ଗୁଜୁରାଟ ଯିବ କ୍ରାଇମବ୍ରାଞ୍ଚ
ଭୁବନେଶ୍ୱର : ଭରତପୁର ଥାନା ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲା । ଆସନ୍ତା କାଲି ଗୁଜୁରାଟ ଯିବ କ୍ରାଇମବ୍ରାଞ୍ଚ । ୪ ନିଲମ୍ବିତ ପୋଲିସ କର୍ମଚାରୀଙ୍କ ସହିତ ଅନ୍ୟଜଣେ ପୋଲିସକୁ ନେଇ ଗୁଜୁରାଟ ଯିବ । ସୋମବାର ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ପଲିଗ୍ରାଫ,ବ୍ରେନ ମ୍ୟାପିଂ ଏବଂ ନାର୍କୋ ଟେଷ୍ଟ ହେବ । ଏଥିସହ ଅନ୍ୟ ଚାରି ନିଲମ୍ବିତ ପୋଲିସ ଅଧିକାରୀଙ୍କର ମଧ୍ୟ ଗୁଜରାଟରେ ପଲିଗ୍ରାଫ ଟେଷ୍ଟ କରାଯିବ । ପୂର୍ବରୁ ନିଲମ୍ବିତ ଆଇଆଇସି […]
ଭୁବନେଶ୍ୱର : ଭରତପୁର ଥାନା ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲା । ଆସନ୍ତା କାଲି ଗୁଜୁରାଟ ଯିବ କ୍ରାଇମବ୍ରାଞ୍ଚ । ୪ ନିଲମ୍ବିତ ପୋଲିସ କର୍ମଚାରୀଙ୍କ ସହିତ ଅନ୍ୟଜଣେ ପୋଲିସକୁ ନେଇ ଗୁଜୁରାଟ ଯିବ । ସୋମବାର ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ପଲିଗ୍ରାଫ,ବ୍ରେନ ମ୍ୟାପିଂ ଏବଂ ନାର୍କୋ ଟେଷ୍ଟ ହେବ । ଏଥିସହ ଅନ୍ୟ ଚାରି ନିଲମ୍ବିତ ପୋଲିସ ଅଧିକାରୀଙ୍କର ମଧ୍ୟ ଗୁଜରାଟରେ ପଲିଗ୍ରାଫ ଟେଷ୍ଟ କରାଯିବ ।
ପୂର୍ବରୁ ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ପଲିଗ୍ରାଫ, ବ୍ରେନ ମ୍ୟାପିଂ ଓ ନାର୍କୋ ଟେଷ୍ଟ ନିମନ୍ତେ ଭୁବନେଶ୍ୱର ଏସ୍ଡିଜେଏମ କୋର୍ଟ ଅନୁମତି ପ୍ରଦାନ କରିଥିଲେ । ପରେ ଅନ୍ୟମାନଙ୍କ ପଲିଗ୍ରାଫ ଟେଷ୍ଟ ନିମନ୍ତେ ଶୁକ୍ରବାର କ୍ରାଇମବ୍ରାଞ୍ଚ ପକ୍ଷରୁ କୋର୍ଟରେ ଆବେଦନ ହୋଇଥିଲା। ଏଥିନିମନ୍ତେ ମଧ୍ୟ ଅନୁମତି ମିଳିସାରିଛି।
ଏହି ୪ ଅଧିକାରୀଙ୍କ ମଧ୍ୟରେ ରହିଛନ୍ତି ନିଲମ୍ବିତ ହୋଇଥିବା ଜଣେ ମହିଳା ସବ-ଇନ୍ସପେକ୍ଟର ଓ ୨ ମହିଳା ଆସିଷ୍ଟାଣ୍ଟ ସବ-ଇନ୍ସପେକ୍ଟର । ଗୁଜରାଟର ଗାନ୍ଧିନଗରରେ ହେବ ପଲିଗ୍ରାଫ ଟେଷ୍ଟ । ଟେଷ୍ଟ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟାସତ୍ୟ ଜଣ ପଡିବ ।




