ଶ୍ରୀମନ୍ଦିର ଗଲେ ଶ୍ରଦ୍ଧାଳୁଙ୍କ ପାଇଁ ଜାରି ହେଲା ଗାଇଡଲାଇନ
ପୁରୀ : ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଗଲେ ଶ୍ରଦ୍ଧାଳୁ ପିନ୍ଧିବେ ଶାଳୀନତାର ପୋଷାକ I ଏନେଇ ଚିଠି ଲେଖିଲା ଶ୍ରୀମନ୍ଦିର ପ୍ରଶାସକ । ସମସ୍ତ ନିଯୋଗର ସଭାପତି ଓ ସମ୍ପାଦକଙ୍କ ସମେତ ପୁରୀ ହୋଟେଲ୍ ଓ ରେଷ୍ଟୁରାଣ୍ଟ ସଂଘକୁ ଚିଠି ଲେଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସ। ଭକ୍ତଙ୍କୁ ଶାଳୀନତାପୂର୍ଣ୍ଣ ପୋଷାକ ପିନ୍ଧିବାକୁ ସଚେତନତା କରିବାକୁ ସହଯୋଗ କାମନ କରିଛନ୍ତି । ଶ୍ରୀମନ୍ଦିରକୁ ଯିବାକୁ ହେଲେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି […]
ପୁରୀ : ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଗଲେ ଶ୍ରଦ୍ଧାଳୁ ପିନ୍ଧିବେ ଶାଳୀନତାର ପୋଷାକ I ଏନେଇ ଚିଠି ଲେଖିଲା ଶ୍ରୀମନ୍ଦିର ପ୍ରଶାସକ । ସମସ୍ତ ନିଯୋଗର ସଭାପତି ଓ ସମ୍ପାଦକଙ୍କ ସମେତ ପୁରୀ ହୋଟେଲ୍ ଓ ରେଷ୍ଟୁରାଣ୍ଟ ସଂଘକୁ ଚିଠି ଲେଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସ। ଭକ୍ତଙ୍କୁ ଶାଳୀନତାପୂର୍ଣ୍ଣ ପୋଷାକ ପିନ୍ଧିବାକୁ ସଚେତନତା କରିବାକୁ ସହଯୋଗ କାମନ କରିଛନ୍ତି ।
ଶ୍ରୀମନ୍ଦିରକୁ ଯିବାକୁ ହେଲେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ପରାମର୍ଶବଳୀରେ ଦର୍ଶାଯାଇଛି ଯେ, ପୁରୁଷ ମାନେ ପ୍ୟାଣ୍ଟ ସାର୍ଟ, ଚୁଡ଼ିଦାର ପଞ୍ଜାବୀ, ଧୋତି ଆଦି ପାରମ୍ପାରିକ ପୋଷାକ ପିନ୍ଧିବେ । ସେହିପରି ମହିଳା ମାନେ ଶାଢ଼ୀ,ଶାଲୱାର ଭଳି ଶାଳୀନତା ପୂର୍ଣ୍ଣ ପୋଷାକ ପରିଧାନ କରିବେ।
ତେବେ ହାଫ୍ ପ୍ୟାଣ୍ଟ, ଚିରାଫଟା ଜିନ୍ସ, ଅନାବଶ୍ୟକ ଭାବେ ଶରୀର ପ୍ରଦର୍ଶନ କରୁଥିବା ପୋଷାକ କିମ୍ବା ଧାର୍ମିକ ଭାବନକୁ କୁଠାରଘାତ କଲା ଭଳି ପୋଷାକ ବର୍ଜନୀୟ ବୋଲି ପରାମର୍ଶବଳୀରେ ଦର୍ଶାଯାଇଛି। ଶ୍ରୀମନ୍ଦିରରେ ହାଫ୍ ପ୍ୟାଣ୍ଟ, ଚିରାଫଟା ଜିନ୍ସ, ଅନାବଶ୍ୟକ ଶରୀର ପ୍ରଦର୍ଶନ କରୁଥିବା ପୋଷାକ ଓ ଧାର୍ମିକ ଭାବନାକୁ କୁଠାରାଘାତ କରୁଥିବା କୌଣସି ବି ପୋଷାକ ବର୍ଜନୀୟ ହେବ। ଏଣୁ ଶ୍ରୀଜଗନ୍ନାଥ ମନ୍ଦିରର ମହାନ ସଂସ୍କୃତି ଓ ପରମ୍ପରାର ସୁରକ୍ଷା ପାଇଁ ଛତିଶାନିଯୋଗର କାର୍ଯ୍ୟକର୍ତ୍ତା ଭକ୍ତଙ୍କୁ ଜଣାଇବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ଦାସ କହିଛନ୍ତି।
ଏ ସଂପର୍କରେ ପ୍ରତ୍ୟେକ ସ୍ତରରେ ସଚେତନତା ସୃଷ୍ଟି ପାଇଁ ପ୍ରୟାସ କରାଯିବା ସହ ଆସନ୍ତା ନୂଆବର୍ଷଠାରୁ ଏହାକୁ ଯେପରି କଡ଼ାକଡ଼ି ଭାବେ ଲାଗୁ କରାଯିବ, ସେଦିଗରେ ପଦକ୍ଷେପ ନେବାକୁ ସମସ୍ତ ନିଯୋଗର ସଭାପତି, ସମ୍ପାଦକ ଏବଂ ହୋଟେଲ ମାଲିକଙ୍କୁ ଚିଠି କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ନିୟମ ଲାଗୁ ହୋଇନି, ବିବେକ ଅନୁସାରେ ଶାଳୀନତା ପୋଷାକ ପିନ୍ଧନ୍ତୁ ବୋଲି ଚିଠିରେ ଦର୍ଶାଯାଇଛି। ଶ୍ରୀମନ୍ଦିର ପ୍ରଶାସକଙ୍କ ପକ୍ଷରୁ ସବୁ ନିଯୋଗ ଓ ହୋଟେଲକୁ ଚିଠି ଲେଖିଛନ୍ତି ମୁଖ୍ୟ ପ୍ରଶାସକ।




