ବ୍ରିଜ ଉପରୁ ଝୁଲିଲା ବସ
ବାଙ୍କୀ : ଜାତମୁଣ୍ଡିଆ -ସୁବର୍ଣ୍ଣପୁର ବ୍ରିଜ ଉପରେ ଲଟକିଛି ବସ I ବସଟି ଅନୁଗୁଳରୁ ଭୁବନେଶ୍ୱର ଆସୁଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇ ପୋଲ ଉପରୁ ତଳକୁ ଝୁଲି ରହିଛି I ଗାଡିଟି ବ୍ରିଜର ବ୍ୟାରିକେଟକୁ ବାଡେଇବା ପରେ ଅଧା ଓହଳିବା ଅବସ୍ଥାରେ ଅତ୍ୟନ୍ତ ବିପଜ୍ଜନକ ଅବସ୍ଥାରେ ଝୁଲି ରହିଛି । ତେବେ ବସରେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣା ପଡିଛି I ଘଟଣା ସ୍ଥଳରେ ପୋଲିସ ଓ ଅଗ୍ନିଶମବାହିନୀ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । […]
ବାଙ୍କୀ : ଜାତମୁଣ୍ଡିଆ -ସୁବର୍ଣ୍ଣପୁର ବ୍ରିଜ ଉପରେ ଲଟକିଛି ବସ I ବସଟି ଅନୁଗୁଳରୁ ଭୁବନେଶ୍ୱର ଆସୁଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇ ପୋଲ ଉପରୁ ତଳକୁ ଝୁଲି ରହିଛି I ଗାଡିଟି ବ୍ରିଜର ବ୍ୟାରିକେଟକୁ ବାଡେଇବା ପରେ ଅଧା ଓହଳିବା ଅବସ୍ଥାରେ ଅତ୍ୟନ୍ତ ବିପଜ୍ଜନକ ଅବସ୍ଥାରେ ଝୁଲି ରହିଛି । ତେବେ ବସରେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣା ପଡିଛି I
ଘଟଣା ସ୍ଥଳରେ ପୋଲିସ ଓ ଅଗ୍ନିଶମବାହିନୀ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲେ ବି ୧୦ରୁ ଅଧିକ ଯାତ୍ରୀ ଆହାତ ହୋଇଛନ୍ତି । ଗାଡିର କାଚ ଓ ଜରୁରୀ ଦ୍ୱାର ଭାଙ୍ଗି ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇଛି । ତେବେ ବସରେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣା ପଡିଛି I




