ମହିଳା କର୍ମଚାରୀଙ୍କୁ ନିର୍ଯ୍ୟାତନା ଘଟଣା,ସିଡିପିଓଙ୍କୁ ଅପସାରଣ

ଡେରାବିଶ: ଗର୍ଭବତୀ କର୍ମଚାରୀଙ୍କୁ ନିର୍ଯ୍ୟାତନା ଘଟଣା । ଅପସାରଣ ହେଲେ ଡେରାବିଶ ସିଡିପିଓ । ଏହି ଘଟଣାରେ ତଦନ୍ତ ନିର୍ଦେଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଏପରିକି ସେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ସହ କଥା ମଧ୍ୟ ହୋଇଛନ୍ତି। ମହିଳା ଶିଶୁ ବିକାଶ ସମନ୍ବିତ ବିଭାଗର କାର୍ଯ୍ୟରତ ଗର୍ଭବତୀ ବରିଷ୍ଠ କିରାଣି ବର୍ଷା ପ୍ରିୟଦର୍ଶିନୀ ମହାପାତ୍ରଙ୍କୁ ନିର୍ଯ୍ୟାତନା ଦେଇଥିଲେ ସିଡିପିଓ ସ୍ନେହଲତା ସାହୁ । ଫଳରେ ୭ ମାସର ଗର୍ଭବତୀ ଥିବା ବେଳେ ତାଙ୍କର ଗର୍ଭ ନଷ୍ଟ […]

Samaya Live Picture
Published On

ଡେରାବିଶ: ଗର୍ଭବତୀ କର୍ମଚାରୀଙ୍କୁ ନିର୍ଯ୍ୟାତନା ଘଟଣା । ଅପସାରଣ ହେଲେ ଡେରାବିଶ ସିଡିପିଓ । ଏହି ଘଟଣାରେ ତଦନ୍ତ ନିର୍ଦେଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଏପରିକି ସେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ସହ କଥା ମଧ୍ୟ ହୋଇଛନ୍ତି। ମହିଳା ଶିଶୁ ବିକାଶ ସମନ୍ବିତ ବିଭାଗର କାର୍ଯ୍ୟରତ ଗର୍ଭବତୀ ବରିଷ୍ଠ କିରାଣି ବର୍ଷା ପ୍ରିୟଦର୍ଶିନୀ ମହାପାତ୍ରଙ୍କୁ ନିର୍ଯ୍ୟାତନା ଦେଇଥିଲେ ସିଡିପିଓ ସ୍ନେହଲତା ସାହୁ । ଫଳରେ ୭ ମାସର ଗର୍ଭବତୀ ଥିବା ବେଳେ ତାଙ୍କର ଗର୍ଭ ନଷ୍ଟ ହୋଇଯାଇଥିଲା । ଏହି ଘଟଣାରେ ସେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ଜନ ଶୁଣାଣୀରେ ଅଭିଯୋଗ କରିଥିଲେ ।

ସୂଚନା ଅନୁସାରେ, କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ମହିଳା ଓ ଶିଶୁ ବିକାଶ ବିଭାଗରେ କାର୍ଯ୍ୟରତ ବରିଷ୍ଠ କିରାଣି ବର୍ଷା ପ୍ରିୟଦର୍ଶିନୀ ମହାପାତ୍ର ୭ମାସର ଗର୍ଭବତୀ ଥାଇ ମଧ୍ୟ ନିୟମିତ କାର୍ଯ୍ୟାଳୟକୁ ଆସି କାର୍ଯ୍ୟ କରୁଥିଲେ। ଗତ ଶୁକ୍ରବାର କାର୍ଯ୍ୟାଳୟରେ ବର୍ଷାଙ୍କର ଗର୍ଭ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ସେ ଡାକ୍ତରଖାନା ଯିବା ପାଇଁ ବିଭାଗୀୟ ଅଧିକାରୀ ସିଡିପିଓ ସ୍ନେହଲତା ସାହୁଙ୍କୁ ନିବେଦନ କରିଥିଲେ। ମାତ୍ର ସେ ତାଙ୍କୁ ଏଥିପାଇଁ ଅନୁମତି ନ ଦେଇ ଦୁର୍ବ୍ୟବହାର କରିଥିଲେ। ଏହାପରେ ଗର୍ଭ ଯନ୍ତ୍ରଣାରେ ସେ ଅସୁସ୍ଥ ହୋଇପଡିଥିଲେ। ଏ ବିଷୟରେ ସମ୍ପର୍କୀୟମାନେ ଖବର ପାଇ ତାଙ୍କୁ ଗୁରୁତର ଅବସ୍ଥାରେ କେନ୍ଦ୍ରାପଡ଼ାର ଏକ ଘରୋଇ ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଗର୍ଭରେ ଥିବା ନବଜାତକର ମୃତ୍ୟୁ ଘଟିଥିବା ଡାକ୍ତର ସୂଚନା ଦେଇଥିଲେ । ଏହି ଘଟଣାରେ ବର୍ଷା ପ୍ରିୟଦର୍ଶିନୀଙ୍କ ପରିବାର ଲୋକେ ଜିଲାପାଳଙ୍କୁ ଲିଖିତ ଅଭିଯୋଗ କରିବା ସହ ନ୍ୟାୟ ଭିକ୍ଷା କରି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିବେଦନ କରିଥିଲେ।

Tags: