ଜିରୋ ନାଇଟ ସେଲିବ୍ରେସନ ଓ ନୂଆ ବର୍ଷ ପାଇଁ ଗାଇଡଲାଇନ ଜାରି
ଭୁବନେଶ୍ୱର : ଆଉ ଦିନ କେଇଟାପରେ ବିଦାୟ ନେବ ବର୍ଷ -୨୦୨୩ I ଡିସେମ୍ବର ୩୧ ରାତିରେ ସେଲିବ୍ରେସନ ହେବ ଜିରୋ ନାଇଟ I ଏଥିପାଇଁ ହୋଟେଲ, କ୍ଲବ୍ ଏବଂ ରେଷ୍ଟୁରାଣ୍ଟରେ ଜୋରସୋରରେ ଚାଲିଛି ପ୍ରସ୍ତୁତି । ତେବେ ରାଜଧାନୀରେ ଜିରୋ ନାଇଟ୍ ସେଲିବ୍ରେସନ୍ ପାଇଁ ଲୋକଙ୍କ ସୁରକ୍ଷା ଓ ନିରାପତ୍ତାକୁ ଦୃଷ୍ଟିରେ ରଖି ଆଜି କମିଶନରେଟ୍ ପୋଲିସ ପକ୍ଷରୁ କଡ଼ା ନିର୍ଦ୍ଦେଶନାମା ଜାରି କରାଯାଇଛି । ନୂଆ ବର୍ଷ ପାଇଁ ଆକ୍ସନ ମୋଡ଼ରେ କମିଶନରେଟ ପୋଲିସ […]
ଭୁବନେଶ୍ୱର : ଆଉ ଦିନ କେଇଟାପରେ ବିଦାୟ ନେବ ବର୍ଷ -୨୦୨୩ I ଡିସେମ୍ବର ୩୧ ରାତିରେ ସେଲିବ୍ରେସନ ହେବ ଜିରୋ ନାଇଟ I ଏଥିପାଇଁ ହୋଟେଲ, କ୍ଲବ୍ ଏବଂ ରେଷ୍ଟୁରାଣ୍ଟରେ ଜୋରସୋରରେ ଚାଲିଛି ପ୍ରସ୍ତୁତି । ତେବେ ରାଜଧାନୀରେ ଜିରୋ ନାଇଟ୍ ସେଲିବ୍ରେସନ୍ ପାଇଁ ଲୋକଙ୍କ ସୁରକ୍ଷା ଓ ନିରାପତ୍ତାକୁ ଦୃଷ୍ଟିରେ ରଖି ଆଜି କମିଶନରେଟ୍ ପୋଲିସ ପକ୍ଷରୁ କଡ଼ା ନିର୍ଦ୍ଦେଶନାମା ଜାରି କରାଯାଇଛି । ନୂଆ ବର୍ଷ ପାଇଁ ଆକ୍ସନ ମୋଡ଼ରେ କମିଶନରେଟ ପୋଲିସ । ନୂଆବର୍ଷ ପାଳନ ସମୟରେ ବିଶୃଙ୍ଖଳ ଆଚରଣ ପ୍ରଦର୍ଶନ କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ। ଟ୍ୱିନ ସିଟିର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ । କଟକ ଓ ଭୁବନେଶ୍ୱରରେ ୫୦ ପ୍ଲାଟୁନ ପୋଲିସ ମୁତୟନ ରହିବେ। ଜିରୋ ନାଇଟ ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯିବ । ଏହା କହିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।
ଜିରୋ ନାଇଟ୍ ପାଇଁ ହୋଟେଲ, କ୍ଲବ୍ ଓ ବାରରେ ସମୟ ସୀମା ଦିନ ୧୨ରୁ ରାତି ୧୨ଟା ରହିଛି । ତେବେ ବିଶେଷ ଅନୁମତି ନେଇ ରାତି ୧ଟା ୩୦ ପର୍ଯ୍ୟନ୍ତ ପାର୍ଟି ପାଇଁ ଅନୁମତି ମିିଳିପାରିବ । ଶାନ୍ତି ଶୃଙ୍ଖଳା ସହ ନିୟୁ ଇୟର ସେଲିବ୍ରେସନ କରନ୍ତୁ । ନିୟମ ଉଲ୍ଲଂଘନ କରି କିମ୍ବା ଅନ୍ୟକୁ ଅସୁବିଧାରେ ପକାଇବା ଭଳି କାମ କଲେ ପୋଲିସ ଅନ ଦ ସ୍ପଟ ଆକ୍ସନ ନେବ ବୋଲି ସେ କହିଛନ୍ତି । ନୂଆ ବର୍ଷରେ ପେଟ୍ରୋଲିଂ କୁ ଜୋରଦାର କରାଯିବ । ଏହାସହ ବେପରୁଆ ଡ୍ରାଇଭିଂ ଓ ରୋଡ ରୋମିଓଙ୍କ ଉପରେ ରହିବ କଡ଼ା ନଜର I ଆମ୍ବୁଲାନ. ସିସିଟିଭି ସର୍ଭିଲାନ୍ସ ବ୍ୟବସ୍ଥାକୁ କୁ କଡ଼ାକଡ଼ି କରାଯାଇଛି । ଏହା ସହ ରାସ୍ତାରେ ପୋଲିସ ପାଟ୍ରୋଲିଂ ବ୍ୟବସ୍ଥା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି ।୨୦୨୪ରେ ସାଇବର କ୍ରାଇମ୍ ଓ ନିର୍ବାଚନ ପରିଚାଳନା ଫୋକସ ରହିବ କହିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।




