ବଜେଟ ଅଧିବେଶନରେ ରାଜ୍ୟପାଳଙ୍କ ଅଭିଭାଷଣ

ଭୁବନେଶ୍ୱର : ଆଜିଠୁ ଆରମ୍ଭ ହୋଇଛି ସପ୍ତଦଶ ଓଡ଼ିଶା ବିଧାନସଭାର ତୃତୀୟ ଅଧିବେଶନ। ପ୍ରଥମ ଦିନରେ ଗୃହରେ ଅଭିସନ ରଖିଛନ୍ତି ରାଜ୍ୟପାଳ ହରିବାବୁ କମ୍ଭମପାଟି । ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କଲେ ରାଜ୍ୟପାଳ । ଏହାପରେ ଦିବଂଗତ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ପୂର୍ବତନ ବିଧାୟକ ବିଜୟ ମହାନ୍ତି ଓ ସଦନ ନାୟକଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଅଭିଭାଷଣରେ ରାଜ୍ୟପାଳ କହିଛନ୍ତି ଆମ ଓଡିଶା ଖଣିଜ ସମ୍ପଦରେ ଭରପୂର। ଓଡିଶା ନିଜ ଐତିହ୍ୟ […]

ବଜେଟ ଅଧିବେଶନରେ ରାଜ୍ୟପାଳଙ୍କ ଅଭିଭାଷଣ
Samaya Live Picture
Published On

ଭୁବନେଶ୍ୱର : ଆଜିଠୁ ଆରମ୍ଭ ହୋଇଛି ସପ୍ତଦଶ ଓଡ଼ିଶା ବିଧାନସଭାର ତୃତୀୟ ଅଧିବେଶନ। ପ୍ରଥମ ଦିନରେ ଗୃହରେ ଅଭିସନ ରଖିଛନ୍ତି ରାଜ୍ୟପାଳ ହରିବାବୁ କମ୍ଭମପାଟି । ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କଲେ ରାଜ୍ୟପାଳ । ଏହାପରେ ଦିବଂଗତ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ପୂର୍ବତନ ବିଧାୟକ ବିଜୟ ମହାନ୍ତି ଓ ସଦନ ନାୟକଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଅଭିଭାଷଣରେ ରାଜ୍ୟପାଳ କହିଛନ୍ତି ଆମ ଓଡିଶା ଖଣିଜ ସମ୍ପଦରେ ଭରପୂର। ଓଡିଶା ନିଜ ଐତିହ୍ୟ ଏବଂ କୀର୍ତ୍ତିରାଜିକୁ ନେଇ ପରିଚିତ। ସେ କହିଛନ୍ତି, ଦୁର୍ଗମ ପାହାଡ଼ ତଳେ ମୂଲ୍ୟବାନ ଖଣିଜ ପଦାର୍ଥର ବିଶାଳ ଭଣ୍ଡାର ରହିଛି, ଯାହା ଏହାର ଶିଳ୍ପ ଶକ୍ତି ଏବଂ ଅର୍ଥନୈତିକ ପ୍ରତିଶ୍ରୁତିର ନୀରବ ପ୍ରମାଣ । ଆମର ଲୋକମାନେ ହିଁ ଆମର ସବୁଠାରୁ ବଡ଼ ସମ୍ପତ୍ତି; ଆମ କାରିଗରମାନେ ପଥର ଓ ବସ୍ତ୍ରରେ ଯାଦୁକରୀ ସ୍ପର୍ଶ ଦିଅନ୍ତି, କୃଷକମାନେ ପୃଥିବୀରୁ ଜୀବନ ସୃଷ୍ଟି କରନ୍ତି ।

୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାବାସୀ ପରିବର୍ତ୍ତନକୁ ବାଛିଛନ୍ତି । ସରକାର ଏହି ପବିତ୍ର ଗୃହରେ “ସବ୍ କା ସାଥ, ସବ୍ କା ବିକାଶ, ସବ୍ କା ବିଶ୍ବାସ ଏବଂ ସବ୍ କା ପ୍ରୟାସ” ନୀତି ଆଧାରିତ ଏହାର ପ୍ରଥମ ବଜେଟ୍ ଉପସ୍ଥାପନ କରିଥିଲେ । ଦାୟିତ୍ଵ ଗ୍ରହଣ କରିବାର ମାତ୍ର ୮ ମାସ ବିତିଛି ଏବଂ ଏହି ସ୍ବଳ୍ପ ସମୟ ମଧ୍ୟରେ ସରକାର ବିଭିନ୍ନ ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ଅନେକ ଯୋଜନା ପ୍ରଣୟନ କରିଛନ୍ତି । ରାଜ୍ୟ ତଥା ଦେଶର ସ୍ବାର୍ଥ ପାଇଁ କାର୍ଯ୍ୟକ୍ରମମାନ ଆୟୋଜନ କରିଛନ୍ତି । ଗରିବ, ଯୁବକ, ଅନ୍ନଦାତା , ନାରୀଶକ୍ତି ଆମ ସରକାରଙ୍କ ମୂଳମନ୍ତ୍ର। ରାଜ୍ୟର ପ୍ରାୟ ଏକ କୋଟି ମହିଳାଙ୍କ ହିତସାଧନ ପାଇଁ ସରକାର “ସୁଭଦ୍ରା” କାର୍ଯ୍ୟକାରୀ କରିଛନ୍ତି। ଧାନ ପାଇଁ ଏମଏସପି ଉପରେ କ୍ରିଣ୍ଟାଲ ପିଛା ଅଧିକ ୮୦୦ ଟଙ୍କା ଇନପୁଟ୍ ସହାୟତା ପ୍ରଦାନ କରିବା ପାଇଁ “ସମୃଦ୍ଧ କୃଷକ ଯୋଜନା” ଆରମ୍ଭ କରିଛନ୍ତି। ଦୁଗ୍ଧ ଚାଷୀଙ୍କ ପାଇଁ କାମଧେନୁ ଯୋଜନା ଆରମ୍ଭ ହୋଇଛି। ୪୬ ଲକ୍ଷ ମହିଳା ଓ ଶିଶୁଙ୍କୁ ପୁଷ୍ଟିକାର ଖାଦ୍ୟ ଦିଆଯାଉଛି। ୨୦୨୭ ସୁଦ୍ଧା ୨୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରାଯିବ। ଏଥିସହ ଭକ୍ତଙ୍କ ଭାବାବେଗକୁ ସମ୍ମାନ ଜଣାଇ ଶ୍ରୀମନ୍ଦିରର ଭିତର ରତ୍ନ ଭଣ୍ଡାର ଖୋଲିବା ଓଡ଼ିଆ ଅସ୍ମିତାକୁ ପୁନର୍ଜୀବିତ କରିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି।

ପ୍ରଧାନମନ୍ତ୍ରୀ ଇ-ବସ୍ ସେବା ଯୋଜନାରେ ୪୦୦ ଇ-ବସ୍ ଚାଲିବ। ୫ ବର୍ଷ ମଧ୍ୟରେ ୧.୫ ଲକ୍ଷ ସରକାରୀ ଚାକିରି ପୂରଣ କରାଯିବ। ପ୍ରଥମ ଦୁଇ ବର୍ଷରେ ୬୫ ହଜାର ପଦବୀ ପୂରଣ ହେବ। ଦୁଇ ବର୍ଷରେ ବୟନ ଶିଳ୍ପ କ୍ଷେତ୍ରରେ ୫୦ ହଜାର ନିଯୁକ୍ତ ଦିଆଯିବ।

୨୦୨୪ ନଭେମ୍ବରରେ ଆରକ୍ଷୀ ମହାନିର୍ଦ୍ଦେଶକ ଓ ମହାନିରୀକ୍ଷକ ସମ୍ମିଳନୀ ଆୟୋଜନ ଏବଂ ୨୦୨୫ ଜାନୁଆରୀ ମାସରେ ସିଙ୍ଗାପୁର ଜନରାଜ୍ୟର ରାଷ୍ଟ୍ରପତିଙ୍କ ଗସ୍ତ, ୧୮ତମ ପ୍ରବାସୀ ଭାରତୀୟ ଦିବସ, ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ଆୟୋଜନ ପାଇଁ ସରକାରଙ୍କ ନିଷ୍ଠାପର ଉଦ୍ୟମ ପ୍ରଶଂସନୀୟ ।୨୦୩୬ ସୁଦ୍ଧା ୫୦୦ ବିଲିୟନ ଡଲାର ଅର୍ଥନୀତି ସହିତ ସମୃଦ୍ଧ ଓଡ଼ିଶା ଲକ୍ଷ୍ୟ ରଖିଛନ୍ତି ସରକାର। ଏଥିସହ ‘ଭିଜନ ୨୦୩୬’ ପାଇଁ ୩ ଲକ୍ଷରୁ ଅଧିକ ପ୍ରସ୍ତାବ ମିଳିଛି ।

ବିକଶିତ ଭାରତ ୨୦୪୭ ପାଇଁ ବିକଶିତ ଓଡ଼ିଶା ଲକ୍ଷ୍ୟ ସାଧନ ଉଦ୍ଦେଶ୍ୟରେ ସରକାରଙ୍କର ବିସ୍ତୃତ ଯୋଜନା ରହିଛି, ଯେଉଁଥିରେ ଭାରତର ଅର୍ଥନୀତିକୁ ଓଡ଼ିଶାର ୧.୫ ଟ୍ରିଲିୟନ ଡଲାର ଯୋଗଦାନର ଆଭିମୁଖ୍ୟ ରହିଛି । ଓଡ଼ିଶା ଏକ କୃଷିଭିଭିକ ରାଜ୍ୟ । ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ ସତ୍ତ୍ବେ ଓଡିଶା ନିଜର ସମୃଦ୍ଧ କୃଷି ଐତିହ୍ୟ ଏବଂ ପାରମ୍ପରିକ ଚାଷ ପଦ୍ଧତି ବଜାୟ ରଖୁଛି । ଏହି କ୍ଷେତ୍ରର ଅଗ୍ରଗତି ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ପ୍ରଧାନମନ୍ତ୍ରୀ-କିଷାନ ଯୋଜନା ଅଧୀନରେ ସମସ୍ତ ଯୋଗ୍ୟ ଚାଷୀଙ୍କୁ ଅନ୍ତର୍ଭୁକ୍ତ କରି କୃଷକ କଲ୍ୟାଣକୁ ସୁଦୃଢ଼ କରିବା ପାଇଁ, ସରକାର ଯତ୍ନବାନ ଅଛନ୍ତି ।

ଜଳବାୟୁ ବିପଦରୁ କୃଷକମାନଙ୍କୁ ରକ୍ଷା କରିବା ଉଦ୍ଦେଶ୍ୟରେ, ରବି ଋତୁ ପାଇଁ ସରକାର ୧.୩୬ ଲକ୍ଷ ଚାଷୀଙ୍କୁ ପଞ୍ଜିକୃତ କରି ଫସଲ ବୀମା ଭୁକ୍ତତାକୁ ସୁନିଶ୍ଚିତ କରିଛନ୍ତି । ଦାରିଙ୍ଗବାଡି ଓ ସ୍ବାଭିମାନ ଅଞ୍ଚଳ ଭଳି କ୍ଷେତ୍ରରେ “ଓଡ଼ିଶା ବଳଭଦ୍ର ଜୈବିକ ଚାଷ ମିଶନ” କରିଆରେ ଜୈବିକ ଚାଷକୁ ଅଗ୍ରାଧିକାର ଭିତ୍ତିରେ ପ୍ରୋତ୍ସାହିତ କରାଯାଉଛି । କୃଷି କ୍ଷେତ୍ରରେ ସାମିଲ ମହିଳାମାନଙ୍କୁ ସଶକ୍ତ କରିବା ସହିତ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ସାମିଲ କରି ରାଜ୍ୟକୁ ଆତ୍ମନିର୍ଭରଶୀଳ କରିବାକୁ ପ୍ରତିଶ୍ରୁତିବଦ୍ଧ ।

Tags: