୧୦ ଦଫା ଦାବି ନେଇ ୨ ଦିନ ଧରି ଆନ୍ଦୋଳନରେ ଜିପିଏଲଏଫ୍ କର୍ମୀ ସଂଘ

ଭୁବନେଶ୍ୱର : ୯ ମାସର ବକେୟା ଦରମା, ସ୍ଥାୟୀ ନିଯୁକ୍ତି ସହ ୧୦ ଦଫା ଦାବିରେ ଗର୍ଜିଲେ ଅଲ ଓଡ଼ିଶା ଜିପିଏଲଏଫ୍ କର୍ମୀ ସଂଘ । ମିଶନ ଶକ୍ତି ବିଭାଗ ଅଧୀନରେ ଆସୁଥିବା ୬ଟି କମ୍ୟୁନିଟି ସପୋର୍ଟ ଷ୍ଟାଫମାନେ ହଜାର ହଜାର ସଂଖ୍ୟାରେ ଆଜି ମହାତ୍ମା ଗାନ୍ଧୀ ମାର୍ଗକୁ ଆସି ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରୁଥିବାବେଳେ ସେଥିରେ ସାମିଲ ହୋଇଥିଲେ ବିଜେଡି ବିଧାୟକ । ସେପଟେ ମହିଳାମାନଙ୍କ ସପକ୍ଷରେ ବାହାରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବିଧାନସଭା […]

Samaya Live Picture
Published On

ଭୁବନେଶ୍ୱର : ୯ ମାସର ବକେୟା ଦରମା, ସ୍ଥାୟୀ ନିଯୁକ୍ତି ସହ ୧୦ ଦଫା ଦାବିରେ ଗର୍ଜିଲେ ଅଲ ଓଡ଼ିଶା ଜିପିଏଲଏଫ୍ କର୍ମୀ ସଂଘ । ମିଶନ ଶକ୍ତି ବିଭାଗ ଅଧୀନରେ ଆସୁଥିବା ୬ଟି କମ୍ୟୁନିଟି ସପୋର୍ଟ ଷ୍ଟାଫମାନେ ହଜାର ହଜାର ସଂଖ୍ୟାରେ ଆଜି ମହାତ୍ମା ଗାନ୍ଧୀ ମାର୍ଗକୁ ଆସି ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରୁଥିବାବେଳେ ସେଥିରେ ସାମିଲ ହୋଇଥିଲେ ବିଜେଡି ବିଧାୟକ ।

ସେପଟେ ମହିଳାମାନଙ୍କ ସପକ୍ଷରେ ବାହାରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବିଧାନସଭା ଶୀତକାଳୀନ ଅଧିବେଶନର ପ୍ରଶ୍ନକାଳରେ ଏହାକୁ ନେଇ ବିରୋଧି ଦଳ ଗୃହରେ ପ୍ରତିବାଦ କରିଛନ୍ତି । ବିଜେଡି ବିଧାୟକ ଆନ୍ଦୋଳନରତ ମିଶନ ଶକ୍ତି କର୍ମୀଙ୍କୁ ଭେଟିବାକୁ ଯାଇଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ମିଶନ ଶକ୍ତି କର୍ମୀଙ୍କ ପ୍ରତି ନିଜ ସମର୍ଥନ ବ୍ୟକ୍ତ କରିଛନ୍ତି । ସାମ୍ବାଦିକଙ୍କୁ ଦେଇଥିବା ପ୍ରତିକ୍ରିୟାରେ ନବୀନ କହିଛନ୍ତି ଯେ, ମିଶନ ଶକ୍ତି କର୍ମୀଙ୍କ ଦରମା ବନ୍ଦ କରିବାକୁ ରାଜ୍ୟ ବିଜେପି ସରକାର ଷଡ଼ଯନ୍ତ୍ର କରୁଛନ୍ତି । ମିଶନ ଶକ୍ତି କର୍ମୀଙ୍କ ପ୍ରତି ବିଜେଡିର ସମର୍ଥନ ଜାରି ରହିବ ବୋଲି ନବୀନ କହିଛନ୍ତି । ରାଜ୍ୟ ସରକାର ମିଶନ ଶକ୍ତି କର୍ମୀଙ୍କ ଦରମା ବନ୍ଦ କରିଛନ୍ତି । ଦରମା ବନ୍ଦ କରିବା ଆଦୌ ଭଲ ନୁହେଁ ।

ଯାହାର ଜବାବ ରଖି ବାଲେଶ୍ୱର ବିଜେପି ବିଧାୟକ ମାନସ ଦତ୍ତ କହିଛନ୍ତି ବିଜେଡି ସରକାରରେ ଥିବାବେଳେ ମହିଳାମାନଙ୍କୁ ୫ ବର୍ଷିଆ ଚୁକ୍ତିଭିତ୍ତିକ ନିଯୁକ୍ତି ଦେଇ ତା’ର ରିନ୍ୟୁ ନ କରି ଏବେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ।

ସେପଟେ ମିଶନ ଶକ୍ତି ମହିଳାଙ୍କ ଆନ୍ଦୋଳନକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ପ୍ରତିକ୍ରିୟା ଦେଇ କହିଛନ୍ତି, ସୋମବାର ଏ ନେଇ ବିଧାନସଭାରେ ଚର୍ଚ୍ଚା ହୋଇଛି। ମହିଳା ମାନଙ୍କୁ କେହି ବିଭ୍ରାନ୍ତ କରନ୍ତୁ ନାହିଁ। କାହା କଥାରେ ପଡି ରାସ୍ତାରେ ଗଡିବାର କୌଣସି ଆବଶ୍ୟକତା ନାହିଁ। ମହିଳାଙ୍କ ସ୍ଵାର୍ଥରେ ଯାହା ଠିକ୍ , ସେହି ଅନୁସାରେ ସରକାର ପଦକ୍ଷେପ ନେବେ।

Tags: