ଜାରି ହେଲା ନୂଆ ବର୍ଷ ପାଳନ ଗାଇଡ୍ଲାଇନ
ଭୁବନେଶ୍ୱର : ଆସୁଛି ନୂଆ ବର୍ଷ I ୨୦୨୪କୁ ସ୍ୱାଗତ ପାଇଁ ମତୁଆଲା ହେବେ ରାଜଧାନୀବାସୀ I ବଡ଼ ଦିନ ଓ ନୂଆ ବର୍ଷ ଜିରୋ ନାଇଟ ସେଲିବ୍ରେସନ ପାଇଁ ହୋଟେଲ,ଡ୍ୟାନ୍ସବାର,ପବ୍ ସେମତ କ୍ଲବରେ ଚାଲିଛି ବ୍ୟାପକ ପ୍ରସ୍ତୁତି । ହେଲେ ସେମାନଙ୍କ ଉପରେ ଅବକାରୀ ବିଭାଗର ରହିବ ନଜର । ରାତି ୧୨ ଟା ପରେ କ୍ଲବ, ପବ୍ ଚଳାଇବା ପାଇଁ ଆବେଦନ ମୁତାବକ ଅନୁମତି ମିଳିଛି । ୩୧ ତାରିଖ ରାତିରେ ଜିରୋ ନାଇଟ […]
ଭୁବନେଶ୍ୱର : ଆସୁଛି ନୂଆ ବର୍ଷ I ୨୦୨୪କୁ ସ୍ୱାଗତ ପାଇଁ ମତୁଆଲା ହେବେ ରାଜଧାନୀବାସୀ I ବଡ଼ ଦିନ ଓ ନୂଆ ବର୍ଷ ଜିରୋ ନାଇଟ ସେଲିବ୍ରେସନ ପାଇଁ ହୋଟେଲ,ଡ୍ୟାନ୍ସବାର,ପବ୍ ସେମତ କ୍ଲବରେ ଚାଲିଛି ବ୍ୟାପକ ପ୍ରସ୍ତୁତି । ହେଲେ ସେମାନଙ୍କ ଉପରେ ଅବକାରୀ ବିଭାଗର ରହିବ ନଜର । ରାତି ୧୨ ଟା ପରେ କ୍ଲବ, ପବ୍ ଚଳାଇବା ପାଇଁ ଆବେଦନ ମୁତାବକ ଅନୁମତି ମିଳିଛି । ୩୧ ତାରିଖ ରାତିରେ ଜିରୋ ନାଇଟ ସେଲିବ୍ରେସନ ନେଇ କୌଣସି ପ୍ରାଇଭେଟ ସଂସ୍ଥାକୁ ଅନୁମତି ଦିଆଯାଇନି। ସେହିପରି ଖୋଲା ପଡ଼ିଆ,ସ୍କୁଲ ପରିସରରେ ସେଲିବ୍ରେସନ୍ ମନା । ଡ୍ୟାନ୍ସ ବାରରେ ନିୟମ ଉଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ । ରାଜଧାନୀର ସମସ୍ତ ଖିଲାପକାରୀଙ୍କୁ ଜଗିବା ପାଇଁ ୩ଟି ଫ୍ଲାଇଁ ସ୍କ୍ୱାର୍ଡ ଗଠନ କରିଛି ଅବକାରୀ ବିଭାଗ ।
ସେପଟେ ବଡ଼ ଦିନ ଓ ନୂଆବର୍ଷକୁ ଆଖିରେ ରଖି ସହରରେ କଡ଼ା ସୁରକ୍ଷା ସହ ବ୍ଲକିଂ ଚେକିଂ କଡ଼ାକଡ଼ି କରିବାକୁ ଯୋଜନା କରିଛି କମିଶନରେଟ ପୋଲିସ । ୨୪ ତାରିଖ ରାତିରୁ ୧ ତାରିଖ ଯାଏଁ ଭୁବନେଶ୍ୱରର ସମସ୍ତ ଚର୍ଚ୍ଚ ଗୁଡିକର ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୋଲିସ ମୁତୟନ କରାଯିବ I ସେହିପରି ବଡ଼ଦିନ ଠାରୁ ଡ୍ରଙ୍କ ଆଣ୍ଡ ଡ୍ରାଇଭ ଜନିତ ଗାଡ଼ି ଚାଳନାକୁ ନେଇ କଡ଼ାକଡ଼ି ଚେକିଂ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଡିସିପି ।
ଡିସେମ୍ବର ୩୧ ତାରିଖ ଓ ଜାନୁଆର ୧ ତାରିଖରେ ଟ୍ୱିନ୍ ସିଟିରେ ପୋଲିସ ବ୍ୟାପକ ଭାବେ ପହରା ଦେବ। ଭିଡ଼ ନିୟନ୍ତ୍ରଣ ଓ ଡ୍ରଙ୍କ୍ ଆଣ୍ଡ୍ ଡ୍ରାଇଭ୍କୁ ଜଗିବା ପାଇଁ ସବୁଠି ବ୍ଳକିଂ ଓ ଚେକିଂ ଚାଲିଛି I ଶାନ୍ତିଶୃଙ୍ଖଳାରେ ସେଲିବ୍ରେସନ କରିବା ପାଇଁ ପୋଲିସ ପକ୍ଷରୁ ସମସ୍ତଙ୍କୁ କୁହାଯାଇଛି। ନିୟମ ଉଲ୍ଲଙ୍ଘନକାରୀଙ୍କ ପାଇଁ ଆଇନ ଅନୁଯାୟୀ ଦଣ୍ଡ ଦିଆଯିବ ବୋଲି ଡିସିପି ପ୍ରତୀକ ସିଂ କହିଛନ୍ତି I




