ସତ୍ୟନଗର ଶ୍ମାଶାନରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

ଭୁବନେଶ୍ୱର : ସତ୍ୟନଗର ଶ୍ମଶାନରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରିଛି ପୋଲିସ । ପୋଷ୍ଟମର୍ଟମ ନ କରି ମହିଳାଙ୍କ ମୃତଦେହକୁ ତରବରିଆ ଭାବରେ ପୋଡି ଦେଉଥିଲେ ତାଙ୍କ ବୋହୂ । ଏନେଇ ପୋଲିସ ନିକଟରେ ଅଭିଯୋଗ କରିଥିଲେ ସମ୍ପର୍କୀୟ । ମୃତା ମହିଳା ହେଲେ ବ୍ରହ୍ମଗିରିର ପୂର୍ବତନ ବିଧାୟକ ଅଜୟ ଜେନାଙ୍କ ସ୍ତ୍ରୀ ଅଶ୍ରୁକଣା ପ୍ରଧାନ । ତାଙ୍କ ପୁଅଙ୍କର ପୂର୍ବରୁ ମୃତ୍ୟୁ ଘଟିଛି । ତେଣୁ ସେ ବୋହୂଙ୍କ ପାଖରେ ରହୁଥିଲେ। ଶନିବାର କୌଣସି […]

Samaya Live Picture
Published On

ଭୁବନେଶ୍ୱର : ସତ୍ୟନଗର ଶ୍ମଶାନରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରିଛି ପୋଲିସ । ପୋଷ୍ଟମର୍ଟମ ନ କରି ମହିଳାଙ୍କ ମୃତଦେହକୁ ତରବରିଆ ଭାବରେ ପୋଡି ଦେଉଥିଲେ ତାଙ୍କ ବୋହୂ । ଏନେଇ ପୋଲିସ ନିକଟରେ ଅଭିଯୋଗ କରିଥିଲେ ସମ୍ପର୍କୀୟ । ମୃତା ମହିଳା ହେଲେ ବ୍ରହ୍ମଗିରିର ପୂର୍ବତନ ବିଧାୟକ ଅଜୟ ଜେନାଙ୍କ ସ୍ତ୍ରୀ ଅଶ୍ରୁକଣା ପ୍ରଧାନ । ତାଙ୍କ ପୁଅଙ୍କର ପୂର୍ବରୁ ମୃତ୍ୟୁ ଘଟିଛି । ତେଣୁ ସେ ବୋହୂଙ୍କ ପାଖରେ ରହୁଥିଲେ। ଶନିବାର କୌଣସି କାରଣରୁ ତାଙ୍କର ମୃତ୍ୟୁ ଘଟିବା ପରେ ବୋହୂ କୌଣସି ସମ୍ପର୍କୀୟଙ୍କୁ ନଜଣାଇ ମୃତଦେହକୁ ଭୁବନେଶ୍ଵର ସତ୍ୟନଗରସ୍ଥିତ ଶ୍ମଶାନକୁ ନେଇ ଦାହ କରାଉଥିଲେ । ଏ ସମ୍ପର୍କରେ ଖବରପାଇ ମୃତା ମହିଳାଙ୍କ ସମ୍ପର୍କୀୟମାନେ ଘଟଣାସ୍ଥଳରେ ପହଞ୍ଚି ପୁଲିସକୁ ଖବର ଦେଇଥିଲେ। ଏହାପରେ କମିଶନରେଟ ପୋଲିସ ଟିମ ଶ୍ମଶାନରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଏହି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

Tags: