ଭୁବନେଶ୍ୱରରେ ହାଫ ଡେ ସ୍କୁଲ: ମୋଦିଙ୍କ ଗସ୍ତ ପାଇଁ ରାଜଧାନୀରେ ଦିନ ୧ଟା ଯାଏ ସ୍କୁଲ
ଭୁବନେଶ୍ୱର:ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ପାଇଁ ଆଜି ଭୁବନେଶ୍ୱରରେ ଦିନ ୧ଟା ଯାଏଁ ଚାଲିବ ସ୍କୁଲ। ଦିନ ୧ଟା ପରେ ସବୁ ସ୍କୁଲ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର। ପ୍ରଧାନମନ୍ତ୍ରୀ ମୋଦୀ ଓ ଶାହଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଏହି ଘୋଷଣା କରିଛନ୍ତି ରାଜ୍ୟ ସରକାର। ଟ୍ରାଫିକ କଟକଣା ଯୋଗୁଁ ଯାତାୟାତ ପ୍ରଭାବିତ ଆଶଙ୍କାରେ ହାଫ୍ ଡେ’ ପାଇଁ ଘୋଷଣା କରିଛନ୍ତି ରାଜ୍ୟ ସରକାର। ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ […]
ଭୁବନେଶ୍ୱର:ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ପାଇଁ ଆଜି ଭୁବନେଶ୍ୱରରେ ଦିନ ୧ଟା ଯାଏଁ ଚାଲିବ ସ୍କୁଲ। ଦିନ ୧ଟା ପରେ ସବୁ ସ୍କୁଲ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର। ପ୍ରଧାନମନ୍ତ୍ରୀ ମୋଦୀ ଓ ଶାହଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଏହି ଘୋଷଣା କରିଛନ୍ତି ରାଜ୍ୟ ସରକାର। ଟ୍ରାଫିକ କଟକଣା ଯୋଗୁଁ ଯାତାୟାତ ପ୍ରଭାବିତ ଆଶଙ୍କାରେ ହାଫ୍ ଡେ’ ପାଇଁ ଘୋଷଣା କରିଛନ୍ତି ରାଜ୍ୟ ସରକାର।
ତିନି ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅମିତ ଶାହା। ଏଥିପାଇଁ ତ୍ରିସ୍ତରୀୟ ସୁରକ୍ଷା ବଳୟରେ ରାଜଧାନୀ ଭୁବନେଶ୍ଵର ରହିବ। ଭୁବେନଶ୍ଵରରେ ୭୦ ପ୍ଲାଟୁନରୁ ଅଧିକ ଫୋର୍ସ ମୁତୟନ ରହିବେ। ରାଜ୍ୟ ପୋଲିସ,ସଶସ୍ତ୍ର ବାହିନୀ ଓ କେନ୍ଦ୍ରୀୟ ସଶସ୍ତ୍ର ବଳ ମୁତୟନ ହୋଇଛନ୍ତି। ପୁରା ସ୍କାନରରେ ରହିଛି ଭୁବନେଶ୍ୱର। ଅନ୍ୟପଟେ ଆଜି ମୋ ବସ ଉପରେ କଟକଣା ଲାଗିଛି। ମୋଦିଙ୍କ ଗସ୍ତକୁ ନେଇ ୩ ଦିନ ପାଇଁ ମୋ ବସ ଉପରେ କଟକଣା ଲଗାଇଛି କୃଟ।




