ଗ୍ରୀନ ଜୋନରେ କଟକଣା ଜାରି କଲେ ପୁରୀ ଜିଲ୍ଲାପାଳ

ସମୟ ଲାଇଭ,୬/୫: କେନ୍ଦ୍ର ସରକାରଙ୍କ ତୃତୀୟ ପର୍ଯ୍ୟାୟ ଲକ ଡାଉନ ଗାଇଡ଼ ଲାଇନ ଅନୁଯାୟୀ ପୁରୀ ଜିଲା ଗ୍ରୀନ ଜୋନରେ ରହିଛି। ଗ୍ରୀନ ଜୋନରେ କେନ୍ଦ୍ର ସରକାର କେତେକ କଟକଣା ଲୋକ ଙ୍କ ପାଇଁ କୋହଳ କରିଛନ୍ତି। ତେବେ ପୁରୀ ସହରରେ କେଉଁ ଦୋକାନ ଖୋଲିବ ଓ କେଉଁ ଅନୁଷ୍ଠାନ ବନ୍ଦ ରହିବ ସେ ନେଇ ପୁରୀ ଜିଲାପାଳ ବଲବନ୍ତ ସିଂ ସୂଚନା ଦେଇଛନ୍ତି। କଟକଣା ଅନୁଯାୟୀ ସ୍କୁଲ , କଲେଜ , ଟ୍ରେନିଂ ଇନଷ୍ଟିଚ୍ୟୁଟ , […]

Samaya Live Picture
Published On

ସମୟ ଲାଇଭ,୬/୫: କେନ୍ଦ୍ର ସରକାରଙ୍କ ତୃତୀୟ ପର୍ଯ୍ୟାୟ ଲକ ଡାଉନ ଗାଇଡ଼ ଲାଇନ ଅନୁଯାୟୀ ପୁରୀ ଜିଲା ଗ୍ରୀନ ଜୋନରେ ରହିଛି। ଗ୍ରୀନ ଜୋନରେ କେନ୍ଦ୍ର ସରକାର କେତେକ କଟକଣା ଲୋକ ଙ୍କ ପାଇଁ କୋହଳ କରିଛନ୍ତି। ତେବେ ପୁରୀ ସହରରେ କେଉଁ ଦୋକାନ ଖୋଲିବ ଓ କେଉଁ ଅନୁଷ୍ଠାନ ବନ୍ଦ ରହିବ ସେ ନେଇ ପୁରୀ ଜିଲାପାଳ ବଲବନ୍ତ ସିଂ ସୂଚନା ଦେଇଛନ୍ତି। କଟକଣା ଅନୁଯାୟୀ ସ୍କୁଲ , କଲେଜ , ଟ୍ରେନିଂ ଇନଷ୍ଟିଚ୍ୟୁଟ , ହୋଟେଲ , ସପିଙ୍ଗମଲ , ସିନେମା ହଲ , ସ୍ଵିମିଙ୍ଗପୁଲ , ବାର ଆଦି ବନ୍ଦ ରହିବ। ଅନ୍ୟ ସବୁ ଦୋକାନ ଖୋଲା ରହିବ। ତେବେ ସନ୍ଧ୍ୟା ୭ଟା ରୁ ସକାଳ ୭ ଟା ଯାଏ ଘରୁ ବାହାରିବା ସମ୍ପୂର୍ଣ ନିଷେଧ । କେବଳ ମେଡ଼ିକାଲ ସମ୍ପର୍କିତ କାର୍ଯ୍ୟ ପାଇଁ ଲୋକ ମାନେ ଘରୁ ବାହାରି ପାରିବେ। ସେହିପରି ୬୫ ବର୍ଷ ରୁ ଅଧିକ ବ୍ୟୟସ ବ୍ୟକ୍ତି , ୧୦ ବର୍ଷ ରୁ କମ ବୟସ ପିଲା , ଗର୍ଭବତୀ ମହିଳା ମଧ୍ୟ ଘରୁ ବାହାରିବା ଉପରେ କଟକଣା ରହିଛି। କେବଳ ଜରୁରୀ ପଡିଲେ ଘରୁ ବାହାରି ବାକୁ ଜିଲାପାଳ ପରାମର୍ଶ ଦେଇଛନ୍ତି। ସେହିପରି କୌଣସି ପ୍ରକାର ରାଜନୈତିକ , ସାମାଜିକ , ଧାର୍ମିକ ସଭା ମିଟିଂ ଉପରେ କଟକଣା ରହିଛି। ସର୍ବସାଧାରଣ ବ୍ୟବହୃତ ଜାଗା ରେ ଛେପ ପକାଇବା , ୫ ଜଣ ରୁ ଅଧିକ ଏକାଠି ହେବା କଟକଣା ରହିଛି। ନୀୟମ ଉଲଘଂନ କଲେ ଜୋରିମାନା ଦେବାକୁ ପଡିବ। ସେହିପରି ଏହି ଗ୍ରୀନ ଯୋନ ରେ କୌଣସି ବିବାହ କାର୍ଯ୍ୟ ରେ କେନ୍ଦ୍ର ସରକାରଙ୍କ ଗାଇଡ଼ ଲାଇନ ଅନୁଯାୟୀ ୫0 ଜଣ ,, ଶବ ଦାହ ଓ ଅନ୍ତିମ ସଂସ୍କାର କାର୍ଯ୍ୟ ରେ ୨୦ ଜଣ ଉପସ୍ଥିତ ରହି ପାରିବେ। ସେହିପରି ସର୍ବସାଧାରଣ ବ୍ୟବହାର ଜାଗାରେ ଗୁଟକା , ପାନ , ମଦ୍ୟପାନ ଆଦି କଟକଣା ରହିଛି। ସେହିପରି ଘରୁ ବାହାରିଲେ ମୁହଁରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ସାମାଜିକ ଦୂରତ୍ୱ ନିୟମ କଡ଼ା କଡୀ ପାଳନ ନେଇ ପୁରୀ ଜିଲାପାଳ ବଲବନ୍ତ ସିଂ ନିର୍ଦ୍ଦେଶ ଦେଇ ଛନ୍ତି। ତେବେ ପୁରୀ ଜିଲାବାସୀ ଲକ ଡାଉନ ନୀୟମ କୁ ସଠିକ ଭାବରେ ପାଳନ କରୁଥିବା ହେତୁ ଜିଲା ବାସି ଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି ପୁରୀ ଜିଲାପାଳ

Tags: