ମୟୂରଭଞ୍ଜ ଗସ୍ତରେ ରାଜ୍ୟପାଳ ରଘୁବର ଦାସ

ବାରିପଦା : ଦିନିକିଆ ମୟୂରଭଞ୍ଜ ଗସ୍ତରେ ମହାମହିମ ରାଜ୍ୟପାଳ । ଶୁଳିଆପଦାର ବିଭିନ୍ନ ସ୍ଥାନରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ଶୁଣିଲେ ଲୋକଙ୍କ ଅଭିଯୋଗ । ମଙ୍ଗଳବାର ରାଜ୍ୟପାଳ କୁଜିଡିହିସ୍ଥିତ ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କରି ଉଭୟ ଅଙ୍ଗନବାଡ଼ି କର୍ମୀ ଓ ଅଭିଭାବକଙ୍କ ସହ ଆଲୋଚନା କରି ସରକାରଙ୍କ ପୋଷଣ ଯୋଜନାର ଫଳପ୍ରଦ କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା କରିଥିଲେ । ଏହାପରେ ରାଜ୍ୟପାଳ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀଙ୍କ ଘରକୁ ଯାଇ ହିତାଧିକାରୀଙ୍କ ସହ କଥା ହୋଇଥିଲେ […]

Samaya Live Picture
Published On

ବାରିପଦା : ଦିନିକିଆ ମୟୂରଭଞ୍ଜ ଗସ୍ତରେ ମହାମହିମ ରାଜ୍ୟପାଳ । ଶୁଳିଆପଦାର ବିଭିନ୍ନ ସ୍ଥାନରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ଶୁଣିଲେ ଲୋକଙ୍କ ଅଭିଯୋଗ । ମଙ୍ଗଳବାର ରାଜ୍ୟପାଳ କୁଜିଡିହିସ୍ଥିତ ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କରି ଉଭୟ ଅଙ୍ଗନବାଡ଼ି କର୍ମୀ ଓ ଅଭିଭାବକଙ୍କ ସହ ଆଲୋଚନା କରି ସରକାରଙ୍କ ପୋଷଣ ଯୋଜନାର ଫଳପ୍ରଦ କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା କରିଥିଲେ । ଏହାପରେ ରାଜ୍ୟପାଳ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀଙ୍କ ଘରକୁ ଯାଇ ହିତାଧିକାରୀଙ୍କ ସହ କଥା ହୋଇଥିଲେ । ଏହି ସମୟରେ ସେ ଆବାସ ଆବଣ୍ଟନକୁ ପ୍ରାଥମିକତା ଦେବା ଉପରେ ଗୁରୁତ୍ୱାରୋପ କରିଥିଲେ । ସେହି ଅନୁଯାୟୀ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ସେ ଜିଲ୍ଲା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଗସ୍ତ ସମୟରେ ରାଜ୍ୟପାଳ କୋଷ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିବା ସହ ଡାକ୍ତରୀ କର୍ମଚାରୀ ଓ ରୋଗୀଙ୍କ ସହ ଆଲୋଚନା କରିଛନ୍ତି । ଜନସାଧାରଣଙ୍କ ସୁବିଧା ପାଇଁ ଡାକ୍ତରଙ୍କ ଡ୍ୟୁଟି ଚାର୍ଟ ପ୍ରଦର୍ଶିତ କରିବା ଏବଂ ଡାକ୍ତରୀ କର୍ମଚାରୀଙ୍କ ମଧ୍ୟରେ ସମୟାନୁବରତୀ ସୁନିଶ୍ଚିତ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଏହାବ୍ୟତୀତ ରାଜ୍ୟପାଳ ସାଲାସାହିଠାରେ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କ ସହ ଆଲୋଚନା କରିଥିଲେ ।

Tags: