼ିଥିବା ଜିଏମ ବିଶ୍ୱବିଦ୍ୟାଳୟ ୩୦ ଲକ୍ଷ ଟଙ୍କା ଦାନ କରିଥିଲେ ନାରାୟଣୀ । ଆଉ ଏବେ ନିଜ ଘର ଦାନ କରି ଚର୍ଚ୍ଚାରେ ରହିଛନ୍ତି ।

Tags: