ହେଣ୍ଡ ଗ୍ରେନେଡ ଫାଟି ଯବାନ ସହିଦ

ମାଲକାନଗିରି : ହାତରେ ଧରିଥିବା ହେଣ୍ଡ ଗ୍ରେନେଡ ଫାଟିଯାଇ ଯବାନ ସହିଦ I ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟରେ I ସହିଦ ଯବାନ ଜଣଙ୍କ ହେଲେ ହିମାଞ୍ଚଳ ପ୍ରଦେଶ ଅଞ୍ଚଳର କନେଷ୍ଟବଳ ବଲବିର ସିଂ। ସୂଚନା ଅନୁଯାୟୀ, ଆସନ୍ତା ୭ ତାରିଖରେ ଆରମ୍ଭ ହେଉଛି ଛତିଶଗଡ଼ ବିଧାନସଭା ନିର୍ବାଚନ I ନିର୍ବାଚନ କରିବା ପାଇଁ ଛତିଶଗଡ଼ ସୀମାନ୍ତରେ ବ୍ୟାପକ କଡା ସୁରକ୍ଷା ବ୍ୟବସ୍ଥା କରାଯାଉଛି। ଏଭଳି ସ୍ଥିତିରେ ସୁରକ୍ଷା ଦାୟିତ୍ବରେ ଥିବା ଜଣେ […]

Samaya Live Picture
Published On

ମାଲକାନଗିରି : ହାତରେ ଧରିଥିବା ହେଣ୍ଡ ଗ୍ରେନେଡ ଫାଟିଯାଇ ଯବାନ ସହିଦ I ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟରେ I ସହିଦ ଯବାନ ଜଣଙ୍କ ହେଲେ ହିମାଞ୍ଚଳ ପ୍ରଦେଶ ଅଞ୍ଚଳର କନେଷ୍ଟବଳ ବଲବିର ସିଂ।

ସୂଚନା ଅନୁଯାୟୀ, ଆସନ୍ତା ୭ ତାରିଖରେ ଆରମ୍ଭ ହେଉଛି ଛତିଶଗଡ଼ ବିଧାନସଭା ନିର୍ବାଚନ I ନିର୍ବାଚନ କରିବା ପାଇଁ ଛତିଶଗଡ଼ ସୀମାନ୍ତରେ ବ୍ୟାପକ କଡା ସୁରକ୍ଷା ବ୍ୟବସ୍ଥା କରାଯାଉଛି। ଏଭଳି ସ୍ଥିତିରେ ସୁରକ୍ଷା ଦାୟିତ୍ବରେ ଥିବା ଜଣେ ବିଏସଏଫ ଯବାନ ଧରିଥିବା ହାତବୋମା (ହେଣ୍ଡ ଗ୍ରେନେଡ) ଫାଟିଯିବାରୁ ଯବାନ ସହିଦ ହୋଇଛନ୍ତି। ରାଜ୍ୟବାହାରୁ ବିଭିନ୍ନ ଅଞ୍ଚଳରୁ ଯବାନମାନଙ୍କୁ ଆଣି ସୁରକ୍ଷା ଦାୟିତ୍ବରେ ନିୟୋଜିତ କରାଯାଇଛି। ଏଥିପାଇଁ ଦାନ୍ତେୱାଡା ଠାରେ ବିଏସଏଫ୍ ସି-୭୦ ଚାର୍ଲି ବାଟାଲିଆନକୁ ନିୟୋଜିତ କରାଯାଇଥିଲା। ଏଥିରେ ଯବାନ ବଲବିର ସିଂ କନେଷ୍ଟବଳ ଭାବେ କାର୍ଯ୍ୟ କରୁଥିଲେ। ସୁରକ୍ଷା ଦାୟିତ୍ବରେ ନିୟୋଜିତ ପାଇଁ ଏହି ବାଟାଲିଆନକୁ ଆଜି ପଠାଯାଉଥିଲା। ସେହି ସମୟରେ ବଲବିର ନିକଟରେ ଥିବା ବୋମାଟି ଅଚାନକ ଫାଟିଯାଇଥିଲା। ଯାହାଫଳରେ ବଲବିର ଗୁରୁତର ହୋଇପଡିଥିବା ବେଳେ ସହଯୋଗୀମାନେ ତାଙ୍କୁ ଚିକିତ୍ସାଳୟକୁ ନେଇଥିଲେ, ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ। ଏହି ଘଟଣାର ଯାଞ୍ଚ ହେଉଥିବା ନେଇ ପୁଲିସ ପକ୍ଷରୁ ସୂଚନା ମିଳିଛି।

Tags: