ଦନ୍ତା ର କୃରତା,ପାଦ ତଳେ ଗଲା ୩ ଜୀବନ
ଅନୁଗୋଳ : ଦଳିଦେଲା ଦନ୍ତା I ପାଦ ତଳେ ଗଲା ୩ ଅମୁଲ୍ୟ ଜୀବନ I ଘଟଣା ଘଟିଛି ଅନୁଗୋଳ ଜିଲ୍ଲାରେ I ଆଜି ଭୋର ସମୟରେ ଛେଳିଆପଡ଼ାର ସୁବାସ ବିଶ୍ୱାଳ(୬୦) ଗାଁ ପାଖ ବଗିଚାକୁ ଯାଇଥିବା ବେଳେ ହାତୀ ଆକ୍ରମଣ କରିଥିଲା । ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବା ବେଳେ ଅଙ୍ଗାରବନ୍ଧର ଅନିରୋଦ୍ଧ ସାହୁ ଓ ବାରସିଙ୍ଗାର ରମେଶ ଚନ୍ଦ୍ର ସାହୁ ବଗିଚାକୁ ଯାଇଥିବାବେଳେ ଉଭୟଙ୍କୁ ହାତୀ ଦଳି ଦେଇଥିଲା । ପରିବାର ଲୋକେ […]
ଅନୁଗୋଳ : ଦଳିଦେଲା ଦନ୍ତା I ପାଦ ତଳେ ଗଲା ୩ ଅମୁଲ୍ୟ ଜୀବନ I ଘଟଣା ଘଟିଛି ଅନୁଗୋଳ ଜିଲ୍ଲାରେ I ଆଜି ଭୋର ସମୟରେ ଛେଳିଆପଡ଼ାର ସୁବାସ ବିଶ୍ୱାଳ(୬୦) ଗାଁ ପାଖ ବଗିଚାକୁ ଯାଇଥିବା ବେଳେ ହାତୀ ଆକ୍ରମଣ କରିଥିଲା । ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବା ବେଳେ ଅଙ୍ଗାରବନ୍ଧର ଅନିରୋଦ୍ଧ ସାହୁ ଓ ବାରସିଙ୍ଗାର ରମେଶ ଚନ୍ଦ୍ର ସାହୁ ବଗିଚାକୁ ଯାଇଥିବାବେଳେ ଉଭୟଙ୍କୁ ହାତୀ ଦଳି ଦେଇଥିଲା । ପରିବାର ଲୋକେ ଖବର ପାଇ ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ବନ ବିଭାଗ ପହଞ୍ଚି ଘଟଣାର ତଦନ୍ତ କରୁଛି। ଗତ କିଛିମାସ ହେବ ସମ୍ପୂକ୍ତ ଅଞ୍ଚଳରେ ହାତୀମାନଙ୍କ ଉପଦ୍ରବ ଜାରି ରହିଛି । ସେହିପରି ହାତୀ ପଲ ଗୁଡିକ ଅମଳ ହେଇସାରିଥିବା ଫସଲ ଗୁଡିକୁ ମଧ୍ୟ ନଷ୍ଟ କରିବା ସହିତ ଧାନ ଖଳାରେ ପଶି ଧାନ ଖାଇବା ସହ ମାଡି ଦଳି ନଷ୍ଟ କରୁଥିବାର ଦେଖା ଯାଉଛି I ହାତୀ ଭୟରେ ଗ୍ରାମବାସୀ ସନ୍ଧ୍ୟା ନ ହେଉଣୁ ତାତି କବାଟ ବନ୍ଦ କରିଦେଉଛନ୍ତି I ଏ ନେଇ ବନ ବିଭାଗ ରେ ବାରମ୍ବାର ଅଭିଯୋଗ କରାଯାଉଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଉ ନାହିଁ I




