ସୁରକ୍ଷାକର୍ମୀ ଙ୍କ ବଦଳରେ ଗନମ୍ୟାନ ଦରକାର – ମେୟର

ଭୁବନେଶ୍ୱର : ବିଏମସି ଅଫିସ୍‍ ଭିତରେ ପଶି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା । ପ୍ରତିବାଦରେ କାର୍ଯ୍ୟବନ୍ଦ ଆଂଦୋଳନ କରିଛନ୍ତି ଓଏଏସ ଅଫିସର ସଂଘ । ଏହି ଘଟଣାରେ ଅଧିକାରୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି । ବିଏମସି ଅଫିସରେ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ମେୟର ସୁଲୋଚନା ଦାସ । ସେ କହିଛନ୍ତି ଅଫିସରଙ୍କୁ ମାଡ ମରାଯିବା ସମୟରେ ଛିଡା ହୋଇ ରହୁଥିବା ସୁରକ୍ଷାକର୍ମୀ ଦରକାର ନାହିଁ, ଗନମ୍ୟାନ ଦରକାର । ଯଦି ସେମାନେ କର୍ମଚାରୀଙ୍କୁ […]

ସୁରକ୍ଷାକର୍ମୀ ଙ୍କ ବଦଳରେ ଗନମ୍ୟାନ ଦରକାର – ମେୟର
Samaya Live Picture
Published On

ଭୁବନେଶ୍ୱର : ବିଏମସି ଅଫିସ୍‍ ଭିତରେ ପଶି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା । ପ୍ରତିବାଦରେ କାର୍ଯ୍ୟବନ୍ଦ ଆଂଦୋଳନ କରିଛନ୍ତି ଓଏଏସ ଅଫିସର ସଂଘ । ଏହି ଘଟଣାରେ ଅଧିକାରୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି । ବିଏମସି ଅଫିସରେ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ମେୟର ସୁଲୋଚନା ଦାସ । ସେ କହିଛନ୍ତି ଅଫିସରଙ୍କୁ ମାଡ ମରାଯିବା ସମୟରେ ଛିଡା ହୋଇ ରହୁଥିବା ସୁରକ୍ଷାକର୍ମୀ ଦରକାର ନାହିଁ, ଗନମ୍ୟାନ ଦରକାର । ଯଦି ସେମାନେ କର୍ମଚାରୀଙ୍କୁ ସୁରକ୍ଷା ଦେଇପାରୁ ନାହାଁନ୍ତି ତେବେ କାହିଁକି ରହିବେ । ସେହିପରି ଅଫିସରେ ସିସିଟିଭ ଅଚଳ ନେଇ ସ୍ମାର୍ଟ ସିଟି ସଂସ୍ଥାକୁ ଟାର୍ଗେଟ କରିଛନ୍ତି ସୁଲୋଚନା । ସିସିଟିଭି ଅଚଳ ନେଇ ସ୍ମାର୍ଟସିଟି କର୍ତ୍ତୃପକ୍ଷ କାହିଁକି ଜଣାଇନଥିଲେ । ଆମେ ସ୍ମାର୍ଟସିଟି ହାତରୁ ଦାୟିତ୍ୱ କାଢି ବିଏମସିକୁ ଦେବାକୁ ଚାହୁଁଛୁ ବୋଲି କହିଛନ୍ତି ।

ସେହିପରି ମେୟର କହିଛନ୍ତି, ଏ ଘଟଣାରେ ସ୍ପଷ୍ଟ ହୋଇ ସାରିଛି ମାଷ୍ଟର ମାଇଣ୍ଡ କିଏ। ଦୃଷ୍ଟାନ୍ତମୂଳକ ଦଣ୍ଡ ମିଳିଲେ କେହି ଆଇନକୁ ହାତକୁ ନେବେ ନାହିଁ। ଆମେ ଅନୁରୋଧ କରି ସଫେଇ କର୍ମଚାରୀଙ୍କୁ କାମରେ ଲଗାଇଛୁ।

ଏହି ଘଟଣାକୁ ନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ମଧ୍ୟ ବଡ଼ ବୟାନ ଜାରି କରିଛନ୍ତି। ସେ କହିଛନ୍ତି ଯେ, ଘଟଣା ପଛରେ ଥିବା ମୁଖ୍ୟ ଅଭିଯୁକ୍ତଙ୍କୁ ଛଡ଼ାଯିବନି। ଯିଏ ବି ଏକାଣ୍ଡ କରିଛି କାହାକୁ ଛଡ଼ାଯିବନି।

ଅନ୍ୟପଟେ ଏହି ଘଟଣାକୁ ନେଇ ଖାରବେଳ ନଗର ଥାନାରେ ରତ୍ନାକର ସାହୁ ଦେଇଥିବା ଏଫଆଇଆରରେ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ନାଁ ଉଲ୍ଲେଖ କରିଛନ୍ତି । ଅଭିଯୁକ୍ତ ମାନେ ବିଏମସି ଅତିରିକ୍ତ କମିଶନରଙ୍କ କାର୍ଯ୍ୟାଳୟ ଭିତରେ ଜବରଦସ୍ତ ପଶିବା କ୍ଷଣି ଜଗନ୍ନାଥ ପ୍ରଧାନଙ୍କ ସହିତ କଥା ହୋଇଥିଲା ବୋଲି ପ୍ରଶ୍ନ କରିଥିଲେ।

Tags: