୬ରୁ ହବିଷ୍ୟାଳୀ ଆବେଦନ

ପୁରୀ: ଆସନ୍ତା ୧୮ ତାରିଖରୁ ଆରମ୍ଭ ହେଉଛି କାର୍ତ୍ତିକ ମାସ । କାର୍ତ୍ତିକ ବ୍ରତ ରଖୁଥିବା ହବିଷ୍ୟାଳୀଙ୍କ ପାଇଁ ଆସନ୍ତା ୬ ତାରିଖରୁ ପଞ୍ଜିକରଣ ହେବ । ୬ରୁ ୧୧ ତାରିଖ ଯାଏଁ କାର୍ତ୍ତିକ ବ୍ରତ ପାଇଁ କେବଳ ଅନଲାଇନ୍ ମାଧ୍ୟମରେ edistrict.odisha.gov.inରେ ଆବେଦନ କରିପାରିବେ ହବିଷ୍ୟାଳୀ । ଏଥିପାଇଁ ଅନଲାଇନରେ ଏକ ନିର୍ଦ୍ଦିଷ୍ଟ ଫର୍ମ ଉପଲବ୍ଧ ହେଉଛି । ଏହି ଫର୍ମ ମାଧ୍ୟମରେ ଆବେଦନ କରିପାରିବେ ହବିଷ୍ୟାଳି । ଏନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ […]

Samaya Live Picture
Published On

ପୁରୀ: ଆସନ୍ତା ୧୮ ତାରିଖରୁ ଆରମ୍ଭ ହେଉଛି କାର୍ତ୍ତିକ ମାସ । କାର୍ତ୍ତିକ ବ୍ରତ ରଖୁଥିବା ହବିଷ୍ୟାଳୀଙ୍କ ପାଇଁ ଆସନ୍ତା ୬ ତାରିଖରୁ ପଞ୍ଜିକରଣ ହେବ । ୬ରୁ ୧୧ ତାରିଖ ଯାଏଁ କାର୍ତ୍ତିକ ବ୍ରତ ପାଇଁ କେବଳ ଅନଲାଇନ୍ ମାଧ୍ୟମରେ edistrict.odisha.gov.inରେ ଆବେଦନ କରିପାରିବେ ହବିଷ୍ୟାଳୀ । ଏଥିପାଇଁ ଅନଲାଇନରେ ଏକ ନିର୍ଦ୍ଦିଷ୍ଟ ଫର୍ମ ଉପଲବ୍ଧ ହେଉଛି । ଏହି ଫର୍ମ ମାଧ୍ୟମରେ ଆବେଦନ କରିପାରିବେ ହବିଷ୍ୟାଳି । ଏନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ।

ସୁସ୍ଥ ଥିବା ଲୋକଙ୍କୁ ହବିଷ୍ୟାଳି ଶିବିରରେ ରଖାଯିବ । ନୂତନ ଭାବେ ପଞ୍ଜୀକରଣ କରୁଥିବା ହବିଷ୍ୟାଳିଙ୍କୁ ଦିଆଯିବ ପ୍ରାଥମିକତା ଦିଆଯିବ । ପୁରୀ ପ୍ରଶାସନ ପକ୍ଷରୁ ୪ଟି ଶିବିରରେ ରହିବେ ହବିଷ୍ୟାଳି। ୧୭ ତାରିଖ ସୁଦ୍ଧା ନିର୍ଦ୍ଧାରିତ ହବିଷ୍ୟାଳୀ କେନ୍ଦ୍ରରେ ରହିବେ । ପ୍ରାୟ ୨୫୦୦ ହବିଷ୍ୟାଳୀଙ୍କ ପାଇଁ ବ୍ୟବସ୍ଥା କରାଯାଉଛି ।

Tags: