ବିଏମସି ମାଡ଼ ଘଟଣାରେ ସରକାର ନିଷ୍ପତି ନେବେ – ରାଜ୍ୟ ସଭାପତି

ଭୁବନେଶ୍ୱର : ବିଏମସି କାର୍ଯ୍ୟାଳୟରେ ଅଧିକାରୀଙ୍କୁ ମାଡ ଘଟଣାରେ ସରକାର ନିଷ୍ପତି ନେବେ । ଏନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ଜଗନ୍ନାଥ ପ୍ରଧାନଙ୍କ ସହ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ହୋଇଥିବା ଆଲୋଚନା ସମ୍ପର୍କରେ ସେ କହିଛନ୍ତି ଯେ, ଏହା ଦଳର ଆଭ୍ୟନ୍ତରୀଣ ବ୍ୟାପାର ଏବଂ ଏ ସମ୍ପର୍କରେ ମିଡିଆକୁ ଅଧିକ ସୂଚନା ଦିଆଯାଇ ପାରିବ ନାହିଁ। ବୁଧବାର ଜଗନ୍ନାଥ ପ୍ରଧାନଙ୍କ ସହ ଘଣ୍ଟାଏରୁ ଅଧିକ ସମୟ ଧରି ବୈଠକ ପରେ […]

ବିଏମସି ମାଡ଼ ଘଟଣାରେ ସରକାର ନିଷ୍ପତି ନେବେ – ରାଜ୍ୟ ସଭାପତି
Samaya Live Picture
Published On

ଭୁବନେଶ୍ୱର : ବିଏମସି କାର୍ଯ୍ୟାଳୟରେ ଅଧିକାରୀଙ୍କୁ ମାଡ ଘଟଣାରେ ସରକାର ନିଷ୍ପତି ନେବେ । ଏନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ଜଗନ୍ନାଥ ପ୍ରଧାନଙ୍କ ସହ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ହୋଇଥିବା ଆଲୋଚନା ସମ୍ପର୍କରେ ସେ କହିଛନ୍ତି ଯେ, ଏହା ଦଳର ଆଭ୍ୟନ୍ତରୀଣ ବ୍ୟାପାର ଏବଂ ଏ ସମ୍ପର୍କରେ ମିଡିଆକୁ ଅଧିକ ସୂଚନା ଦିଆଯାଇ ପାରିବ ନାହିଁ।

ବୁଧବାର ଜଗନ୍ନାଥ ପ୍ରଧାନଙ୍କ ସହ ଘଣ୍ଟାଏରୁ ଅଧିକ ସମୟ ଧରି ବୈଠକ ପରେ ସାମଲ ଗଣମାଧ୍ୟମକୁ କହିଛନ୍ତି, “ଯାହା ଘଟିଛି, ତାହାକୁ ସମସ୍ତେ ନିନ୍ଦା କରିଛନ୍ତି। ଏହି ମାମଲାରେ ଯାହା ନିଷ୍ପତ୍ତି ନେବାର ଅଛି, ତାହା ସରକାର ନେବେ।” ସେ ଆହୁରି କହିଛନ୍ତି, “ଯଦି କୌଣସି ନିଷ୍ପତ୍ତି ହୁଏ, ଆମ ଦଳୀୟ ମୁଖପାତ୍ର ଡାକି ଆପଣଙ୍କୁ ସୂଚନା ଦେବେ।”

ଜଗନ୍ନାଥ ପ୍ରଧାନଙ୍କ ଇସ୍ତଫା କିମ୍ବା ଦଳୀୟ କାର୍ଯ୍ୟରୁ ସସ୍ପେନ୍ସନକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଭାଜପା କାର୍ଯ୍ୟାଳୟ ବାହାରେ ତାଙ୍କର ଶତାଧିକ ସମର୍ଥକଙ୍କ ଭିଡ଼ ମଧ୍ୟ ଏକତ୍ରିତ ହୋଇଥିଲା।

ଏହି ଘଟଣାକୁ ନେଇ ଜଗନ୍ନାଥ ପ୍ରଧାନ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଲେଖିଥିଲେ, ରାଜ୍ୟରେ ଦୁଇଦିନ ହେବ ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) ଘଟଣାରେ ବିରୋଧୀ ଦଳ ଏକ ରାଜନୈତିକ ରୁଟି ସେକିବା ପାଇଁ ପ୍ରୟାସ କରୁଛି ।

ଅନ୍ୟପଟେ ଦୁଇ ଦିନ ହେବ ଓଏଏସ ଅଧିକାରୀଙ୍କ ସମୂହ ଛୁଟି ପାଇଁ ପ୍ରଶାସନିକ କାର୍ଯ୍ୟ ଠପ୍ ହୋଇଛି । ମାଡମରା ଘଟଣାର କାର୍ପଟଦାରଙ୍କୁ ଗିରଫ ଦାବିରେ ଅଡି ବସିଛନ୍ତି ଓଏଏସ ସଂଘ। କାର୍ଯ୍ୟାନୁଷ୍ଠାନ ଦାବିରେ ସରକାରଙ୍କ ଉପରେ ଚାପ ପକାଉଛନ୍ତି । ୫ଜଣଙ୍କ ଗିରଫ ସତ୍ତ୍ୱେ ମୁଖ୍ୟ କାର୍ପଟଦାର କୁହାଯାଉଥିବା ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କରିବାକୁ ଦାବି କରିଛି ଓଏଏସ ସଂଘ । ମୁଖ୍ୟ ଶାସନ ସଚିବଙ୍କୁ ଭେଟି ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସଂଘ ଦାବି କରିଛି ।

Tags: