ଉତ୍କଳ ଦିବସରେ ଓଡିଶା ବାସୀଙ୍କୁ ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ,ରାଜ୍ୟପାଳ,ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା
ଭୁବନେଶ୍ୱର : ଆଜି ପବିତ୍ର ଉତ୍କଳ ଦିବସ I ୮୮ ତମ ଉତ୍କଳ ଦିବସ ପ୍ରତିଷ୍ଠା ଅବସରରେ ସାଢେ ଚାରିକୋଟି ଓଡ଼ିଆଙ୍କୁ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ,ପ୍ରଧାନ ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ I ଏହା ସହିତ ଗୃହମନ୍ତ୍ରୀ ଅମିତ ଶାହ ଓ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିସାବାସୀଙ୍କ ସୁଖ ସମୃଦ୍ଧି କାମନା କରି ଶୁଭେଚ୍ଛା ଜଣାଇଛନ୍ତି। ଓଡ଼ିଆ ଭାଷାରେ ଟୁଇଟ୍ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି: ଓଡ଼ିଶା ଦିବସ […]
ଭୁବନେଶ୍ୱର : ଆଜି ପବିତ୍ର ଉତ୍କଳ ଦିବସ I ୮୮ ତମ ଉତ୍କଳ ଦିବସ ପ୍ରତିଷ୍ଠା ଅବସରରେ ସାଢେ ଚାରିକୋଟି ଓଡ଼ିଆଙ୍କୁ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ,ପ୍ରଧାନ ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ I ଏହା ସହିତ ଗୃହମନ୍ତ୍ରୀ ଅମିତ ଶାହ ଓ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିସାବାସୀଙ୍କ ସୁଖ ସମୃଦ୍ଧି କାମନା କରି ଶୁଭେଚ୍ଛା ଜଣାଇଛନ୍ତି।
ଓଡ଼ିଆ ଭାଷାରେ ଟୁଇଟ୍ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି: ଓଡ଼ିଶା ଦିବସ ଅବସରରେ ମୁଁ ପ୍ରିୟ ଦେଶବାସୀଙ୍କୁ ବିଶେଷକରି ଓଡ଼ିଶାବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦ ଜଣାଉଛି। ପ୍ରଚୁର ପ୍ରାକୃତିକ ସମ୍ପଦ ଏବଂ ଦକ୍ଷ ଓ କର୍ମଠ ଲୋକଶକ୍ତି ଆଧାରରେ ଓଡ଼ିଶା, ଆମ ଅର୍ଥବ୍ୟବସ୍ଥାର ଗ୍ରୋଥ୍ ଇଞ୍ଜିନ୍ ହେବାରେ ସାମର୍ଥ୍ୟ ବହନ କରେ। ମୁଁ ଓଡ଼ିଶାର ଭାଇ ଓ ଭଉଣୀମାନଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରୁଛି।
ଓଡ଼ିଶା ଦିବସ ଅବସରରେ ମୁଁ ପ୍ରିୟ ଦେଶବାସୀଙ୍କୁ ବିଶେଷକରି ଓଡିଶାବାସୀଙ୍କୁ ହାର୍ଦିକ ଅଭିନନ୍ଦନ ଜଣାଉଛି।ପ୍ରଚୁର ପ୍ରାକୃତିକ ସମ୍ପଦ ଏବଂ ଦକ୍ଷ ଓ କର୍ମଠ ଲୋକଶକ୍ତି ଆଧାରରେ ଓଡ଼ିଶା ,ଆମ ଅର୍ଥବ୍ୟବସ୍ଥାର ଗ୍ରୋଥ୍ ଇଞ୍ଜିନ ହେବାର ସାମର୍ଥ୍ୟ ବହନ କରେ।
ମୁଁ ଓଡ଼ିଶାର ଭାଇ ଓ ଭଉଣୀ ମାନଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରୁଛି।— President of India (@rashtrapatibhvn) April 1, 2023
ଓଡିଆରେ ଟ୍ୱିଟ୍ କରି ଓଡିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଦେଶର ପ୍ରଗତିରେ ଓଡିଶାର ଅବଦାନକୁ ଜାଣିବାର ଦିନ। ଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ସମୃଦ୍ଧି କାମନା କରିଛନ୍ତି।
ଉତ୍କଳ ଦିବସର ହାର୍ଦ୍ଦିକ ଶୁଭେଚ୍ଛା । ଏହି ଦିନ ଆମ ଦେଶର ପ୍ରଗତିରେ ଓଡ଼ିଶା, ଓଡିଆ ଜନସାଧାରଣ ଏବଂ ସଂସ୍କୃତିର ସମୃଦ୍ଧ ଅବଦାନକୁ ଜାଣିବାର ଅବସର । ଓଡ଼ିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ଏବଂ ସମୃଦ୍ଧି କାମନା କରୁଛି ।
— Narendra Modi (@narendramodi) April 1, 2023
ରାଜ୍ୟପାଳ ପ୍ରଫେସର ଗଶେଶୀ ଲାଲ ମଧ୍ୟ ଓଡିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଓଡିଶାକୁ ସମୃଦ୍ଧ ରାଜ୍ୟ କରିବା ପାଇଁ ସଂକଳ୍ପବଦ୍ଧ ହେବାକୁ ଆହ୍ୱାନ ଦେଇଛନ୍ତି।
ପବିତ୍ର #ଓଡ଼ିଶାଦିବସ ଅବସରରେ ମାନ୍ୟବର ରାଜ୍ୟପାଳ ଓଡ଼ିଶାବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଛା ଜଣାଇଛନ୍ତି।
ଓଡ଼ିଶାକୁ ଏକ ସମୃଦ୍ଧ ରାଜ୍ୟ କରିବାକୁ ସମସ୍ତଙ୍କୁ ସଂକଳ୍ପବଦ୍ଧ ହେବାକୁ ଆହ୍ବାନ ଦେଇଛନ୍ତି। pic.twitter.com/N9gNEbGdGK
— Governor Odisha (@GovernorOdisha) April 1, 2023
ଉତ୍କଳ ଦିବସ ଅବସରରେ ଓଡିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସ୍ୱତନ୍ତ୍ର ଓଡିଶା ଗଠନର ବରେଣ୍ୟ ସାଧକଙ୍କୁ ସମ୍ମାନ ଜଣାଇଛନ୍ତି। ଓଡିଆ ଜାତିର ଅସ୍ମିତା ଓ ସ୍ୱାଭିମାନକୁ ବଜାୟ ରଖିବା। ନୂଆ, ଉଚ୍ଚାଂକ୍ଷୀ ଓଡିଶା ଗଠନ ଦିଗରେ ସଂକଳ୍ପବଦ୍ଧ ହେବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଓଡ଼ିଶା ଦିବସ ଅବସରରେ ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ବରେଣ୍ୟ ସାଧକମାନଙ୍କୁ ଏହି ଅବସରରେ ମୋର ସମ୍ମାନ ଜଣାଉଛି। ଆସନ୍ତୁ ଓଡ଼ିଆ ଜାତିର ଅସ୍ମିତା ଓ ସ୍ଵାଭିମାନକୁ ବଜାୟ ରଖି ଏକ ନୂଆ ଓଡ଼ିଶା, ଉଚ୍ଚାକାଂକ୍ଷୀ ଓଡ଼ିଶା ଗଠନ ଦିଗରେ ସଙ୍କଳ୍ପବଦ୍ଧ ହୋଇ ଆଗକୁ ବଢିବା। #OdishaDibasa pic.twitter.com/bFEZpXdjwk
— Naveen Patnaik (@Naveen_Odisha) April 1, 2023
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଟୁଇଟ୍ କରି କହିଛନ୍ତି, ଉତ୍କଳ ଦିବସ ଅବସରରେ ଓଡ଼ିଶାର ଭଉଣୀ ଓ ଭାଇମାନଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା। ପ୍ରାଚୀନ ମନ୍ଦିର ରାଜି, ସମୃଦ୍ଧ ସଂସ୍କୃତି ଏବଂ ଅମାୟିକ ଜନସାଧାରଣ ଥିବା ଓଡ଼ିଶା ହେଉଛି ଭାରତର ଗୌରବରୂପକ ମୁକୁଟରେ ଗୋଟାଏ ମୁକ୍ତା।
ଉତ୍କଳ ଦିବସରେ ମୁଁ ଓଡ଼ିଶାର ଭଉଣୀ ଏବଂ ଭାଇମାନଙ୍କୁ ମୋର ଶୁଭେଚ୍ଛା ଜଣାଉଛି।
ପ୍ରାଚୀନ ମନ୍ଦିର, ସମୃଦ୍ଧ ସାଂସ୍କୃତିକ ଐତିହ, ସୁନ୍ଦର ହୃଦୟର ଲୋକ ଏବଂ ସବୁଜିମାରେ ଭରପୁର ଜଙ୍ଗଲ ସହିତ ଓଡ଼ିଶା ଭାରତର ସ୍ଵାଭିମାନର ମୁକୁଟ ଉପରେ ଶୋଭା ପାଉଥିବା ଏକ ଅମୂଲ୍ୟ ରତ୍ନ ।
ମହାପ୍ରଭୁ ଜଗନ୍ନାଥ ରାଜ୍ୟକୁ ସୁଖ ଓ ସମୃଦ୍ଧତା ଆଶୀର୍ବାଦ କରନ୍ତୁ।
— Amit Shah (@AmitShah) April 1, 2023
ସେହିପରି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାବାସୀଙ୍କୁ ଅଭିନନ୍ଦନ ଜଣାଇ ଟୁଇଟ୍ କରିଛନ୍ତି: ଓଡ଼ିଶାର ଜନସାଧାରଣଙ୍କୁ ‘ଉତ୍କଳ ଦିବସ’ର ଅଭିନନ୍ଦନ ଜଣାଇବା ସହ ଭାଷାଭିତ୍ତିକ ଓଡ଼ିଶା ପ୍ରଦେଶ ଗଠନର ବରପୁତ୍ରମାନଙ୍କୁ ଶ୍ରଦ୍ଧାଞ୍ଜି ଜଣାଉଛି। ଏହି ଦିନଟି ଆମ ସମସ୍ତ ଉତ୍କଳୀୟଙ୍କ ପାଇଁ ସ୍ମରଣୀୟ ଦିବସ। ଆସନ୍ତୁ, ଓଡ଼ିଆ ଜାତିକୁ ପୁଣି ଥରେ ଶକ୍ତିଶାଳୀ, ସମୃଦ୍ଧ ଓ ଭବ୍ୟ କରିବା ପାଇଁ ବଦ୍ଧପରିକର ହେବା।
କୋରାପୁଟ ଜିଲ୍ଲା ଦାମନଯୋଡି ସ୍ଥିତ ହନୁମାନ ମନ୍ଦିରରେ ଦର୍ଶନ କରିବାର ସୌଭାଗ୍ୟ ଲାଭ କଲି । ପ୍ରଭୁଙ୍କ ପାଖରେ ସମସ୍ତଙ୍କ ମଙ୍ଗଳ କାମନା କରୁଛି । pic.twitter.com/CaGMa97bFI
— Dharmendra Pradhan (@dpradhanbjp) April 1, 2023




