‘‘ଜେଜେ ତୁମେ ଅସ୍ତ୍ର ଛାଡ଼ି ଘରକୁ ଫେରିଆସ “- ମାଓନେତାଙ୍କୁ ନାତୁଣୀଙ୍କ ଚିଠି
ମାଲକାନଗିରି : ମାଓ ସଂଗଠନର ଆଗ ଧାଡିର ନେତା ଦେବଜୀ ଅରଫ ଥିପରି ତିରୁପତିଙ୍କ ପାଇଁ ନାତୁଣୀ ହୁମାଙ୍କ ଆବେଗ ଭରା ଚିଠି । ଜେଜେଙ୍କୁ ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ହୁମା କରିଛନ୍ତି ଆକୁଳ ନିବେଦନ । ମାଓ ସଙ୍ଗଠନରୁ ଫେରି ଆସି ପରିବାର ଲୋକଙ୍କ ସାଥିରେ ରୁହନ୍ତୁ ବୋଲି ଚାହାନ୍ତି ନାତୁଣୀ । ମନରେ ଜେଜେଙ୍କ ପ୍ରତି ରହିଛି ଯଥେଷ୍ଟ ସମ୍ମାନ ଓ ଭଲ ପାଇବା । ସେହି ସମ୍ମାନ ଓ ଭଲ ପାଇବା […]
ମାଲକାନଗିରି : ମାଓ ସଂଗଠନର ଆଗ ଧାଡିର ନେତା ଦେବଜୀ ଅରଫ ଥିପରି ତିରୁପତିଙ୍କ ପାଇଁ ନାତୁଣୀ ହୁମାଙ୍କ ଆବେଗ ଭରା ଚିଠି । ଜେଜେଙ୍କୁ ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ହୁମା କରିଛନ୍ତି ଆକୁଳ ନିବେଦନ । ମାଓ ସଙ୍ଗଠନରୁ ଫେରି ଆସି ପରିବାର ଲୋକଙ୍କ ସାଥିରେ ରୁହନ୍ତୁ ବୋଲି ଚାହାନ୍ତି ନାତୁଣୀ । ମନରେ ଜେଜେଙ୍କ ପ୍ରତି ରହିଛି ଯଥେଷ୍ଟ ସମ୍ମାନ ଓ ଭଲ ପାଇବା । ସେହି ସମ୍ମାନ ଓ ଭଲ ପାଇବା ସହ ମାଓନେତା ଥିପରି ତିରୁପତିଙ୍କୁ ଚିଠି ଲେଖିଛନ୍ତି ନାତୁଣୀ ହୁମା ।
ଜେଜେବାପାଙ୍କୁ ଚିଠିରେ ଅନୁରୋଧ କରି ହୁମା ଲେଖିଛନ୍ତି “ପ୍ରିୟ ଜେଜେବାପା ପ୍ରଣାମ। ମୋତେ ସବୁବେଳେ ଆପଣଙ୍କ ସହ ମିଶିବାକୁ ଇଛା ହେଉଥିଲେ ମଧ୍ୟ ଏଭଳି ସୁଯୋଗ ମୋତେ ଆଜି ପର୍ଯ୍ୟନ୍ତ ମିଳିଲା ନାହିଁ। ମୁଁ ଯେତେବେଳେ ଗଣମାଧ୍ୟମରେ ଆପଣଙ୍କ ସଂପର୍କରେ ପଢେ ମୋତେ ବହୁତ ଗର୍ବ ଲାଗେ। ଏଥିସହ ମନରେ ଭୟ ଓ ଆତଙ୍କ ମଧ୍ୟ ଖେଳିଯାଏ। ଆଉ ବର୍ତ୍ତମାନର ଘଟଣା ଯେଭଳି ରହିଛି ତାକୁ ଦେଖି ବହୁତ ଦୁଃଖି ହେଉଛି। ଆପଣ କେମିତି ଅଛନ୍ତି ଜେଜେ । ମୁଁ ତୁମକୁ ଅନୁରୋଧ କରୁଛି, ଦୟା କରି ଜଙ୍ଗଲରେ ଅସ୍ତ୍ର ଫିଙ୍ଗି ଘରକୁ ଫେରି ଆସ । ମୁଁ ତୁମ ବିଷୟରେ ଅନେକ କଥା ଶୁଣିଛି । କିନ୍ତୁ କେବେ ଦେଖିନି । ମୁଁ ଆପଣଙ୍କ ବହୁତ ଭଲ ପାଉଛି। ତେଣୁ ଏହି କଠିନ ସମୟରେ ତୁମେ ସବୁ ଛାଡି ଘରକୁ ଫେରିଆସ। ପରିବାରରେ ଏମିତି ସଦସ୍ୟ ରହିଛନ୍ତି ,ଯେଉଁମାନେ ତୁମକୁ ବର୍ଷ ବର୍ଷ ଧରି ଅପେକ୍ଷା କରି ରହିଛନ୍ତି। ଆମେ ସବୁ ତୁମର ଫେରିବା ବାଟକୁ ଅନେଇ ବସିଛୁ। ଆପଣ ଚିନ୍ତା କରନ୍ତୁ ଯେ ଏତେ ବର୍ଷ ଭିତରେ କଣ ସବୁ ଘଟିଯାଇଛି। ଆପଣ କେତେ ପରିଶ୍ରମ କରୁନଥିବେ। ଆପଣ ସଂଗଠନ ପାଇଁ ବହୁତ କିଛି କରିଛନ୍ତି।
ସୂଚନାନୁସାରେ, ମାଓନେତା ତିରୁପତି ଅରଫ ଶିବାଜୀ ଅରଫ ଦେବାନ୍ନ ଅରଫ ରାମେଶର ଘର ତେଲେଙ୍ଗାନା ରାଜ୍ୟର କରିମନଗରର ଆମ୍ବେଦନଗର ଗାଁରେ । ଗତ ୪ ଦଶନ୍ଧି ଧରି ସେ ସଙ୍ଗଠନରେ ସକ୍ରିୟ ରହିଛନ୍ତି । ୬ଟି ରାଜ୍ୟରେ ବଡ ବଡ ହିଂସାକାଣ୍ଡରେ ସେ ଜଡିତ ରହିଛନ୍ତି । ତେଣୁ ଦୀର୍ଘ ଦିନ ହେଲା ପୋଲିସ୍ ତିରୁପତିଙ୍କୁ ଖୋଜୁଛି । ତାଙ୍କ ନାଁରେ ଦେଢ କୋଟିରୁ ଅଧିକ ଟଙ୍କାର ପୁରସ୍କାର ରାଶି ରହିଛି । ବର୍ତ୍ତମାନ ସେ ସେଣ୍ଟ୍ରାଲ କମିଟି ମେମ୍ବର ରହିଛନ୍ତି । ବାସବରାଜୁ ଗତ ୨୧ ତାରିଖରେ ଏନକାଉଣ୍ଟରରେ ମରିବା ପରେ ମାଓନେତା ତିରୁପତି ମହାସଚିବ ଦୌଡରେ ସାମିଲ ଅଛନ୍ତି।




