ଯାତ୍ରାରେ ଅଶ୍ଳୀଳତା ରୋକିବାକୁ ସରକାର ନିୟମ ଆଣନ୍ତୁ

ଭୁବନେଶ୍ୱର : ଯାତ୍ରାରେ ଅଶ୍ଳୀଳତା ପାଇଁ ମାଲିକଙ୍କୁ ଦାୟୀ କଲେ ଯାତ୍ରା କମିଟି । ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଭେଟି ଅଶ୍ଳୀଳତା ବିରୋଧରେ ଦୃଢ ଆଇନ ପ୍ରଣୟନ କରିବାକୁ ଦାବି କରିଛନ୍ତି ଯାତ୍ରା କମିଟି ମହାସଂଘ । ଯାତ୍ରାରେ ଅଶ୍ଳୀଳତା ବନ୍ଦ କରିବା ଦିଗରେ ସରକାର ପଦକ୍ଷେପ ନେବାକୁ ଦାବି କରିଛି ସଂଘ । ବର୍ତ୍ତମାନ ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପରିବେଷଣକୁ ନେଇ ବିବାଦ ଚରମ ସୀମାରେ ପହଞ୍ଚିଛି । ବ୍ୟବସାୟିକ ଫାଇଦା ପାଇଁ ଯାତ୍ରା ଆୟୋଜକମାନେ […]

Samaya Live Picture
Published On

ଭୁବନେଶ୍ୱର : ଯାତ୍ରାରେ ଅଶ୍ଳୀଳତା ପାଇଁ ମାଲିକଙ୍କୁ ଦାୟୀ କଲେ ଯାତ୍ରା କମିଟି । ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଭେଟି ଅଶ୍ଳୀଳତା ବିରୋଧରେ ଦୃଢ ଆଇନ ପ୍ରଣୟନ କରିବାକୁ ଦାବି କରିଛନ୍ତି ଯାତ୍ରା କମିଟି ମହାସଂଘ । ଯାତ୍ରାରେ ଅଶ୍ଳୀଳତା ବନ୍ଦ କରିବା ଦିଗରେ ସରକାର ପଦକ୍ଷେପ ନେବାକୁ ଦାବି କରିଛି ସଂଘ । ବର୍ତ୍ତମାନ ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପରିବେଷଣକୁ ନେଇ ବିବାଦ ଚରମ ସୀମାରେ ପହଞ୍ଚିଛି । ବ୍ୟବସାୟିକ ଫାଇଦା ପାଇଁ ଯାତ୍ରା ଆୟୋଜକମାନେ ନଗ୍ନ ନୃତ୍ୟକୁ ପ୍ରଶ୍ରୟ ଦେଉଥିବା ସାଧାରଣରେ ଅଭିଯୋଗ ହେବା ପରେ ଏହା ଏବେ ବିତର୍କର ପ୍ରସଙ୍ଗ ପାଲଟିଛି । ଯାତ୍ରାରେ ଅଶ୍ଳୀଳତା, ଦିଅର୍ଥବୋଧକ ଶବ୍ଦ ଓ ସମାଜ ପ୍ରତି ଖରାପ ପ୍ରଭାବ ପକାଉଥିବା କିଛି ନାଟକ ଓ ବିଷୟକୁ ବିରୋଧ ନିମନ୍ତେ ଦାବିପତ୍ର ପ୍ରଦାନ କରିଛି ସଂଘ । ଏନେଇ ଯାତ୍ରା ମାଲିକଙ୍କୁ ସିଧାସଳଖ ଦାୟୀ କରିଛି ଯାତ୍ରା କମିଟି ମହାସଂଘ। ଯାତ୍ରାର ରାତି ପିଛା ମୂଲ୍ୟ ସହିତ ଟିକେଟ ମୂଲ୍ୟ ବୃଦ୍ଧି ହେବାରୁ ଏଭଳି ପରିସ୍ଥିତି ଉପୁଜିଛି। ପ୍ରତ୍ୟକ୍ଷରେ ଯାତ୍ରାକୁ ନେଇ ମାଲିକ ମାନେ ଚାପ ପକାଉଛନ୍ତି ।ଯାହାକୁ ନେଇ ଅଶ୍ଳୀଳତା ବୃଦ୍ଧି ପାଉଥିବା ସଂଘ ଅଭିଯୋଗ କରିଛି।

ଏଣେ ଏହି ପ୍ରସଙ୍ଗରେ ଆଇନ୍ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖି କହିଛନ୍ତି, କୌଣସି ପ୍ରକାରରେ ଯାତ୍ରାରେ ଅପସଂସ୍କୃତି ଓ କୁପରମ୍ପରାକୁ ପ୍ରଶ୍ରୟ ଦିଆଯିବ ନାହିଁ । ସଂସ୍କୃତିର ସୁରକ୍ଷା ଦିଗରେ ଖୁବ୍ ଶୀଘ୍ର ନିର୍ଦ୍ଦେଶାବଳୀ ଜାରି କରାଯିବ।

Tags: