୩ ମାସ ମଧ୍ୟରେ ଡ୍ରାଇଭରଙ୍କ ସମସ୍ୟାର ସମାଧାନ ପାଇଁ ସରକାରଙ୍କ ପ୍ରତିଶ୍ରୁତି

ଭୁବନେଶ୍ୱର :୧୦ଦଫା ଦାବିରେ ରାଜ୍ୟ ଡ୍ରାଇଭର ମହାମଞ୍ଚ ପକ୍ଷରୁ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଡାକରା ଗୁରୁବାର ଦ୍ବିତୀୟ ଦିନରେ ପହଞ୍ଚିଛି। ଆନ୍ଦୋଳନ ଯୋଗୁଁ ରାଜ୍ୟରେ ପରିବହନ ବ୍ୟବସ୍ଥା ଗୁରୁତର ଭାବେ ପ୍ରଭାବିତ ହୋଇଛି। ଗାଡ଼ି ନ ପାଇ ଲୋକମାନେ ହନ୍ତସନ୍ତ ହେଉଥିବା ବେଳେ ବାହାର ରାଜ୍ୟରୁ ଆସିଥିବା ଶତାଧିକ ଟ୍ରକ୍ ବାଟରେ ଅଟକି ରହିଛି। ଫଳରେ ପରିସ୍ଥିତି ସଙ୍ଗୀନ ଆକାର ଧାରଣ କରିବା ସହ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗୁରୁବାର ସନ୍ଧ୍ୟାରେ ମୁଖ୍ୟ ଶାସନ ସଚିବଙ୍କ ସହ […]

Samaya Live Picture
Published On

ଭୁବନେଶ୍ୱର :୧୦ଦଫା ଦାବିରେ ରାଜ୍ୟ ଡ୍ରାଇଭର ମହାମଞ୍ଚ ପକ୍ଷରୁ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଡାକରା ଗୁରୁବାର ଦ୍ବିତୀୟ ଦିନରେ ପହଞ୍ଚିଛି। ଆନ୍ଦୋଳନ ଯୋଗୁଁ ରାଜ୍ୟରେ ପରିବହନ ବ୍ୟବସ୍ଥା ଗୁରୁତର ଭାବେ ପ୍ରଭାବିତ ହୋଇଛି। ଗାଡ଼ି ନ ପାଇ ଲୋକମାନେ ହନ୍ତସନ୍ତ ହେଉଥିବା ବେଳେ ବାହାର ରାଜ୍ୟରୁ ଆସିଥିବା ଶତାଧିକ ଟ୍ରକ୍ ବାଟରେ ଅଟକି ରହିଛି। ଫଳରେ ପରିସ୍ଥିତି ସଙ୍ଗୀନ ଆକାର ଧାରଣ କରିବା ସହ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।

ଗୁରୁବାର ସନ୍ଧ୍ୟାରେ ମୁଖ୍ୟ ଶାସନ ସଚିବଙ୍କ ସହ ଡ୍ରାଇଭର୍‌ ଏକତା ମହାମଞ୍ଚର ଏକ ପ୍ରତିନିଧି ଦଳ ଆଲୋଚନା କରିଥି‌ଲେ। ତତ୍‌କ୍ଷଣାତ୍ ଦାବି ପୂରଣ ନେଇ ସରକାର କୌଣସି ପ୍ରତିଶ୍ରୁତି ‌ଦେଇ ନଥିଲେ। ଏଥିପାଇଁ ତିନି ମାସ ସମୟ ମାଗିଥିଲେ। ୩ ମାସରେ ଡ୍ରାଇଭର ଏକତା ମହାସଂଘ ଦାବି ସମାଧାନ ହେବ । ମୁଖ୍ୟ ଶାସନ ସଚିବଙ୍କ ସହ ଡ୍ରାଇଭର ମହାସଂଘର ବରିଷ୍ଠ ଅଧିକାରୀ ଓ ସଦସ୍ୟଙ୍କ ଆଲୋଚନାରେ ଏହି ନିଷ୍ପତ୍ତି ନିଆଯାଇଛି । ନିଷ୍ପତ୍ତି ନେଇ ଓଡିଶା ଡ୍ରାଇଭର ଏକତା ମହାସଂଘ ଆବାହକଙ୍କୁ ଚିଠି ମଧ୍ୟ ଦିଆଯାଇଛି। ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ଲିଖିତ ଆକାରରେ ଡ୍ରାଇଭର ମହାସଂଘ ଆବାହକଙ୍କୁ ଜଣାଇ ଦିଆଯାଇଛି।

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଡ୍ରାଇଭର ଏକତା ମହାସଂଘର ବରିଷ୍ଠ ଅଧିକାରୀ ଓ ସଦସ୍ୟଙ୍କ ଉପସ୍ଥିତିରେ ଆଜି ସନ୍ଧ୍ୟାରେ ସଚିବାଳୟ ସମ୍ମିଳନୀ କକ୍ଷରେ ବୈଠକ ଅନୁଷ୍ଠିତ ହୋଇଥିଲା । ଆଉ ଆସନ୍ତା ୩ ମାସ ମଧ୍ୟରେ ନିଷ୍ପତ୍ତି ନିଆଯିବ ବୋଲି ବୈଠକରେ ସମ୍ମତି ପ୍ରକାଶ ପାଇଛି । ତେବେ ଡ୍ରାଇଭରଙ୍କ ଆନ୍ଦୋଳନ ଜାରି ରହିବ ନା ପ୍ରତ୍ୟାହାର କରିବେ ତାହା ଆଉ କିଛି ସମୟ ମଧ୍ୟରେ ଜଣାଇବେ ବୋଲି କହିଛନ୍ତି।

Tags: