ଅଧା ରହିଲା ଜାଗା ଦର୍ଶନ,୨ ମୃତ ୮ ଗୁରୁତର
ଯାଜପୁର : ନୋହିଲା ଜଗନ୍ନାଥ ଦର୍ଶନ I ଆଧା ବାଟରୁ ଟାଣି ନେଇଗଲା ଯମ I ଭଦ୍ରକରୁ ପୁରୀ ଯାଉଥିବା ବେଳେ ଯାଜପୁରର ଶର୍ମା ପେଟ୍ରୋଲ ପମ୍ପ ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା I ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିବା ସହିତ ୮ ଜଣ ଗୁରୁତର ହୋଇଛନ୍ତି I ମୃତକଙ୍କ ମଧ୍ୟରେ ଜଣେ ୧୨ ବର୍ଷର ବାଳିକା ଓ ୭ ବର୍ଷର ବାଳକ ବୋଲି ଜଣାପଡିଛି। ଗୁରୁତର ଥିବା ବ୍ୟକ୍ତିଙ୍କୁ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ […]
ଯାଜପୁର : ନୋହିଲା ଜଗନ୍ନାଥ ଦର୍ଶନ I ଆଧା ବାଟରୁ ଟାଣି ନେଇଗଲା ଯମ I ଭଦ୍ରକରୁ ପୁରୀ ଯାଉଥିବା ବେଳେ ଯାଜପୁରର ଶର୍ମା ପେଟ୍ରୋଲ ପମ୍ପ ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା I ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିବା ସହିତ ୮ ଜଣ ଗୁରୁତର ହୋଇଛନ୍ତି I ମୃତକଙ୍କ ମଧ୍ୟରେ ଜଣେ ୧୨ ବର୍ଷର ବାଳିକା ଓ ୭ ବର୍ଷର ବାଳକ ବୋଲି ଜଣାପଡିଛି। ଗୁରୁତର ଥିବା ବ୍ୟକ୍ତିଙ୍କୁ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସୂଚନାନୁସାରେ, ଭଦ୍ରକରୁ ୩ଟି ପରିବାରର ୧୦ ଜଣ ସଦସ୍ୟ ଅଟୋରେ ପୁରୀ ଯାଉଥିଲେ ଜଗନ୍ନାଥ ଦର୍ଶନ ପାଇଁ । ଅଟୋଟି ଯାଜପୁର ପାଣିକୋଇଲି ଛକ ଅତିକ୍ରମ କରୁଥିବା ବେଳେ ପଛରୁ ଆସୁଥିବା ଏକ ଟ୍ରକ୍ ପଛପଟୁ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଅଟୋଟି ଚୁରମାର ହୋଇ ଯାଇଥିଲା । ଘଟଣାସ୍ଥଳରେ ହିଁ ୨ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୮ ଜଣ ଗୁରୁତର ଆହତ ହୋଇଥିଲେ I ମୃତକମାନେ ହେଲେ ବିଷମ କଟକ ଅଞ୍ଚଳର ଶିବେନ୍ଦ୍ର ମହାପାତ୍ର (୧୧ବର୍ଷ ) ଓ ବାଲେଶ୍ବର ଜିଲ୍ଲା ସିମୁଳିଆର ପୂଜା ସାହୁ (୨୦)। ଗୁରୁତର ୮ଜଣଙ୍କୁ ପ୍ରଥମେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ଜଣଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି। ଏହି ଦୁର୍ଘଟଣାରେ ଅଟୋ ଚାଳକ ଲଳିତ କୁମାର ନାୟକ ମଧ୍ୟ ଆହତ ହୋଇଥିବା ଜଣାଯାଇଛି। ଘଟଣାସ୍ଥଳରେ ପୁଲିସ ପହଁଚି ମୃତଦେହ ୨ଟିକୁ ବ୍ୟବଚ୍ଛେଦ ପାଇଁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଇ ତଦନ୍ତ ଜାରି ରଖିଛି।




