୭ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ରାଜ୍ୟପାଳଙ୍କ ନିର୍ଦ୍ଦେଶ

ବାରିପଦା : ରାଷ୍ଟ୍ରପତିଙ୍କ ଅଭିଭାଷଣ ବେଳେ ବିଦ୍ୟୁତ ବିଭ୍ରାଟ ଘଟଣାରେ ୭ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ରାଜ୍ୟପାଳଙ୍କ ନିର୍ଦେଶ I ଗତ ଶନିବାର ୦୬-୦୫ ତାରିଖ ଦିନ ବାରିପଦାସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ (ଏମଏସସିବି) ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୀକ୍ଷାନ୍ତ ଭାଷଣ ଦେଉଥିଲେ I ଏହି ସମୟରେ ୯ ମିନିଟ୍ ପାଇଁ ବିଦ୍ୟୁତ୍‌ ଚାଲିଯାଇଥିଲା I କିଟି କିଟି ଅନ୍ଧାର ଭିତରେ ଷ୍ଟ୍ରପତି ନିଜର ଅଭିଭାଷଣ ରଖିଥିଲେ I ଏହି ଘଟଣାରେ […]

Samaya Live Picture
Published On

ବାରିପଦା : ରାଷ୍ଟ୍ରପତିଙ୍କ ଅଭିଭାଷଣ ବେଳେ ବିଦ୍ୟୁତ ବିଭ୍ରାଟ ଘଟଣାରେ ୭ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ରାଜ୍ୟପାଳଙ୍କ ନିର୍ଦେଶ I ଗତ ଶନିବାର ୦୬-୦୫ ତାରିଖ ଦିନ ବାରିପଦାସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ (ଏମଏସସିବି) ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୀକ୍ଷାନ୍ତ ଭାଷଣ ଦେଉଥିଲେ I ଏହି ସମୟରେ ୯ ମିନିଟ୍ ପାଇଁ ବିଦ୍ୟୁତ୍‌ ଚାଲିଯାଇଥିଲା I କିଟି କିଟି ଅନ୍ଧାର ଭିତରେ ଷ୍ଟ୍ରପତି ନିଜର ଅଭିଭାଷଣ ରଖିଥିଲେ I ଏହି ଘଟଣାରେ ରାଜ୍ୟପାଳ ତଥା ବିଶ୍ବବିଦ୍ୟାଳୟ କୁଳାଧିପତି ପ୍ରଫେସର ଗଣେଶୀ ଲାଲ୍‌ ହସ୍ତକ୍ଷେପ କରିଛନ୍ତି। ଗୋଟିଏ ପଟେ ଘଟଣାକୁ ନେଇ ଆରୋପ ପ୍ରତ୍ୟାରୋପ ଚାଲିଥିବା ବେଳେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ରାଜ୍ୟ ମୁଖ୍ୟ ଶାସନ ସଚିବ ଓ ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ରିପୋର୍ଟ ମାଗିଛନ୍ତି। ଘଟଣାର ଯାଞ୍ଚ କରି ଆଗାମୀ ୭ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ଗତ ୪ ତାରିଖ ଠାରୁ ରାଷ୍ଟ୍ରପତି‌ ଦ୍ରୌପଦୀ ମର୍ମୁ ତିନିଦିନିଆ ମୟୂରଭଞ୍ଜ ଗସ୍ତରେ ଆସିଥିଲେ। ସେ ଗସ୍ତର ଅନ୍ତିମ ଦିନ (ଶନିବାର)ରେ ବାରିପଦା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଥିଲେ। ରାଷ୍ଟ୍ରପତି ଦୀକ୍ଷାନ୍ତ ସମାରୋହରେ ଭାଷଣ ଦେବା ସମୟରେ ୯ ମିନିଟ୍‌ (ପୂର୍ବାହ୍ନ ୧୧ଟା ୫୬ ମିନିଟରୁ ୧୨ଟା ୫ ମିନିଟ) ଯାଏ ବିଦ୍ୟୁତ୍‌ କଟିଥିଲା। ଏହା ପରେ ବି ରାଷ୍ଟ୍ରପତି ନିଜର ଅଭିଭାଷଣ ଜାରି ରଖିଥିଲେ।

ତେବେ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ଏତେ ବଡ଼ ଅଘଟଣକୁ ତିନି ଦିନ ବିତିଯାଇଥିଲେ ମଧ୍ୟ କାହା ବିରୋଧରେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ହୋଇନାହିଁ। କେବଳ ବିଶ୍ୱବିଦ୍ୟାଳୟର ଜଣେ ଠିକା ବିଦ୍ୟୁତ୍ କର୍ମଚାରୀଙ୍କୁ ଏଥିପାଇଁ ନିଲମ୍ବିତ କରାଯାଇଛି। ଆଉ କାହାକୁ ବି ଏପର୍ଯ୍ୟନ୍ତ ଉତ୍ତରଦାୟୀ କରାଯାଇ ନାହିଁ। ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ ତ୍ରିପାଠୀ ନିଜକୁ ଦାୟୀ କରିବା ସହ କ୍ଷମା ପ୍ରାର୍ଥନା କରି ସାରିଛନ୍ତି। ପ୍ରଫେସର ତ୍ରିପାଠୀ କହିଥିଲେ ଯେ ସମାରୋହ ଅନୁଷ୍ଠିତ ବିଲ୍‌ଡିଂ ତଦାରଖ ଦାୟିତ୍ବ ଇଡକୋ ନେଇଥିଲା। ବିଦ୍ୟୁତ୍‌ ସରବରାହ ଲାଗି ଜେନେରେଟର ବି ଇଡକୋ ସଜାଡ଼ିଥିଲା। ମାତ୍ର ବିଦ୍ୟୁତ୍‌ ବିଭ୍ରାଟ ସମୟରେ ତାହା କାମ ଦେଇ ନ ଥିଲା। ଏଥିପାଇଁ ଆମକୁ ଲଜ୍ଜିତ ହେବାକୁ ପଡ଼ିଛି। ଘଟଣାର ତଦନ୍ତ ଲାଗି ଏକ ୩ ଜଣିଆ କମିଟି ଗଠନ କରାଯାଇଛି। ୧୨ ତାରିଖ ସୁଦ୍ଧା କମିଟି ‌ରିପୋର୍ଟ ଦାଖଲ କରିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ। ଦରକାର ପଡ଼ିଲେ କୁଳପତି ପଦ ଛାଡ଼ିବାକୁ ପ୍ରସ୍ତୁତ ବୋଲି ସେ କହିଥିଲେ।

Tags: