ସରକାରଙ୍କ ନୂଆ ଇଭି ପଲିସି,୩୧ ଡିସେମ୍ୱର ୨୦୩୦ ଯାଏଁ ରହିବ ବଳବତ୍ତର

ଭୁବନେଶ୍ୱର: ରାଜ୍ୟ ସରକାର ଆଣିଲେ ନୂଆ ଇଭି ପଲିସି। ୩୧ ଡିସେମ୍ୱର ୨୦୩୦ ଯାଏଁ ଏହି ଇଭି ପଲିସି ବଳବତ୍ତର ରହିବ। ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଓଡ଼ିଶା ଇଲେକ୍ଟ୍ରିକ୍ ଯାନ ନୀତି ୨୦୨୫ର ଚିଠା ଜାରି କରାଯାଇଛି। ୨୦୩୦ ସୁଦ୍ଧା ୫୦ % ଇଭି ରାଜ୍ୟରେ ଗଡ଼ାଇବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। ତିନି ଚକିଆ ପାଇଁ ୨୦ ହଜାର ପ୍ରୋତ୍ସାହନ ଦେବେ ସରକାର। ଚାରି ଚକିଆ ଇଭି ପାଇଁ ୧ ଲକ୍ଷ […]

ସରକାରଙ୍କ ନୂଆ ଇଭି ପଲିସି,୩୧ ଡିସେମ୍ୱର ୨୦୩୦ ଯାଏଁ ରହିବ ବଳବତ୍ତର
Samaya Live Picture
Published On

ଭୁବନେଶ୍ୱର: ରାଜ୍ୟ ସରକାର ଆଣିଲେ ନୂଆ ଇଭି ପଲିସି। ୩୧ ଡିସେମ୍ୱର ୨୦୩୦ ଯାଏଁ ଏହି ଇଭି ପଲିସି ବଳବତ୍ତର ରହିବ। ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଓଡ଼ିଶା ଇଲେକ୍ଟ୍ରିକ୍ ଯାନ ନୀତି ୨୦୨୫ର ଚିଠା ଜାରି କରାଯାଇଛି।

୨୦୩୦ ସୁଦ୍ଧା ୫୦ % ଇଭି ରାଜ୍ୟରେ ଗଡ଼ାଇବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। ତିନି ଚକିଆ ପାଇଁ ୨୦ ହଜାର ପ୍ରୋତ୍ସାହନ ଦେବେ ସରକାର। ଚାରି ଚକିଆ ଇଭି ପାଇଁ ୧ ଲକ୍ଷ ୫୦ ହଜାର ଟଙ୍କା ପ୍ରୋତ୍ସାହନ ସରକାର ଦେବେ ବୋଲି ସୂଚନା ମିଳିଛି।

ସେହିଭଳି ପୁରୁଣା ଗାଡ଼ି ବଦଳାଇ ନୂଆ ଇଭି ନେଲେ ସାଧାରଣ ଗ୍ରାହକ ଓ ବ୍ୟାବସାୟିକ ସଂସ୍ଥାଗୁଡ଼ିକୁ ପ୍ରୋତ୍ସାହନ ଦେବାକୁ ଏହି ନୀତିରେ ବ୍ୟବସ୍ଥା ରହିଛି। ଏଥି ସହିତ ରାଜ୍ୟରେ ଇଭି, ଏହାର ଉପକରଣ ଓ ବ୍ୟାଟେରି ନିର୍ମାଣକୁ ମଧ୍ୟ ସରକାର ପ୍ରୋତ୍ସାହିତ କରିବେ।

ପ୍ରସ୍ତାବିତ ଇଭି ନୀତି ଅନୁସାରେ ଇଭି ସମ୍ପର୍କିତ ସମସ୍ୟାର ସମାଧାନ ପାଇଁ ସରକାର ଏକ ଅଭିଯୋଗ କେନ୍ଦ୍ର ଖୋଲିବେ। ଇଭି କମ୍ପାନୀ ଅଭିଯୋଗ ନ ଶୁଣିଲେ ସରକାର ହସ୍ତକ୍ଷେପ କରିବେ। ରାଜ୍ୟର ୭ ସହରର ମୁଖ୍ୟ ରାସ୍ତାରେ ୩୦୦ ଇଭି ଚାର୍ଜିଂ ଷ୍ଟେସନ ଖୋଲାଯିବ। ପ୍ରତି ଇଭି ଚାର୍ଜିଂ ଷ୍ଟେସନ ପାଇଁ ସରକାର ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିଆତି ପ୍ରଦାନ କରିବେ। ବ୍ୟାଟେରି ସ୍ବାପିଂ ଷ୍ଟେସନ ସ୍ଥାପନ ପାଇଁ ୨ ଲକ୍ଷ ଟଙ୍କା ରିଆତି ଦିଆଯିବ। ଏଥିସହ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ସହାୟତାରେ ମଧ୍ୟ ଇଭି ଚାର୍ଜିଂ ଷ୍ଟେସନ ଖୋଲାଯିବ। ସରକାରଙ୍କ ଇଭି ରିଆତି ପାଇବାକୁ ହେଲେ ଓଡ଼ିଶାର ସ୍ଥାୟୀ ବାସିନ୍ଦା ହୋଇଥିବା ଜରୁରୀ। ୫ ବର୍ଷ ପର୍ଯ୍ୟନ୍ତ ବାଣିଜ୍ୟିକ ଇଭିର ମାଲିକାନା ପରିବର୍ତ୍ତନ କରାଯାଇ ପାରିବ ନାହିଁ। ପ୍ରଥମ ଥର ପାଇଁ ଇନ୍ଧନ ଚାଳିତ ଯାନକୁ ଇଭିରେ ପରିବର୍ତ୍ତନ କଲେ ସରକାର ୨୫ ରୁ ୩୦% ରିଆତି ପ୍ରଦାନ କରିବେ। ସାଧାରଣ ଯାନକୁ ଇଭିରେ ରୂପାନ୍ତରିତ କରିବା ପାଇଁ ଅନୁମତିପ୍ରାପ୍ତ କେନ୍ଦ୍ର ଖୋଲାଯିବ। ଘରୋଇ ଶିକ୍ଷାନୁଷ୍ଠାନ ଓ ବ୍ୟବସାୟ କେନ୍ଦ୍ରକୁ ଇଭି ବ୍ୟବହାର ପାଇଁ କୁହାଯିବ।

ପ୍ରସ୍ତାବିତ ବିଜ୍ଞପ୍ତି ଅନୁସାରେ ଇଭି ନୀତି ୨୦୫୦ ଲାଗୁ ହେବାର ୬ ମାସ ମଧ୍ୟରେ ସମସ୍ତ ସରକାରୀ ବିଭାଗ ଇଭି ବ୍ୟବହାର କରିବେ। ଅଳିଆ ବୁହା ଗାଡ଼ି, ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ପାଇଁ ଇଭି ଚାଲିବ। ସମସ୍ତ ସରକାରୀ ନୌକା ଏବଂ ଲଞ୍ଚ୍‌ଗୁଡ଼ିକୁ ଇଭିରେ ପରିବର୍ତ୍ତନ କରାଯିବ। ଇଭି ସମ୍ପର୍କିତ ଗବେଷଣା ଓ ବିକାଶ ପାଇଁ ଅନ୍ୟୂନ ୩ଟି ଉତ୍କର୍ଷ କେନ୍ଦ୍ର ତଥା ଷ୍ଟାର୍ଟଅପ୍ ପାଇଁ ଇନ୍‌କ୍ୟୁବେସନ ସେଣ୍ଟର ଖୋଲାଯିବ। ଏଥି ପାଇଁ ସରକାର ୧୫ କୋଟି ଟଙ୍କାର ପାଣ୍ଠି ଗଠନ କରିବେ। ଇଭି ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ ଦକ୍ଷତା ବିକାଶ ପରିଷଦ ପକ୍ଷରୁ ସ୍ବତନ୍ତ୍ର ପାଠ୍ୟକ୍ରମ ଆରମ୍ଭ କରାଯିବ। ଏହାଦ୍ବାରା ରାଜ୍ୟରେ ଦକ୍ଷ ମାନବ ସମ୍ବଳ ସୃଷ୍ଟି ହେବ। ଇଭି ନୀତି କାର୍ଯ୍ୟକାରୀ କରିବାକୁ ପରିବହନ ବିଭାଗରେ ଏକ ଉତ୍ସର୍ଗୀକୃତ ସେଲ୍ ପ୍ରତିଷ୍ଠା କରାଯିବ।

Tags: