ଉଦଘାଟନ ହେଲା ହଂସପାଳ ଫ୍ଲାଏଓଭର ବ୍ରିଜ

ଭୁବନେଶ୍ୱର: ବହୁ ପ୍ରତିକ୍ଷିତ ହଂସପାଳ ଫ୍ଲାଏଓଭର ବ୍ରିଜ ଆଜି ଉଦ୍ଘାଟିତ ହୋଇଛି । ଏହାର ଶୁଭ ଉଦଘାଟନ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସାଂସଦ ଅପରାଜିତାଙ୍କ ସହ ଭୁବନେଶ୍ବର ଉତ୍ତର ବିଜେପି ନେତା ପ୍ରିୟଦର୍ଶୀ ମିଶ୍ର, ଜାତୀୟ ରାଜପଥ ପ୍ରାଧୀକରଣର ଅଧିକାରୀ ମାନେ ଉପସ୍ଥିତ ଥିଲେ । ୨୪ କୋଟି ବ୍ୟୟରେ ନିର୍ମାଣ ହୋଇଛି ଓଭରବ୍ରିଜ । ୧୮ ମାସରେ ଫ୍ଲାଏ ଓଭରବ୍ରିଜ ସାରିବା ପାଇଁ ୨୦୨୦ରୁ ପ୍ରକଳ୍ପ ସମୟରେ ଚୁକ୍ତି ହୋଇଥିଲା […]

Samaya Live Picture
Published On

ଭୁବନେଶ୍ୱର: ବହୁ ପ୍ରତିକ୍ଷିତ ହଂସପାଳ ଫ୍ଲାଏଓଭର ବ୍ରିଜ ଆଜି ଉଦ୍ଘାଟିତ ହୋଇଛି । ଏହାର ଶୁଭ ଉଦଘାଟନ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସାଂସଦ ଅପରାଜିତାଙ୍କ ସହ ଭୁବନେଶ୍ବର ଉତ୍ତର ବିଜେପି ନେତା ପ୍ରିୟଦର୍ଶୀ ମିଶ୍ର, ଜାତୀୟ ରାଜପଥ ପ୍ରାଧୀକରଣର ଅଧିକାରୀ ମାନେ ଉପସ୍ଥିତ ଥିଲେ ।

୨୪ କୋଟି ବ୍ୟୟରେ ନିର୍ମାଣ ହୋଇଛି ଓଭରବ୍ରିଜ । ୧୮ ମାସରେ ଫ୍ଲାଏ ଓଭରବ୍ରିଜ ସାରିବା ପାଇଁ ୨୦୨୦ରୁ ପ୍ରକଳ୍ପ ସମୟରେ ଚୁକ୍ତି ହୋଇଥିଲା । ମାତ୍ର ଏହା ସାରିବାକୁ ୫ ବର୍ଷ ଲାଗିଥିଲା । ଏହାରି ଭିତରେ ୨ ଥର ବଦଳି ହୋଇଥିଲେ ଠିକା ସଂସ୍ଥା ।

ପାଖାପାଖି ପାଞ୍ଚ ବର୍ଷର ଅପେକ୍ଷା ପରେ ଏବେ ଏହି ଓଭରବ୍ରିଜ ଦେଇ ଯାତାୟତ କରିପାରିବେ ସାଧାରଣ ଜନତା। ଏଣିକି ଆଉ ସନ୍ଧ୍ୟା ହେଲେ ଜାମ ହେବନି ଭୁବନେଶ୍ୱରରୁ କଟକକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା। ଗତ ବର୍ଷ ଠାରୁ କଟକରୁ ଭୁବନେଶ୍ବର ଆସୁଥିବା ଯାତ୍ରୀମାନେ ଏହି ବ୍ରିଜ ବ୍ୟବହାର କରିପାରୁଥିଲେ । ଏଣିକି ଭୁବନେଶ୍ବରରୁ କଟକକୁ ଯାଉଥିବା ଗାଡି ହଂସପାଳ ବ୍ରିଜ ଦେଇ ଯାତାୟତ କରିପାରିବେ ।

ହଂସପାଳ ରାସ୍ତା ସବୁବେଳେ ଭିଡ଼ ରହୁଥିବାରୁ କଟକରୁ ଭୁବନେଶ୍ୱରକୁ ଆସୁଥିବା ଯାତ୍ରୀ ଗତ ବର୍ଷଠାରୁ ଏହି ବ୍ରିଜର ବ୍ୟବହାର କରିପାରୁଥିଲେ। ହେଲେ ଭୁବନେଶ୍ୱରରୁ କଟକକୁ ଯାତାୟତ କରିପାରୁନଥିଲେ। ହେଲେ ଏବେ ସମ୍ପୂର୍ଣ୍ଣ ଦୁଇପଟରୁ ଗାଡ଼ି ଯାତାୟତ କରିପାରିବ।

ସେହିପରି ମାର୍ଚ୍ଚ ପ୍ରଥମ ସପ୍ତାହରେ ପଳାଶୁଣୀ ଫୁଟ ଓଭରବ୍ରିଜ ଉଦ୍‌ଘାଟନ ହେବା ନେଇ ସୂଚନା ଦେଇଛନ୍ତି ସାଂସଦ ଅପରାଜିତା ।

Tags: