ଶୀତରେ ଥରୁଛି ଓଡିଶା: ଉପକୂଳରୁ ଉପାନ୍ତ ଶୀତରେ କଲବଲ ଜନ ଜୀବନ

ଭୁବନେଶ୍ୱର:ରାଜ୍ୟ ଶୀତର ପ୍ରକୋପ ବଢିଛି। ବିଭିନ୍ନ ସ୍ଥାନରେ ପାରଦ କମିଛି। କାଲୁଆ ପବନ ରାଜ୍ୟବାସୀଙ୍କୁ କଲବଲ କରୁଛି। ଅସହ୍ୟ ଜାଡରେ ଥରୁଛି ମୟୁରଭଞ୍ଜ। ଆଜିବି ଶିମିଳିପାଳ ଅଭୟାରଣ୍ୟର ବିଭିନ୍ନ ସ୍ଥାନରେ ତୁଷାରପାତ ହେଇଥିବାର ସୂଚନା ମିଳିଛି ।ଉପର ବାରା କାମୁଡ଼ାରେ ତାପମାତ୍ରା ୧ ଡିଗ୍ରୀକୁ ଖସିଛି ପାରଦ । ଶିମିଳିପାଳ ଏବଂ ଶିମିଳିପାଳ ପାଦ ଦେଶରେ ହାଡ଼ଭଙ୍ଗା ଶୀତ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଆଜି ରାଜ୍ୟରେ ପାଗ କୋହଲା ରହିଛି। କିଛି ଜାଗାରେ ଘନ କୁହୁଡିର […]

Samaya Live Picture
Published On

ଭୁବନେଶ୍ୱର:ରାଜ୍ୟ ଶୀତର ପ୍ରକୋପ ବଢିଛି। ବିଭିନ୍ନ ସ୍ଥାନରେ ପାରଦ କମିଛି। କାଲୁଆ ପବନ ରାଜ୍ୟବାସୀଙ୍କୁ କଲବଲ କରୁଛି। ଅସହ୍ୟ ଜାଡରେ ଥରୁଛି ମୟୁରଭଞ୍ଜ। ଆଜିବି ଶିମିଳିପାଳ ଅଭୟାରଣ୍ୟର ବିଭିନ୍ନ ସ୍ଥାନରେ ତୁଷାରପାତ ହେଇଥିବାର ସୂଚନା ମିଳିଛି ।ଉପର ବାରା କାମୁଡ଼ାରେ ତାପମାତ୍ରା ୧ ଡିଗ୍ରୀକୁ ଖସିଛି ପାରଦ । ଶିମିଳିପାଳ ଏବଂ ଶିମିଳିପାଳ ପାଦ ଦେଶରେ ହାଡ଼ଭଙ୍ଗା ଶୀତ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି।

ଆଜି ରାଜ୍ୟରେ ପାଗ କୋହଲା ରହିଛି। କିଛି ଜାଗାରେ ଘନ କୁହୁଡିର ଚାଦର ଦେଖିବାକୁ ମିଳିଛି।ତେବେ ଆଗକୁ ଶୀତ କମିବା ନେଇ ଆକଳନ କରାଯାଇଛି। ରାତି ତାପମାତ୍ରା ସ୍ୱାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ବଢିପାରେ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି।

Tags: